ଚାନ୍ଦିପୁରା ଭାଇରସ୍

ଚାନ୍ଦିପୁରା ଭାଇରସ୍
Ipsita Picture
By: Ipsita
Published On

 

 ବର୍ତ୍ତମାନ ଦେଶରେ ଚାନ୍ଦିପୁରା ଭାଇରସ ନାମକ ଏକ ସଂକ୍ରମଣ ଖୁବ ବଢିବାରେ ଲାଗିଛି । ତେବେ ଏହି ଚାନ୍ଦିପୁରା ଭାଇରସ୍ ହେଉଛି ଏକ ଭେକ୍ଟର-ବର୍ଣ୍ଣ ଭାଇରାଲ୍ ସଂକ୍ରମଣ, ଯାହା ମୁଖ୍ୟତଃ ସଂକ୍ରମିତ 'ସ୍ୟାଣ୍ଡଫ୍ଲାଇ' ( ଏକପ୍ରକାରର ମାଛି) କାମୁଡ଼ିବା ଦ୍ୱାରା ମଣିଷ ଶରୀରକୁ ବ୍ୟାପିଥାଏ । ଏହା ମଣିଷର ମସ୍ତିଷ୍କକୁ ଆକ୍ରାନ୍ତ କରି ତୀବ୍ର ନ୍ସେଫାଲାଇଟିସ୍  କିମ୍ବା ମସ୍ତିଷ୍କ ପ୍ରଦାହ ସୃଷ୍ଟି କରିଥାଏ । ୧୫ ବର୍ଷରୁ କମ୍ ବୟସର ପିଲାମାନେ ଏହା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାନ୍ତି। ଲକ୍ଷଣ ଦେଖାଯିବାର ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଏହି ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଇ ଶିଶୁକୁ କୋମା ଓ ମୃତ୍ୟୁ ମୁଖକୁ ଠେଲି ଦେଇଥାଏ । ଭାରତର ଗୁଜରାଟରେ ଏହି ଭାଇରସର ପ୍ରକୋପ ବୃଦ୍ଧି ପାଇଛି । ରାଜ୍ୟରେ ପ୍ରାୟ ୧୮୪ ଜଣ ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଥିବା ବେଳେ ୨୨ ଜଣଙ୍କ ମୃତ୍ୟୁ ଘଟିଛି ।   ଏହିରୋଗ ମାଈ 'ଫ୍ଲେବୋଟୋମାଇନ୍ ସ୍ୟାଣ୍ଡଫ୍ଲାଇ' କାମୁଡ଼ିବା ଦ୍ୱାରା ବ୍ୟାପିଥାଏ । ଏହା ଜଣକ ଶରୀରରୁ ଅନ୍ୟ ଜଣକୁ ସିଧାସଳଖ ବ୍ୟାପେ ନାହିଁ । ରୋଗର ମୁଖ୍ୟ ଲକ୍ଷଣ ଭାବେ  ହଠାତ୍ ପ୍ରବଳ ଜ୍ୱର ହେବା,  ପ୍ରଚଣ୍ଡ ମୁଣ୍ଡବିନ୍ଧା  ବାନ୍ତି ଓ ଝାଡ଼ା ହେବା  ବାତ ମାରିବା, ଚେତା ହରାଇବା କିମ୍ବା ଅଚେତ ହୋଇପଡ଼ିବା ଆଦି ଦେଖିବାକୁ ମିଳିଥାଏ । ତେବେ ଲକ୍ଷଣ ଦେଖିବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।  ଏହି ଭାଇରସ୍ ଅତି ଦ୍ରୁତ ଗତିରେ (୨୪-୪୮ ଘଣ୍ଟା ମଧ୍ୟରେ) ମସ୍ତିଷ୍କକୁ ପ୍ରଭାବିତ କରୁଥିବାରୁ ପ୍ରାରମ୍ଭିକ ସ୍ତରରେ ଡାକ୍ତରୀ ସହାୟତା ଜରୁରୀ । ଏଥିରୁ ରକ୍ଷା ପାଇବାକୁ ହେଲେ ସଚେତନତା ଓ କୀଟପତଙ୍ଗଙ୍କଠାରୁ ଦୂରରେ ରହିବା ହିଁ ମୁଖ୍ୟ ବ୍ୟବସ୍ଥା । ବାହାରକୁ ଯିବା ସମୟରେ ପୂର୍ଣ୍ଣ ପୋଷାକ ଓ ରିପେଲେଣ୍ଟ ଲଗାନ୍ତୁ । ଶିଶୁମାନଙ୍କୁ ସମ୍ପୂର୍ଣ୍ଣ ଶରୀର ଢାଙ୍କି ହେଉଥିବା ପୋଷାକ ପିନ୍ଧାନ୍ତୁ ଏବଂ ମଶା/କୀଟପତଙ୍ଗ ନିବାରକ କ୍ରିମ୍ ବ୍ୟବହାର କରନ୍ତୁ ।  ଶୋଇବା ସମୟରେ ନିୟମିତ ମଶାରି ବ୍ୟବହାର କରନ୍ତୁ ।  ଘର ଏବଂ ଘର ଚାରିପାଖକୁ ସଫାସୁତୁରା ରଖନ୍ତୁ । କାନ୍ଥର ଫାଟ କିମ୍ବା କଚ୍ଚା ଘର ପରି ସ୍ଥାନରେ ସ୍ୟାଣ୍ଡଫ୍ଲାଇ ବଂଶବୃଦ୍ଧି କରୁଥିବାରୁ ସେଗୁଡ଼ିକୁ ପରିଷ୍କାର ରଖିବା ସହ କୀଟନାଶକ ସ୍ପ୍ରେ କରନ୍ତୁ ।  

Tags: