କ୍ରୋନିକ୍‌ ଷ୍ଟ୍ରେସ୍‌

ଷ୍ଟ୍ରେସ୍‌ ଆଜିକାଲି ଆମ ଦୈନନ୍ଦିନ ଜୀବନର ଏକ ଅଂଶବିଶେଷ ଭାବେ ଯୋଡି ହୋଇଛି । ଡବ୍ଲୁଏଚଓ ରିପୋର୍ଟ ଅନୁସାରେ ଆମର କୌଣସି ସମସ୍ୟା ଥିଲେ କିମ୍ବା କିଛି ଖରାପ ପରିସ୍ଥିତି ପଡିଲେ ଆମ ମନକୁ ଚିନ୍ତା ଆସିଥାଏ । ହେଲେ ଏହି ଚିନ୍ତା ବା ଷ୍ଟ୍ରେସ୍‌ ଯଦି ଲଗାତାର ଆମ ସହ ଲାଗିରହେ ତେବେ ଏହାକୁ କ୍ରୋନିକ୍‌ ଷ୍ଟ୍ରେସ୍‌ କୁହାଯାଇଥାଏ । ଏହି କ୍ରୋନିକ୍‌ ଷ୍ଟ୍ରେସ୍‌ର ଅନେକ ପ୍ରଭାବ ଆମ ଶରୀର ଉପରେ ରହିଛି । ଏହା […]

Samaya Live Picture
Published On

ଷ୍ଟ୍ରେସ୍‌ ଆଜିକାଲି ଆମ ଦୈନନ୍ଦିନ ଜୀବନର ଏକ ଅଂଶବିଶେଷ ଭାବେ ଯୋଡି ହୋଇଛି । ଡବ୍ଲୁଏଚଓ ରିପୋର୍ଟ ଅନୁସାରେ ଆମର କୌଣସି ସମସ୍ୟା ଥିଲେ କିମ୍ବା କିଛି ଖରାପ ପରିସ୍ଥିତି ପଡିଲେ ଆମ ମନକୁ ଚିନ୍ତା ଆସିଥାଏ । ହେଲେ ଏହି ଚିନ୍ତା ବା ଷ୍ଟ୍ରେସ୍‌ ଯଦି ଲଗାତାର ଆମ ସହ ଲାଗିରହେ ତେବେ ଏହାକୁ କ୍ରୋନିକ୍‌ ଷ୍ଟ୍ରେସ୍‌ କୁହାଯାଇଥାଏ । ଏହି କ୍ରୋନିକ୍‌ ଷ୍ଟ୍ରେସ୍‌ର ଅନେକ ପ୍ରଭାବ ଆମ ଶରୀର ଉପରେ ରହିଛି । ଏହା ଆମର ମାନସିକ ଓ ଶାରୀରିକ ଉଭୟ ସ୍ୱାସ୍ଥ୍ୟକୁ ଖରାପ କରିଥାଏ । ଆସନ୍ତୁ ଜାଣିବା କ୍ରୋନିକ୍‌ ଷ୍ଟ୍ରେସ୍‌ର ସେହିଭଳି କିଛି କୁ ପ୍ରଭାବ ବିଷୟରେ ।
– ମସ୍କୋସ୍କେଲେଟାଲ୍‌ ସିଷ୍ଟମ୍‌
କ୍ରୋନିକ୍‌ ଷ୍ଟ୍ରେସ୍‌ ଥିବା ସମୟରେ ଆମର ମାଂସପେଶୀ ସଙ୍କୁଚିତ ହେବାକୁ ଲାଗିଥାଏ । ତେବେ ଏହି ପ୍ରକ୍ରିୟା ଆମର ଶରୀର ଡିଫେନ୍ସ ମେକାନିଜିମ୍‌ ବା ପ୍ରତିକାର ସ୍ୱରୂପ କରିଥାଏ । କ୍ରୋନିକ୍‌ ଷ୍ଟ୍ରେସ୍‌ କାରଣରୁ ବେକ ଓ କାନ୍ଧରେ ଯନ୍ତ୍ରଣା ହୋଇଥାଏ ।
– ନିଶ୍ୱାସ ପ୍ରଶ୍ୱାସ ଉପରେ ପ୍ରଭାବ
କ୍ରୋନିକ୍‌ ଷ୍ଟ୍ରେସ୍‌ର ପ୍ରଭାବରେ ଆମର ନାକ ଓ ଫୁସ୍‌ଫୁସ୍‌ ମଧ୍ୟରେ ଥିବା ମସଲ୍‌କୁ ସଙ୍କୁଚିତ କରିବାର ସମ୍ଭାବନା ରହିଛି । ସେହିଭଳି ବେଳେବେଳେ ଏହି କାରଣରୁ ଆମକୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ ଅସୁବିଧା ହୋଇଥାଏ । କ୍ରୋନିକ୍‌ ଷ୍ଟ୍ରେସ୍‌ କାରଣରୁ ବିଭିନ୍ନ ଶ୍ୱାସ ଜନିତ ସମସ୍ୟା ଦେଖାଯିବାର ସମ୍ଭାବନା ରହିଛି ।
ପାଚନ ତନ୍ତ୍ର ଉପରେ ପ୍ରଭାବ
କ୍ରୋନିକ୍‌ ଷ୍ଟ୍ରେସ୍‌ କାରଣରୁ ଆମେ ସବୁବେଳେ ଆଙ୍ଗ୍‌ସିଅସ ରହିଥାଉ। ଯେଉଁ କାରଣରୁ ଆମର ଜିଆଇ ସିଷ୍ଟମ୍‌ ଓ ବ୍ରେନ୍‌ ମଧ୍ୟରେ କମ୍ୟୁନିକେସନରେ ଅସୁବିଧା ହୋଇଥାଏ । ଯାହାଫଳରେ ଗ୍ୟାସଟ୍ରିକ୍‌, ବ୍ଲୋଟିଂ ଭଳି ପାଚନ ସମସ୍ୟା ଦେଖାଦେଇଥାଏ ।

Tags: