କେମିକାଲ କମାଇବ ବୟସ

ହାୱାର୍ଡ ୟୁନିଭର୍ସିଟିର ବୈଜ୍ଞାନିକମାନେ ୬ ପ୍ରକାରର କେମିକାଲସ ବାହାର କରିଛନ୍ତି, ଯାହା ବୟସ୍କ ଲୋକଙ୍କୁ ପୁଣିଥରେ ଯୁବକ କରିବ । ନୁ୍ୟୟର୍କ ପୋଷ୍ଟର ଏକ ରିପୋର୍ଟରେ ୟୁୁନିଭର୍ସିଟିର ଗବେଷକମାନେ ଏନେଇ ଦାବି କରିଥିବା ପ୍ରକାଶ ପାଇଛି । ସେମାନେ ଏହି ୬ଟି କେମିକାଲ୍ସକୁ ମିଶାଇ ଫାଉଣ୍ଟେନ୍‌ ଅଫ ୟୁଥ୍‌ ନାମରେ ଏକ ଡ୍ରିଙ୍କ୍‌ ପ୍ରସ୍ତୁତ କରାଯାଇଛି । ଏହାକୁ କେମିକାଲ କକ୍‌ଟେଲ୍‌ ନାମ ଦିଆଯାଇଛି । ଗବେଷକଙ୍କ ମତରେ ଏହି କକ୍‌ଟେଲ ଗୋଟିଏ ସପ୍ତାହ ମଧ୍ୟରେ କାର୍ଯ୍ୟ […]

Samaya Live Picture
Published On

ହାୱାର୍ଡ ୟୁନିଭର୍ସିଟିର ବୈଜ୍ଞାନିକମାନେ ୬ ପ୍ରକାରର କେମିକାଲସ ବାହାର କରିଛନ୍ତି, ଯାହା ବୟସ୍କ ଲୋକଙ୍କୁ ପୁଣିଥରେ ଯୁବକ କରିବ । ନୁ୍ୟୟର୍କ ପୋଷ୍ଟର ଏକ ରିପୋର୍ଟରେ ୟୁୁନିଭର୍ସିଟିର ଗବେଷକମାନେ ଏନେଇ ଦାବି କରିଥିବା ପ୍ରକାଶ ପାଇଛି । ସେମାନେ ଏହି ୬ଟି କେମିକାଲ୍ସକୁ ମିଶାଇ ଫାଉଣ୍ଟେନ୍‌ ଅଫ ୟୁଥ୍‌ ନାମରେ ଏକ ଡ୍ରିଙ୍କ୍‌ ପ୍ରସ୍ତୁତ କରାଯାଇଛି । ଏହାକୁ କେମିକାଲ କକ୍‌ଟେଲ୍‌ ନାମ ଦିଆଯାଇଛି । ଗବେଷକଙ୍କ ମତରେ ଏହି କକ୍‌ଟେଲ ଗୋଟିଏ ସପ୍ତାହ ମଧ୍ୟରେ କାର୍ଯ୍ୟ କରିବା ଆରମ୍ଭ କରିଥାଏ । ଯଦି ଜଣେ ବ୍ୟକ୍ତି ଚାରି ଦିନର ଟ୍ରିଟମେଣ୍ଟ୍‌ କରିବେ ତେବେ ସେ ୩ବର୍ଷ ପାଇଁ ଯୁବକ ହୋଇପାରିବ । ପୂର୍ବରୁ ବୟସ କମାଇବା ପାଇଁ ଅନେକ ରିସର୍ଚ୍ଚ ହୋଇଥିବାର ପ୍ରମାଣ ରହିଛି । ଜିନ୍‌ ଥେରାପି ସାହାଯ୍ୟରେ ବୟସ କମାଯାଇପାରିବ ବୋଲି ପୂର୍ବରୁ ରିସର୍ଚ୍ଚରେ ଜଣା ପଡିଥିଲା । ସେହିଭଳି ବର୍ତ୍ତମାନ ଏହି କେମିକାଲ ସମ୍ବନ୍ଧରେ ସୂଚନା ମିଳିଛି । ମୂଷା ଓ ମାଙ୍କଡଙ୍କ ଉପରେ ହେଉଥିବା ବିଭିନ୍ନ ପରୀକ୍ଷଣ ସମୟରେ ବୈଜ୍ଞାନିକମାନେ ଏଭଳି କିଛି କେମିକାଲ ସମ୍ପର୍କରେ ଜାଣିବାକୁ ପାଇଥିଲେ, ଯାହା ବୟସ କମାଇବାରେ ସହାୟକ ହେଉଛି । ତେବେ ଏନେଇ ଅଧିକ ଗବେଷଣା ଜାରି ରହିଛି, ଆଗକୁ ଏହାକୁ ମଣିଷ ଉପରେ ପରୀକ୍ଷଣ କରାଯିବା ନେଇ ଯୋଜନା କରାଯାଉଛି । ଯାହା ଆରବର୍ଷ ହେବ ବୋଲି ସୂଚନା ମିଳିଛି ।

Tags: