ମଧୁମେହ ସହ ତିକ୍ତ ସମ୍ପର୍କ ଭଲ 

ମଧୁମେହ ସହ ତିକ୍ତ ସମ୍ପର୍କ ଭଲ 
Ipsita Picture
By: Ipsita



ଗତ ୧୦-୧୫ ବର୍ଷ ମଧ୍ୟରେ ଭାରତରେ ରୋଗୀ ବୋଝ ଏବେ ସଂକ୍ରାମକ ରୋଗ ଠାରୁ ଅଣସଂକ୍ରାମକ ରୋଗ ଆଡ଼କୁ ଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଦେଶରେ ଛଅ କୋଟିରୁ ଉଦ୍ଧ୍ୱର୍ ଜନତା ମଧୁମେହରେ ଆକ୍ରାନ୍ତ । ବିଜ୍ଞାନ ପତ୍ରିକା "ଦି ଲାନ୍‌ସେଟ'ର ରିପୋର୍ଟ ଅନୁଯାୟୀ ୧୯୮୦ରୁ ୨୦୧୪ ମସିହା ମଧ୍ୟରେ ଭାରତରେ ପୁରୁଷଙ୍କ ଠାରେ ମଧୁମେହ ୩.୭ ପ୍ରତିଶତରୁ ୯.୧ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ମହିଳାଙ୍କ ଠାରେ ମଧୁମେହ ୪.୬ ପ୍ରତିଶତରୁ ୮.୩ ପ୍ରତିଶତକୁ ବୃଦ୍ଧି ପାଇଛି । ବିଶେଷଜ୍ଞମାନଙ୍କ ମତ ଭାରତରେ ମଧୁମେହୀଙ୍କ ସଂଖ୍ୟା ଆସନ୍ତା ଦୁଇ ଦଶକ ମଧ୍ୟରେ ୧୨କୋଟିକୁ ଛୁଇଁବ । ଟାଇପ-୨ ଡାଇବେଟିସ୍‌ ମାନବ ଇତିହାସର ସବୁଠାରୁ ବଡ଼ ଜନସ୍ୱାସ୍ଥ୍ୟ ପ୍ରସଙ୍ଗ ଓ ସର୍ବବୃହଦ୍‌ ମହାମାରୀ ପାଲଟିବାକୁ ଯାଉଛି । 
    ଭାରତୀୟ ସହରାଞ୍ଚଳରେ ତ୍ରୁଟିପୂର୍ଣ୍ଣ ଆଧୁନିକ ଜୀବନଶୈଳୀ ମଧୁମେହ, ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ ଓ କେତେକ କ୍ୟାନ୍‌ସର ପରି ଅଣ ସଂକ୍ରାମଣ ରୋଗ ପାଇଁ ମୁଖ୍ୟତଃ ଦାୟୀ । ସତେଜ ଖାଦ୍ୟ ତୁଳନାରେ ଅଧିକ ପରିମାଣର ପ୍ରକ୍ରିୟାକୃତ ଓ ଫ୍ୟାଟ ବିଶିଷ୍ଟ ଖାଦ୍ୟ ସହ ଶାରୀରିକ ପରିଶ୍ରମ ଅଭାବ ମଧୁମେହର ଆଶଙ୍କାକୁ ବହୁଗୁଣିତ କରିବାରେ ଲାଗିଛି । ସଚେତନତାର ଅଭାବ, ସ୍ୱାସ୍ଥ୍ୟ ଉପରେ ନଜରର ଅଭାବ, ରୋଗ ପରୀକ୍ଷାରେ ବିଳମ୍ବ ସହ ଚିକିତ୍ସାରେ ଅବହେଳା - ସବୁ ମିଶି ମଧୁମେହକୁ ମହାମାରୀରେ ପରିଣତ କରିବାକୁ ଯାଉଛି । ଭାରତରେ ଯେତେ ଲୋକ ମଧୁମେହରେ ପୀଡ଼ିତ ସେମାନଙ୍କ ମଧ୍ୟରୁ ମାତ୍ର ୫୦ ପ୍ରତିଶତ ହିଁ ନିଜ ରୋଗ ବିଷୟରେ ଜାଣନ୍ତି । ଅନେକ ମଧୁମେହି କେବେ ନିଜର ଶର୍କରା ପରୀକ୍ଷା ମଧ୍ୟ କରିନଥାନ୍ତି । ଏହାଛଡ଼ା ଅନ୍ୟ ଏକ ବିପଦ ଭାରତୀୟ ମାନଙ୍କର ଜିନ୍‌କୁ ନେଇ ରହିଛି । ପାଶ୍ଚାତ୍ୟ ଦେଶର ବାସିନ୍ଦାଙ୍କ ତୁଳନାରେ ଭାରତୀୟ ଗୁଣସୂତ୍ରରେ ଏହି ରୋଗ ଅଧିକ ଲୁଚି ରହିଥାଏ । ଅର୍ଥାତ୍‌ ପ୍ରାକ୍‌ ମଧୁମେହ ପରିସ୍ଥିତି ଏଠାରେ ଅଧିକ, କିନ୍ତୁ ଶୀଘ୍ର ଚିହ୍ନଟ ନହେବା କାରଣରୁ ଏହା ମଧୁମେହରେ ପରିଣତ ହେବାକୁ ବିଳମ୍ବ ହେଉନି । ଭାରତରେ ପରିବେଶ, କନେଟିକ୍‌, ଆଭ୍ୟନ୍ତରୀଣ ଶାରୀରିକ ସଂରଚନା ଓ ପାଚନକ୍ରିୟାରେ ତ୍ରୁଟି ସବୁମିଶି ମଧୁମେହୀଙ୍କ ସଂଖ୍ୟା ବୃଦ୍ଧି କରିଥାଏ । ସବୁବେଳେ ଭୟଙ୍କର ନୁହେଁ ମଧୁମେହ । ମଧୁମେହ ଏକ ବିପଜ୍ଜନକ ରୋଗ ଏବଂ ଏହାକୁ ଅବହେଳା କରିହେବନାହିଁ । ହେଲେ ରକ୍ତ ଶର୍କରା ସ୍ତର ଉପରେ ସତର୍କ ଦୃଷ୍ଟି ଓ ଆବଶ୍ୟକୀୟ ଔଷଧର ବ୍ୟବହାର, ବ୍ୟାୟାମ ଓ ଖାଦ୍ୟ ନିୟନ୍ତ୍ରଣ ଦ୍ୱାରା ଏହି ରୋଗକୁ ଭୟଙ୍କର ହେବାରୁ ଓ ଶରୀରର ବିଭିନ୍ନ ଅଙ୍ଗକୁ ଏହାର ପ୍ରଭାବରୁ ମୁକ୍ତ ରଖିବା ସମ୍ଭବ । ମଧୁମେହ ମୁଖ୍ୟତଃ ଏକ ଜୀବନଶୈଳୀ ରୋଗ । ତେଣୁ ଏହାର ନିରାକରଣ ସମ୍ଭବ । ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ରକ୍ତଶର୍କରାକୁ ନିୟନ୍ତ୍ରଣ କରିବା ସହ ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିଥାଏ । ଏହା ହିଁ ମଧୁମେହକୁ ନିୟନ୍ତ୍ରଣ କରିବା ଓ ଅଟକାଇବା ନିମନ୍ତେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।

Read More  ଉପକାରୀ ଲେମ୍ବୁ

ପ୍ରଫେସର ଡା. ଉମେଶ ଚନ୍ଦ୍ର ପାତ୍ର

Read More ଶୀତଦିନେ ଉପକାରୀ ଗୁଡ

ମୋ: ୯୪୩୭୦୫୧୯୫୭

Read More ଅବସାଦକୁ ରଖନ୍ତୁ ଦୂରରେ

Tags: