ଡିହାଇଡ୍ରେସନ୍

ଡିହାଇଡ୍ରେସନ୍
Ipsita Picture
By: Ipsita
Published On

 

ଖରାଦିନ ଆସିଲେ ସମସ୍ତଙ୍କର ଡିହାଇଡ୍ରେସନ ଚିନ୍ତା ବଢିଥାଏ । ଏହା ଏପରି ଏକ ଅବସ୍ଥା ଯେତେବେଳେ ଶରୀରରେ ଜଳ ଏବଂ ଜରୁରୀ ଇଲେକ୍ଟ୍ରୋଲାଇଟ୍ସର ଅଭାବ ଦେଖାଦିଏ। ଝାଳ, ପରିସ୍ରା, ବାନ୍ତି କିମ୍ବା ଝାଡ଼ା ମାଧ୍ୟମରେ ଶରୀରରୁ ଅଧିକ ତରଳ ପଦାର୍ଥ ବାହାରିଗଲେ ଜଳର ସନ୍ତୁଳନ ବିଗିଡ଼ିଯାଏ, ଯାହାକୁ ଡିହାଇଡ୍ରେସନ୍ କୁହାଯାଏ।

ଶରୀର ପାଇଁ ଜଳର ଆବଶ୍ୟକତା:

ଆମ ଶରୀରର ପ୍ରାୟ ୬୦-୭୦% ଅଂଶ ଜଳରେ ଗଠିତ। ବିଭିନ୍ନ ଅଙ୍ଗରେ ଏହାର ପରିମାଣ ବାଣ୍ଟି ହୋଇ ରହିଥାଏ ।

ମସ୍ତିଷ୍କ ଓ ହୃଦୟରେ ପ୍ରାୟ ୭୩%, ମାଂସପେଶୀ ଓ କିଡନୀରେ ପ୍ରାୟ ୭୯%, ଚର୍ମରେ ୬୪%, ଫୁସଫୁସରେ ପ୍ରାୟ ୮୩% ଜଳ ରହିଥାଏ ।

ଜଳର କାର୍ଯ୍ୟ

_ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ।

_ ଦୂଷିତ ପଦାର୍ଥ (ଟକ୍ସିନ୍ସ) ବାହାର କରିବାରେ ସାହାଯ୍ୟ କରେ।

_ ପାଚନ ପାଇଁ ଲାଳ ପ୍ରସ୍ତୁତ କରେ।

_ ଗଣ୍ଠିଗୁଡ଼ିକର କାର୍ଯ୍ୟଦକ୍ଷତା ବଢ଼ାଏ।

_ ମସ୍ତିଷ୍କର ହରମୋନ୍ ଓ ନ୍ୟୁରୋଟ୍ରାନ୍ସମିଟରକୁ ସକ୍ରିୟ ରଖେ।

_ ଶରୀରର ସବୁ ଅଂଶକୁ ଅମ୍ଳଜାନ ପହଞ୍ଚାଇବାରେ ସାହାଯ୍ୟ କରେ।

ଗ୍ରୀଷ୍ମଋତୁରେ ରିସ୍କ

_ ଅଧିକ ତାପମାତ୍ରା ଯୋଗୁଁ ଶରୀରକୁ ଥଣ୍ଡା ରଖିବା ପାଇଁ ଅଧିକ ଝାଳ ବାହାରେ।

_ଝାଳ ସହ ପାଣି ଓ ଇଲେକ୍ଟ୍ରୋଲାଇଟ୍ସ ଶରୀରରୁ ବାହାରିଯାଏ।

_ଯଦି ଠିକ୍ ସମୟରେ ପର୍ଯ୍ୟାପ୍ତ ପାଣି ପିିଆ ନଯାଏ, ତେବେ ଏହି ସମସ୍ୟା ଗୁରୁତର ହୁଏ।

 ଲକ୍ଷଣ

_ ଶିଶୁଙ୍କ କ୍ଷେତ୍ରରେ ପାଟି ଓ ଜିଭ ଶୁଖିଯିବା, ଶିଶୁମାନେ କାନ୍ଦିବା ସମୟରେ ଆଖିରୁ ଲୁହ ନବାହାରିବା, ୩ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଡାଇପର୍ ଓଦା ନହେବା, ଆଖି ଓ ଗାଲ ବସିଯିବା।

_ ବୟସ୍କଙ୍କ କ୍ଷେତ୍ରରେ ପ୍ରବଳ ଶୋଷ ଲାଗିବା, ପରିସ୍ରା କମ୍ ହେବା କିମ୍ବା ଗାଢ଼ ହଳଦିଆ ରଙ୍ଗର ହେବା, କ୍ଲାନ୍ତି ଅନୁଭବ କରିବା, ମୁଣ୍ଡ ବୁଲାଇବା ଏବଂ ମାନସିକ ଦ୍ୱନ୍ଦ୍ୱ ଦେଖାଦେବା। ତେଣୁ ଯଦି କୌଣସି ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ସେହିଭଳି ଖରାଦିନେ ଯେପରି ପାଣି ପିଆରେ ଅଭାବ ନରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

Tags: