ବର୍ଷାରେ ଶିଶୁଙ୍କ ଯତ୍ନ
ବଦଳିଛି ପାଣିପାଗ,ବଦଳିଛି ଜଳବାୟୁ । ଏବେ ସାରା ରାଜ୍ୟରେ ମୌସୁମୀଜନିତ ବର୍ଷା ଆରମ୍ଭ ହୋଇସାରିଛି । ଅନ୍ୟାନ୍ୟ ଋତୁ ତୁଳନାରେ ବର୍ଷା ଋତୁରେ ସାଧାରଣତଃ ଥଣ୍ଡା, କାଶ, ଜ୍ୱର ଭଳି ରୋଗ ଶୀଘ୍ର ଆକ୍ରାନ୍ତ କରିଥାଏ । ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ବର୍ଷା ଦିନରେ ସେମାନଙ୍କୁ ଅତି ଶୀଘ୍ର ରୋଗ ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ଥାଏ । ସେହିଭଳି ବର୍ତ୍ତମାନ ମୌସୁମୀଜନିତ ରୋଗ ସହ କରୋନାର ଭୟ ମଧ୍ୟ ରହିଛି । […]
ବଦଳିଛି ପାଣିପାଗ,ବଦଳିଛି ଜଳବାୟୁ । ଏବେ ସାରା ରାଜ୍ୟରେ ମୌସୁମୀଜନିତ ବର୍ଷା ଆରମ୍ଭ ହୋଇସାରିଛି । ଅନ୍ୟାନ୍ୟ ଋତୁ ତୁଳନାରେ ବର୍ଷା ଋତୁରେ ସାଧାରଣତଃ ଥଣ୍ଡା, କାଶ, ଜ୍ୱର ଭଳି ରୋଗ ଶୀଘ୍ର ଆକ୍ରାନ୍ତ କରିଥାଏ । ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ବର୍ଷା ଦିନରେ ସେମାନଙ୍କୁ ଅତି ଶୀଘ୍ର ରୋଗ ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ଥାଏ । ସେହିଭଳି ବର୍ତ୍ତମାନ ମୌସୁମୀଜନିତ ରୋଗ ସହ କରୋନାର ଭୟ ମଧ୍ୟ ରହିଛି । କୋଭିଡ୍ ତୃତୀୟ ଲହରରେ ଶିଶୁମାନେ ସର୍ବାଧିକ ପ୍ରଭାବିତ ହେବାର ସମ୍ଭାବନା ରହିଥିବା ଆକଳନ କରାଯାଉଛି । ତେଣୁ ବର୍ତ୍ତମାନ ପିଲାଙ୍କ ଅଧିକ ଯନି ନେବାର ଆବଶ୍ୟକତା ରହିଛି । ତେଣୁ ଏହି ସମୟରେ କିଛି କଥାର ଧ୍ୟାନଦେଲେ ଆମେ ଛୋଟ ଶିଶୁଙ୍କର ଯନି ନେବାସହ ସେମାନଙ୍କର ରୋଗପ୍ରତିରୋଧକ ଶକ୍ତି ବଢାଇପାରିବା ।
ସଠିକ୍ ଖାଦ୍ୟପେୟ -: ଏହି ସମୟରେ ପିଲାଙ୍କୁ ବଜାରରେ ବିକ୍ରି ହେଉଥିବା ପ୍ୟାକେଟ୍ ଫୁଡ଼୍ ତ୍ୟାଗ କରି ପର୍ଯ୍ୟାପ୍ତ ପରିମାଣର ସବୁଜ ପନିପରିବା, ଫଳ, ପାଣି ଏବଂ ଭିଟାମିନ୍- ସି ଯୁକ୍ତ ଖାଦ୍ୟ ଖାଇବାକୁ ଦିଅନ୍ତୁ ।
ଜୀବନଶୈଳୀ ପରିବର୍ତ୍ତନ -: ନାକ ଓ ମୁହଁରେ ହାତ ନଲଗାଇବା, ନିୟମିତ ବ୍ୟବଧାନରେ ସାବୁନ୍ରେ ଭଲ ଭାବରେ ହାତ ଧୋଇବା ଅଭ୍ୟାସ କରାନ୍ତୁ । ଅତି ଆବଶ୍ୟକ ନଥିଲେ ପିଲାଙ୍କୁ ବାହାରକୁ ନିଅନ୍ତୁ ନାହିଁ । ଭିଡ଼ ସ୍ଥାନକୁ ପିଲାଙ୍କୁ ନିଅନ୍ତୁ ନାହିଁ, ବାହାରେ କୌଣସି ଜିନିଷକୁ ପିଲାଙ୍କୁ ଛୁଇଁବାକୁ ଦିଅନ୍ତୁ ନାହିଁ । ଘରେ ଥିବାବେଳେ ପିଲାଙ୍କୁ କିଛି ସମୟ ଖେଳାଖେଳି କରିବା ସହିତ ଯୋଗ ଓ ପ୍ରାଣାୟମ କରିବା ପାଇଁ ପ୍ରୋତ୍ସାହିତ କରନ୍ତୁ ।
ଅସୁସ୍ଥ ବ୍ୟକ୍ତିଙ୍କଠାରୁ ଦୂରେଇ ରଖନ୍ତୁ -: ପିଲାଙ୍କୁ କରୋନା ସଂକ୍ରମିିତ ବ୍ୟକ୍ତି ଓ ତାଙ୍କ ଯନି ନେଉଥିବା ବ୍ୟକ୍ତିଙ୍କଠାରୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ରଖନ୍ତୁ । ଏହା ସହିତ ଥଣ୍ଡା, କାଶ, ଜ୍ୱର ହେଉଥିବା ବ୍ୟକ୍ତିଙ୍କଠାରୁ ମଧ୍ୟ ଦୂରେଇ ରଖନ୍ତୁ ।
ଚିକିତ୍ସାରେ ଅବହେଳା କରନ୍ତୁ ନାହିଁ -: କରୋନା ଡ଼ରରେ ନବଜାତ ଶିଶୁ ଏବଂ ଛୋଟ ପିଲାଙ୍କ ଚିକିତ୍ସାରେ ଅବହେଳା କରନ୍ତୁ ନାହିଁ। ଡାକ୍ତରଙ୍କ ପରାମର୍ଶରେ ପିଲାଙ୍କ ସମସ୍ତ ଟିକା ଓ ସ୍ୱାସ୍ଥ୍ୟ ପରୀକ୍ଷା ଠିକ୍ ସମୟରେ କରାଇ ନିଅନ୍ତୁ ।
ସରକାରୀ ନିୟମ ମାନନ୍ତୁ – ନିୟମିତ ହାତ ଧୋଇବା, ମାସ୍କ ପରିଧାନ କରିବା, ସାମାଜିକ ଦୂରତା ସହିତ ପିଲାଙ୍କ ପାଇଁ ସରକାରଙ୍କ ସମସ୍ତ କୋଭିଡ୍ ଗାଇଡ୍ ଲାଇନ୍ ମାନନ୍ତୁ । କରୋନା ବିରୋଧରେ ଲଢିବାକୁ ସେମାନଙ୍କୁ ପ୍ରସ୍ତୁତ କରନ୍ତୁ ।




