ବଦଳାନ୍ତୁ ଜୀବନଶୈଳୀ
ଆଜିକାଲି ଏଭଳି ଅନେକ ରୋଗ ହେଉଛି, ଯାହାର କାରଣ ଆମର ଖରା ଜୀବନଶୈଳୀ । ତେଣୁ ଜୀବନଶୈଳୀରେ ଅତି ସହଜରେ କରାଯାଇପାରୁଥିବା କେତେକ 'ମାଇକ୍ରୋ ହେଲଥ୍ ହାବିଟ୍ସ' ବା କ୍ଷୁଦ୍ର ସ୍ୱାସ୍ଥ୍ୟ ଅଭ୍ୟାସ ପରିବର୍ତ୍ତନ ଦ୍ୱାରା ଓଜନ ନିୟନ୍ତ୍ରଣ କରିବା ସହ ଶରୀରକୁ ସୁସ୍ଥ ରଖାଯାଇପାରିବ । ସକାଳୁ ଉଠିବା ମାତ୍ରେ ଏବଂ ପ୍ରତିଥର ଖାଇବାର ୧୫-୨୦ ମିନିଟ୍ ପୂର୍ବରୁ ଗୋଟିଏ ଗ୍ଲାସ ପାଣି ପିଇବା, ଖାଦ୍ୟକୁ ଅତିକମରେ ୨୦ ପ୍ରତିଶତ ଧୀରେ ଧୀରେ ଚୋବାଇ ଖାଇବା, ସକାଳର ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସି ମାତ୍ର ୧୦ ମିନିଟ୍ ଚାଲିବା ଦ୍ୱାରା ହଜମ ପ୍ରକ୍ରିୟା ସ୍ୱାଭାବିକ ହେବା ସହ ରାତିରେ ଭଲ ନିଦ ହୋଇଥାଏ । ଯାହା ଅଦରକାରୀ ଖାଦ୍ୟ ଖାଇବାର ଇଚ୍ଛାକୁ ପ୍ରାକୃତିକ ଭାବେ କମାଇଦିଏ । ଏହା ସହିତ ସନ୍ଧ୍ୟା ସମୟରେ ପ୍ରୋଟିନ୍ ଓ ଫାଇବରଯୁକ୍ତ ହାଲୁକା ଜଳଖିଆ ଖାଇବା, ମଧ୍ୟାହ୍ନ ଓ ରାତି ଭୋଜନ ପରେ ୧୦ ମିନିଟ୍ ଚାଲିବା ଦ୍ୱାରା ରକ୍ତରେ ଶର୍କରା ବା ବ୍ଲଡ୍ ସୁଗାରର ପରିମାଣ ନିୟନ୍ତ୍ରିତ ରହିଥାଏ । ଖାଦ୍ୟ ଖାଇବା ସମୟରେ ଛୋଟ ପ୍ଲେଟ୍ କିମ୍ବା ଗିନାର ବ୍ୟବହାର କରିବା ଦ୍ୱାରା ଅଧିକ କ୍ୟାଲୋରି ଗ୍ରହଣ କରିବାର ଆଶଙ୍କା ଦୂର ହୋଇଥାଏ । ସେହିଭଳି ଦିନସାରା ବସି ନରହି ଫୋନରେ କଥା ହେବା ସମୟରେ ଚାଲିବା କିମ୍ବା ପ୍ରତି ଘଣ୍ଟାରେ ୨ ମିନିଟ୍ ପାଇଁ ଛିଡ଼ା ହେବା ଭଳି 'ନନ୍-ଏକ୍ସରସାଇଜ୍ ଆକ୍ଟିଭିଟି ଥର୍ମୋଜେନେସିସ୍' ପ୍ରକ୍ରିୟାକୁ ଆପଣାଇବା ଦ୍ବାରା ଏହାର ଖୁବ ଭଲ ପ୍ରଭାବ ଆମ ସ୍ବାସ୍ଥ୍ୟ ଉପରେ ପଡିଥାଏ । ସେହିଭଳି ନିଜ ଖାଦ୍ୟ ଥାଳିରେ ସାଲାଡ୍ କିମ୍ବା ସବୁଜ ପନିପରିବା ସାମିଲ କରି ଫାଇବରର ମାତ୍ରା ବଢ଼ାନ୍ତୁ ଏବଂ ରାତିରେ ଡିନର୍ ସରିବା ପରେ ବିଭିନ୍ନ ପ୍ୟାକେଜ ଫୁଡ ଖାଇବାରୁ ଦୂରେଇ ରୁହନ୍ତୁ । ସେହିଭଳି ଶୋଇବାର ୩୦ ମିନିଟ୍ ପୂର୍ବରୁ ମୋବାଇଲ୍-ଟିଭି ବନ୍ଦ କରି ଏକ ନିର୍ଦ୍ଦିଷ୍ଟ ସମୟରେ ଶୋଇବା ଦ୍ୱାରା କୌଣସି ଅତିରିକ୍ତ ପରିଶ୍ରମ ବିନା ଶରୀରକୁ ସମ୍ପୂର୍ଣ୍ଣ ସୁସ୍ଥ ଓ ରୋଗମୁକ୍ତ ରଖାଯାଇପାରିବ ।




