ଶିଶୁଙ୍କ ମାନସିକ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ
ଶିଶୁଙ୍କର ଶାରିରୀକ ସ୍ୱାସ୍ଥ୍ୟ ସହିତ ମାନସିକ ସ୍ୱାସ୍ଥ୍ୟର ମଧ୍ୟ ସେତିକି ଗୁରୁତ୍ୱ ରହିଛି । ତେବେ ଦେଖିବାକୁ ମିଳେ ସବୁବେଳେ ବାପା ମାଆ ସେମାନଙ୍କ ଶରୀର ଉପରେ ବେଶି ଗୁରୁତ୍ୱ ଦେଇ ମାନସିକ ସ୍ୱାସ୍ଥ୍ୟକୁ ଅଣଦେଖା କରନ୍ତି । ହେଲେ ଏପରି କରିବା ଠିକ୍ ନୁହେଁ । ଛୋଟ ପିଲାଟିଏ ହେଲେ ମଧ୍ୟ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ବିଗିଡିବାର ଆଶଙ୍କା ରହିଛି । ପିଲାମାନଙ୍କ କ୍ଷେତ୍ରରେ ଏହା ବିଶେଷ କ୍ଷତିକାରକ ମଧ୍ୟ ହୋଇଥାଏ କାରଣ ଶିଶୁମାନେ ନିଜ […]
ଶିଶୁଙ୍କର ଶାରିରୀକ ସ୍ୱାସ୍ଥ୍ୟ ସହିତ ମାନସିକ ସ୍ୱାସ୍ଥ୍ୟର ମଧ୍ୟ ସେତିକି ଗୁରୁତ୍ୱ ରହିଛି । ତେବେ ଦେଖିବାକୁ ମିଳେ ସବୁବେଳେ ବାପା ମାଆ ସେମାନଙ୍କ ଶରୀର ଉପରେ ବେଶି ଗୁରୁତ୍ୱ ଦେଇ ମାନସିକ ସ୍ୱାସ୍ଥ୍ୟକୁ ଅଣଦେଖା କରନ୍ତି । ହେଲେ ଏପରି କରିବା ଠିକ୍ ନୁହେଁ । ଛୋଟ ପିଲାଟିଏ ହେଲେ ମଧ୍ୟ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ବିଗିଡିବାର ଆଶଙ୍କା ରହିଛି । ପିଲାମାନଙ୍କ କ୍ଷେତ୍ରରେ ଏହା ବିଶେଷ କ୍ଷତିକାରକ ମଧ୍ୟ ହୋଇଥାଏ କାରଣ ଶିଶୁମାନେ ନିଜ ମନ କଥା କହିବାରେ ଅସମର୍ଥ ହୋଇଥାଆନ୍ତି । ତେଣୁ ଶିଶୁମାନଙ୍କର ବ୍ୟବହାର ପ୍ରତି ସତର୍କ ରହି ଆମକୁ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଜାଣିବାର ଅଛି । ତେଣୁ କିଛି ଲକ୍ଷଣ ପ୍ରତି ଆମକୁ ଧ୍ୟାନ ଦେବାକୁ ହୋଇଥାଏ । ବେଳେବେଳେ ପିଲାଙ୍କର ମୁଡ୍ରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ସେମାନଙ୍କ ବ୍ୟବହାରରେ ଭିନ୍ନତା ଦେଖିବାକୁ ମିଳିଥାଏ । ଯେପରି ସେମାନେ ହଠାତ୍ ଚିଡ୍ଚିଡା ହୋଇଯାଆନ୍ତି । ଏକୁଟିଆ ରହିବାକୁ ଇଚ୍ଛା କରନ୍ତି, ଅର୍ଥାତ ସାଙ୍ଗସାଥୀଙ୍କ ସହିତ ମିଶିବା କିମ୍ବା ଖେଳିବା ପ୍ରତି ଆଗ୍ରହ ପ୍ରକାଶ କରନ୍ତି ନାହିଁ । ଯେଉଁ କାମଗୁଡିକୁ ସେ କରିବାକୁ ଭଲ ପାଇଥାଆନ୍ତି ସେଗୁଡିକୁ କରିବାକୁ ମନା କରନ୍ତି । ହଠାତ୍ ରାଗି ଯାଆନ୍ତି, ଖାଇବା ପ୍ରତି ଆଗ୍ରହ ରହେନାହିଁ । କେତେକଙ୍କ କ୍ଷେତ୍ରରେ ନିଦ୍ରାହୀନତା ମଧ୍ୟ ଦେଖିବାକୁ ମିଳିଥାଏ । କେହିକେହି କମ ଶୋଉଥିବାବେଳେ କିଛି ଶିଶୁ ଅଧିକ ଶୋଇଥାଆନ୍ତି । ଯଦି ଏଭଳି କୌଣସି ଲକ୍ଷଣ ଆପଣଙ୍କ ଶିଶୁଙ୍କ ନିକଟରେ ଦେଖିବାକୁ ପାଉଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ସେହିଭଳି ଘରେ ମଧ୍ୟ ନିଜର ବ୍ୟବହାରରେ ପରିବର୍ତ୍ତନ ଆଣନ୍ତୁ । ପିଲାଙ୍କ ସହିତ ସମୟ ବିତାନ୍ତୁ । ସେମାନଙ୍କୁ ମୋବାଇଲ, ଟିଭି ଆଦିଠୁ ଦୂରେଇ ରଖି ବାହାରେ ଖେଳିବାକୁ ଦିଅନ୍ତୁ । ଯେତେ ପାରୁଛନ୍ତି ସେମାନଙ୍କୁ ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ସହିତ ମିଶିବାକୁ ଦିଅନ୍ତୁ ।




