କ୍ରୋନିକ୍‌ ପେନ୍‌ ସିଣ୍ଡ୍ରୋମ୍‌

କ୍ରୋନିକ୍‌ ପେନ୍‌ ସିଣ୍ଡ୍ରୋମ୍‌ ଏଭଳି ଏକ ସମସ୍ୟା ଯାହା ରୋଗୀଙ୍କ ଶରୀରରେ ବହୁତ ଦିନ ବା ତିନିମାସରୁ ଅଧିକ ସମୟ ଧରି ରହିଥାଏ । କେତେକ ଲୋକଙ୍କ ଠାରେ ଏହା ଜୀବନ ସାରା ରହିଯାଏ । ମାତ୍ର ଏଭଳି ମଧ୍ୟ ଉଦାହରଣ ରହିଛି ଯେଉଁ କ୍ଷେତ୍ରରେ ଏହି ରୋଗ ଖୁବ୍‌ ଶୀଘ୍ର ଭଲ ହୋଇଯାଇଥାଏ । ଏହି ରୋଗ ଆମ ଶରୀରର ଯେକୌଣସି ଅଂଶରେ ବି ଦେଖାଦେଇଥାଏ । ଏହି ରୋଗ ହେବା ଫଳରେ ଆମ ଦୈନନ୍ଦିନର […]

Samaya Live Picture
Published On

କ୍ରୋନିକ୍‌ ପେନ୍‌ ସିଣ୍ଡ୍ରୋମ୍‌ ଏଭଳି ଏକ ସମସ୍ୟା ଯାହା ରୋଗୀଙ୍କ ଶରୀରରେ ବହୁତ ଦିନ ବା ତିନିମାସରୁ ଅଧିକ ସମୟ ଧରି ରହିଥାଏ । କେତେକ ଲୋକଙ୍କ ଠାରେ ଏହା ଜୀବନ ସାରା ରହିଯାଏ । ମାତ୍ର ଏଭଳି ମଧ୍ୟ ଉଦାହରଣ ରହିଛି ଯେଉଁ କ୍ଷେତ୍ରରେ ଏହି ରୋଗ ଖୁବ୍‌ ଶୀଘ୍ର ଭଲ ହୋଇଯାଇଥାଏ । ଏହି ରୋଗ ଆମ ଶରୀରର ଯେକୌଣସି ଅଂଶରେ ବି ଦେଖାଦେଇଥାଏ । ଏହି ରୋଗ ହେବା ଫଳରେ ଆମ ଦୈନନ୍ଦିନର କାର୍ଯ୍ୟକଳାପ ଉପରେ ଭାରିମାତ୍ରାରେ ପ୍ରଭାବ ପଡିଥାଏ । ଏହା ଅବସାଦ, ଆଙ୍ଗ୍‌ଜାଇଟି ଏବଂ ନିଦ୍ରାହୀନତା ଆଦିର କାରଣ ସାଜିଥାଏ । ତେବେ ଆମ ଶରୀରରେ କୌଣସି କ୍ଷତ କିମ୍ବା ଆଘାତ ଲାଗିଲେ, ସମୟକ୍ରମେ ତାହା ଠିକ୍‌ ହୋଇଯାଇଥାଏ । ହେଲେ କ୍ରୋନିକ୍‌ ପେନ୍‌ ସିଣ୍ଡ୍ରୋମ୍‌ରେ ପୀଡିତ ଲୋକଙ୍କର କ୍ଷତ ଭଲ ହେବା ପରେ ମଧ୍ୟ ଶରୀରରେ କଷ୍ଟ ରହିଯାଇଥାଏ । କେତେକ କ୍ଷେତ୍ରରେ କୌଣସି କାରଣ ନଥାଇ ମଧ୍ୟ ଏଭଳି ହୋଇଥାଏ । ଏଭଳି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Tags: