ଏହି ଲକ୍ଷଣକୁ ହାଲୁକାରେ ନିଅନ୍ତୁ ନାହିଁ, ହୋଇପାରେ କ୍ୟାନସର…

ସମୟ ଲାଇଭ୍‍,୨୩/୧୧:ସାଧାରଣ ଭାବରେ ଆମେ ଜାଣିଥାଉ ମୁଖ କ୍ୟାନ୍‌ସର୍‌ କେବଳ ତମାଖୁ ଏବଂ ଗୁଟୁକା ଖାଇବା ଦ୍ୱାରା ହୋଇଥାଏ। ହେଲେ ଆପଣ ଜାଣନ୍ତିକି ମୁଖ କ୍ୟାନସର ର ଆହୁରି ମଧ୍ୟ ଅନେକ କାରଣ ରହିଛି। ପାଟି ବା ମୁଖରେ କ୍ୟାନ୍‌ସର୍‌ କେବଳ ଯେ ତମାଖୁ ଖାଇବା ଦ୍ୱାରା ହୋଇନଥାଏ। ଅଧିକ ମାତ୍ରାରେ ତେଲ,ମସଲା ଯୁକ୍ତ ଖାଦ୍ୟ,କେମିକଲା ମିଶ୍ରିତ ଖାଦ୍ୟପେୟ,ଚକଲେଟ କୁ ଦିର୍ଘ ସମୟ ପାଟିରେ ଧରିବା ଏବଂ ଖାଇବା ପରେ ପାଟିକୁ ଭଲ ଭାବରେ ନଧୋଇବା ଦ୍ୱାରା […]

Samaya Live Picture
Published On

ସମୟ ଲାଇଭ୍‍,୨୩/୧୧:ସାଧାରଣ ଭାବରେ ଆମେ ଜାଣିଥାଉ ମୁଖ କ୍ୟାନ୍‌ସର୍‌ କେବଳ ତମାଖୁ ଏବଂ ଗୁଟୁକା ଖାଇବା ଦ୍ୱାରା ହୋଇଥାଏ। ହେଲେ ଆପଣ ଜାଣନ୍ତିକି ମୁଖ କ୍ୟାନସର ର ଆହୁରି ମଧ୍ୟ ଅନେକ କାରଣ ରହିଛି। ପାଟି ବା ମୁଖରେ କ୍ୟାନ୍‌ସର୍‌ କେବଳ ଯେ ତମାଖୁ ଖାଇବା ଦ୍ୱାରା ହୋଇନଥାଏ। ଅଧିକ ମାତ୍ରାରେ ତେଲ,ମସଲା ଯୁକ୍ତ ଖାଦ୍ୟ,କେମିକଲା ମିଶ୍ରିତ ଖାଦ୍ୟପେୟ,ଚକଲେଟ କୁ ଦିର୍ଘ ସମୟ ପାଟିରେ ଧରିବା ଏବଂ ଖାଇବା ପରେ ପାଟିକୁ ଭଲ ଭାବରେ ନଧୋଇବା ଦ୍ୱାରା ମଧ୍ୟ ପାଟିରେ କ୍ୟନସର ହୋଇଥାଏ। ତେବେ ଅନେକ ଲୋକ ପାଟିରେ ଖଣ୍ଡିଆ ହେବା,ଖାଦ୍ୟ ଖାଇବା ସମୟରେ ପାଟି ପୋଡ଼ିବା ଏବଂ ସଳିଶିମା ସଦୃଶ୍ୟ ପାଟିରେ ଦାଗ ହେବା କୁ ସାମାନ୍ୟ ଇମ୍ଫେକସନ୍‍ ଭାବି ଅବହେଳା କରିଥାନ୍ତି। ମାତ୍ର ଆପଣ ଜାଣନ୍ତିକି ଏହି ସମସ୍ତ କାରଣ ମୁଖ କ୍ୟାନ୍‌ସର୍‌ ର ଲକ୍ଷଣ ଅଟେ।

୧- ପାଟିରେ ଧଳା ଏବଂ ନାଲି ରଙ୍ଗର ଦାଗ ହେବା।ଏପରି ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
୨- ବୟସ ହେବା ପୂର୍ବରୁ ଦାନ୍ତ ଉପୁଡ଼ିଜିବା ।

୩- ବିନା କାରଣରେ ପାଟିରୁ ରକ୍ତ ପଡ଼ିବା।
୪- ପାଟି କମ୍‍ ଖୋଲିବା।

୫- ଖାଦ୍ୟ ଚୋବାଇବା ଏବଂ ଗିଳିବା ସମୟରେ କଷ୍ଟ ହେବା।

ମୁଖ କ୍ୟାନସର କୁ କେବଳ ଏହାର ପ୍ରାଥମିକ ସ୍ତରରେ ଚିକିତ୍ସା କରି ରୋକାଯାଇପାରିବ । ଏଣୁ ଏପରି ସମସ୍ୟା ପରିଲକ୍ଷିତ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଦରକାର।

Tags: