ଶରୀରକୁ କରନ୍ତୁ ପ୍ରାକୃତିକ ଉପାୟରେ ଥଣ୍ଡା

ଶରୀରକୁ କରନ୍ତୁ ପ୍ରାକୃତିକ ଉପାୟରେ ଥଣ୍ଡା
Ipsita Picture
By: Ipsita
Published On

 

ଗ୍ରୀଷ୍ମ ଋତୁରେ ପ୍ରଖର ଖରା, ଗରମ ଓ ରକ୍ତଚାପ ବୃଦ୍ଧିରୁ ତତ୍କାଳ ଆଶ୍ୱସ୍ତି ପାଇବା ପାଇଁ ଅଧିକାଂଶ ଲୋକ ଥଣ୍ଡା ପାଣି, କୋଲ୍ଡ ଡ୍ରିଙ୍କସ୍, ପ୍ୟାକେଜ୍‌ଡ ଜୁସ୍ ଏବଂ ଆଇସକ୍ରିମ ଭଳି ଜିନିଷ ଖାଇବାକୁ ପସନ୍ଦ କରିଥାନ୍ତି । ମାତ୍ର ବିଶେଷଜ୍ଞ ଅନୁସାରେ ଏହି ‘ଟେମ୍ପୋରାରୀ କୁଲିଂ’ ଦେଉଥିବା ଖାଦ୍ୟପେୟ ଶରୀରରେ ଜଳୀୟ ଅଂଶ କମାଇବା, ହଜମ ପ୍ରକ୍ରିୟାରେ ଗଡ଼ବଡ଼, ମେଦବହୁଳତା ଓ ରକ୍ତରେ ଶର୍କରା ସ୍ତର ବଢ଼ାଇବାର ମୁଖ୍ୟ କାରଣ ସାଜିଥାଏ । ଅତ୍ୟଧିକ ଥଣ୍ଡା ପାଣି ପିଇବା ଦ୍ୱାରା ପେଟର ରକ୍ତବାହିକା ସଂକୁଚିତ ହୋଇ ହଜମ ପ୍ରକ୍ରିୟା ଧୀମା ହେଉଥିବା ବେଳେ ବରଫ ଗୋଲା, ଆଇସକ୍ରିମ ଓ ସଫ୍ଟ ଡ୍ରିଙ୍କସରେ ଥିବା ପ୍ରିଜରଭେଟିଭ୍ସ, କୃତ୍ରିମ ରଙ୍ଗ ଓ ହାଇ-ଫ୍ରୁକ୍ଟୋଜ୍ କର୍ଣ୍ଣ ସିରପ୍ ଲିଭର୍ ଏବଂ କିଡନୀ ଉପରେ ଚାପ ପକାଇବା ସହ ଗଳାରେ ସଂକ୍ରମଣ ସୃଷ୍ଟି କରିଥାଏ । ତେଣୁ ଶରୀରକୁ ପ୍ରାକୃତିକ ଭାବେ ଭିତରୁ ଥଣ୍ଡା ରଖିବା ପାଇଁ ଆମ ଆଖପାଖରେ ମିଳୁଥିବା ପାରମ୍ପରିକ ତଥା ପ୍ରାକୃତିକ ବିକଳ୍ପ ଯେପରିକି- ପଇଡ଼ ପାଣି, ଘୋଳଦହି , ଲେମ୍ବୁ ପାଣି, ତରଭୁଜ, କାକୁଡ଼ି ଆଦିର ସେବନ କରିବା ଉଚିତ, ଯାହା ଶରୀରରେ ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ ବଜାୟ ରଖିବା ସହ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ  । ତେଣୁ ଯଥା ସମ୍ଭବ ବଜାରରେ ମିଳୁଥିବା କୋଲ୍ଡଡ୍ରିଙ୍କ ଏବଂ ଅନ୍ୟାନ ଥଣ୍ଡା ସାମଗ୍ରୀ ଠାରୁ ଦୂରରେ ରୁହନ୍ତୁ ।

Tags: