ଦଣ୍ଡାସନ
ନୂଆବର୍ଷର ଆରମ୍ଭ ଏକ ସୁସ୍ଥ ସକାଳରୁ କରନ୍ତୁ । ଏହା ଆମ ଉଭୟ ମନ ଓ ଶରୀରପାଇଁ ଖୁବ ଭଲ ହୋଇଥାଏ । ତେଣୁ ନୂଆବର୍ଷର ସକାଳ ଗୋଟିଏ ଯୋଗରୁ ଆରମ୍ଭ କରନ୍ତୁ । ତେବେ ଆପଣ ଚାହିଁଲେ ନିଜ ପସନ୍ଦ ଅନୁଯାୟୀ କୌଣସି ଆସନ କରିପାରିବେ । ଭାରତରେ ଯୋଗର ମହତ୍ତ୍ୱ ଖୁବ ଅଧିକ । ଯୋଗ ଓ ପ୍ରାଣାୟମ କରିବା ଦ୍ୱାରା ଆମର ଅନେକ ଗମ୍ଭୀର ରୋଗ ଭଲ ହେବାରେ ସାହାଯ୍ୟ ମିଳିଥାଏ । ଯୋଗକୁ ଭାରତର ଧରୋହର ଭାବେ ବିଶ୍ୱରେ ବିବେଚନା କରାଯାଇଥାଏ । ଯୋଗ କରିବା ଦ୍ୱାରା ଆମର ମନ ଓ ମସ୍କିଷ୍କ ଫୂର୍ତ୍ତି ରହିଥାଏ । ଏହାଦ୍ୱାରା ସ୍ମରଣଶକ୍ତି ବଢିଥାଏ, କାମ କରିବାକୁ ଆଗ୍ରହ ହୋଇଥାଏ । ଯୋଗ ତାଲିକା ଖୁବ ଲମ୍ବା ହୋଇଥାଏ ଏଥିର ଶୀର୍ଷାସନ୍, ସୂର୍ଯ୍ୟନମସ୍କାର, ନୌକା ଆସନ, ଭୂଜଙ୍ଗାସନ, ଧନୁରାସନ, ତ୍ରିକୋଣାସନ, ବିଭିନ୍ନ ପ୍ରାଣାୟମ ସାମିଲ ରହିଥାଏ । ଯାହାକୁ ପ୍ରତିଦିନ କରିବା ଦ୍ୱାରା ଆମେ ସୁସ୍ଥ ରହିପାରିବା । ଅନେକ ଯୋଗାସନ ମଧ୍ୟରୁ ଦଣ୍ଡାସନ ହେଲା ଅନ୍ୟତମ । ଏହି ଆସନ କରିବା ଦ୍ୱାରା ଅନେକ ଲାଭ ହୋଇଥାଏ । ତେବେ ଏହି ଆସନଟିକୁ କରିବା ପାଇଁ ସର୍ବପ୍ରଥମେ ଯୋଗମ୍ୟାଟ୍ ଉପରେ ପିଠିକୁ ସିଧା କରି ବସିପଡ଼ନ୍ତୁ । ଆଗକୁ ଗୋଡ଼ ସିଧା ଭାବେ ଲମ୍ବାନ୍ତୁ । ଏହାପରେ ଆପଣଙ୍କ ପାପୁଲିକୁ ସିଧା କରି ଭୂଇଁ ଉପରେ ରଖନ୍ତୁ । ଏହି ପୋଜ୍ରେ ରହି ଦୀର୍ଘ ନିଃଶ୍ୱାସ ଛାଡନ୍ତୁ ଏବଂ ୨୦ରୁ ୩୦ ସେକେଣ୍ଡ୍ ରହିବା ପରେ ପୁନଶ୍ଚ ପୂର୍ବସ୍ଥିତିକୁ ଫେରିଆସନ୍ତୁ ।
ଉପକାର
-ଗୋଡ, ପିଠି ଏବଂ ଜଙ୍ଘ ମାଂସପେଶୀ ଶକ୍ତ ହେବ ।
-ନିଃଶ୍ୱାସ ନେବା କ୍ଷମତା ବୃଦ୍ଧି ପାଇବ ।
-ଆର୍ଥରିଟିସ୍ ଯନ୍ତ୍ରଣାରୁ ମୁକ୍ତି ମିଳିବ ।
-ପାଚନ ପ୍ରକ୍ରିୟା ଉନ୍ନତ ହେବ ।
-ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ ।



