ଚକ୍ରାସନ
By: Ipsita
ଚକ୍ରାସନ କରିବା ପାଇଁ ଯୋଗମ୍ୟାଟରେ ଶବାସନ ଭଳି ଶୋଇଯାଆନ୍ତୁ । ଏହାପରେ ଦୁଇ ଗୋଡ ମଧ୍ୟରେ କିଛି ବ୍ୟବଧାନ କରନ୍ତୁ । ଏହାପରେ ହାତକୁ କହୁଣୀ ପାଖରୁ ଭାଙ୍ଗି ମାଟି ଉପରେ କାନ ପାଖରେ ରଖନ୍ତୁ । ଏହାପରେ ଧୀରେଧୀରେ ହାତ ଓ ଗୋଡକୁ ବ୍ୟବହାର କରି (ଚିତ୍ରରେ ଦିଆଯାଇଥିବା ଭଳି) ଉପରକୁ ଉଠିବାକୁ ଚେଷ୍ଟା କରନ୍ତୁ । ପ୍ରଥମେ ଏହି ପୋଜରେ ଖୁବ କମ ସମୟ ଯେପରି ୧୫ ସେକେଣ୍ଡ୍ ପାଇଁ ରୁହନ୍ତୁ । ଅଧିକ ଅଭ୍ୟାସ ପରେ ଏହାର ସମୟ ବଢାଇ ପାରିବେ । ଏହା କରିବା କଷ୍ଟସାଧ୍ୟ ଅଟେ । ଏହା କରିବା ସମୟରେ ଅନ୍ୟର ସାହାଯ୍ୟ ନିଅନ୍ତୁ ।
ଚକ୍ରାସନର ଲାଭ
- ରକ୍ତ ପ୍ରବାହ ବଢାଇଥାଏ ।
- ମେରୁଦଣ୍ଡ ସମସ୍ୟା ଦୁରେଇଥାଏ ।
- ପିଠି ଓ ଅଣ୍ଟା ବିନ୍ଧା ଦୂର କରେ ।
- ମାଂସପେଶୀ ସୁଦୃଢ କରିଥାଏ ।
- ଶାରୀରିକ ଥକ୍କାପଣ ଦୂର ହୋଇଥାଏ ।
Tags:


