ଚାଇଲଡ ଓବେସିଟି
ଆଜିକାଲି କେବଳ ଯେ ବଡ ଲୋକ ଓବେସିଟିର ଶିକାର ହେଉଛନ୍ତି ତାହା ନୁହେଁ, ଛୋଟ ପିଲା ମଧ୍ୟ ଏହାର ଶିକାର ହେବାରେ ଲାଗିଛନ୍ତି । କାରଣ ବର୍ତ୍ତମାନ ସେମାନଙ୍କ ଡାଏଟ୍ରେ ଜଙ୍କ ଫୁଡ୍ ସାମିଲ ହେବାରେ ଲାଗିଛି । ଏହି ଅଭ୍ୟାସ ଚାଇଲଡ ଓବେସିଟିର ପ୍ରଥମ କାରଣ ସାଜିଛି । ଯାହା ପିଲାଙ୍କ ଶରୀରରେ ଅନେକ ସମସ୍ୟା ଯେପରି ମଧୁମେହ, ହାର୍ଟ ଡିଜିଜ୍, ଉଚ୍ଚ ରକ୍ତଚାପ ଆଦିର କାରଣ ସାଜିଛି । ତେଣୁ ପିଲାଙ୍କୁ ଯେତେ ପାରୁଛନ୍ତି […]
ଆଜିକାଲି କେବଳ ଯେ ବଡ ଲୋକ ଓବେସିଟିର ଶିକାର ହେଉଛନ୍ତି ତାହା ନୁହେଁ, ଛୋଟ ପିଲା ମଧ୍ୟ ଏହାର ଶିକାର ହେବାରେ ଲାଗିଛନ୍ତି । କାରଣ ବର୍ତ୍ତମାନ ସେମାନଙ୍କ ଡାଏଟ୍ରେ ଜଙ୍କ ଫୁଡ୍ ସାମିଲ ହେବାରେ ଲାଗିଛି । ଏହି ଅଭ୍ୟାସ ଚାଇଲଡ ଓବେସିଟିର ପ୍ରଥମ କାରଣ ସାଜିଛି । ଯାହା ପିଲାଙ୍କ ଶରୀରରେ ଅନେକ ସମସ୍ୟା ଯେପରି ମଧୁମେହ, ହାର୍ଟ ଡିଜିଜ୍, ଉଚ୍ଚ ରକ୍ତଚାପ ଆଦିର କାରଣ ସାଜିଛି । ତେଣୁ ପିଲାଙ୍କୁ ଯେତେ ପାରୁଛନ୍ତି କମ ଜଙ୍କ ଫୁଡ୍ ଖାଇବାକୁ ଦିଅନ୍ତୁ । ସେଥିପାଇଁ କିଛି ଟ୍ରିକ୍ ଆପଣ ଆପଣାଇ ପାରିବେ, ଯାହାକୁ ବ୍ୟବହାର କରି ଜଙ୍କ୍ଫୁଡ୍ ଅଭ୍ୟାସକୁ ଆପଣ ଦୂରେଇ ପାରିବେ । ପିଲାମାନେ ନିଜ ବାପା ମା’ଙ୍କ ଠାରୁ ଖାଦ୍ୟ ଅଭ୍ୟାସ ବିଷୟରେ ଶିଖିଥାଆନ୍ତି । ତେଣୁ ସେମାନଙ୍କ ଆଗରେ କେବେ ହେଲେ ବି ଜଙ୍କ ଫୁଡ୍କୁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ । ସବୁବେଳେ ନିଜେ ହେଲ୍ଦି ଖାଦ୍ୟ ଖାଇବା ସହିତ ତାଙ୍କୁ ମଧ୍ୟ ହେଲଦି ଖାଇବା ଦିଅନ୍ତୁ । ସବୁବେଳେ ପିଲାମାନେ ଖାଦ୍ୟ ପାଇଁ କିଭଳି ଆଗ୍ରହ ପ୍ରକାଶ କରିବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ସେମାନଙ୍କୁ ଗ୍ରୋସରି ଓ ପରିବା ଆଣିବାବେଳେ ମାସକୁ ଥରେ ସାଙ୍ଗରେ ନେଇ ପାରିବେ । ଆପଣ ରୋଷେଇ କରିବା ବେଳେ ତାଙ୍କୁ ସାଙ୍ଗରେ ରଖିପାରିବେ । ଏହାଦ୍ୱାରା ସେମାନଙ୍କର ଖାଦ୍ୟ ପ୍ରତି ଆଗ୍ରହ ବଢିବ । ସବୁଠାରୁ ବଡକଥା ସେମାନଙ୍କ ଶାରୀରିକ ପରିଶ୍ରମ ବଢାନ୍ତୁ । ସେମାନେ ଫିଜିକାଲି ଯେତେ ପରିମାଣରେ ଆକଫିଭ ରହିବେ ସେମାନଙ୍କ ଭୋକ ବଢିବ ଯାହାଫଳରେ ସେମାନଙ୍କର ଖାଦ୍ୟ ପ୍ରତି ମଧ୍ୟ ଆଗ୍ରହ ବଢିବ । ତେବେ ଯଦି ଆପଣଙ୍କ ପିଲା ଓବେସିଟିର ଶିକାର ହୋଇଛି ବୋଲି ସନ୍ଦେହ କରୁଛନ୍ତି, ତାହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।




