ବଟର୍‌ଫ୍ଲାଏ ଡିଜିଜ୍‌

ମେଡିକାଲ୍‌ ସାଇନ୍ସରେ ଏହାକୁ ଏପିଡର୍ମୋଲିସିସ୍‌ ବୁଲୋସା (ଇବି) ବୋଲି କୁହାଯାଏ । ଏହା ହେଉଛି ଏକ ବିରଳ ଚର୍ମ ରୋଗ, ଯାହା ସାଧାରଣତଃ ଶିଶୁଙ୍କ ଠାରେ ଦେଖିବାକୁ ମିଳିଥାଏ । ଏହି ରୋଗ ହେଲେ ରୋଗୀଙ୍କ ଶରୀରରେ ଛୋଟ ଛୋଟ ଫୋଟକା ସଦୃଶ ଫୁଲିଯାଏ ଓ ସାମାନ୍ୟ ଆଘାତ ଲାଗିଲେ ଏଥିରେ କ୍ଷତ ସୃଷ୍ଟି ହୋଇଥାଏ । ଜନ୍ମ ପୂର୍ବରୁ ହିଁ ପିଲାଙ୍କୁ ଏହି ରୋଗ ହୋଇଥାଏ, କିନ୍ତୁ ଅନେକ ସମୟରେ ଜନ୍ମ ପରେ ବି ଏହି […]

Samaya Live Picture
Published On

ମେଡିକାଲ୍‌ ସାଇନ୍ସରେ ଏହାକୁ ଏପିଡର୍ମୋଲିସିସ୍‌ ବୁଲୋସା (ଇବି) ବୋଲି କୁହାଯାଏ । ଏହା ହେଉଛି ଏକ ବିରଳ ଚର୍ମ ରୋଗ, ଯାହା ସାଧାରଣତଃ ଶିଶୁଙ୍କ ଠାରେ ଦେଖିବାକୁ ମିଳିଥାଏ । ଏହି ରୋଗ ହେଲେ ରୋଗୀଙ୍କ ଶରୀରରେ ଛୋଟ ଛୋଟ ଫୋଟକା ସଦୃଶ ଫୁଲିଯାଏ ଓ ସାମାନ୍ୟ ଆଘାତ ଲାଗିଲେ ଏଥିରେ କ୍ଷତ ସୃଷ୍ଟି ହୋଇଥାଏ । ଜନ୍ମ ପୂର୍ବରୁ ହିଁ ପିଲାଙ୍କୁ ଏହି ରୋଗ ହୋଇଥାଏ, କିନ୍ତୁ ଅନେକ ସମୟରେ ଜନ୍ମ ପରେ ବି ଏହି ରୋଗ ହୋଇଥାଏ । କେତେକ ସ୍ଥଳେ କିଶୋର ଅବସ୍ଥା ପର୍ଯ୍ୟନ୍ତ ଏହି ରୋଗର ଲକ୍ଷଣ ରୋଗୀଙ୍କ ଠାରେ ଦେଖାଯାଏ ନାହିଁ । ରିପୋର୍ଟ ମୁତାବକ, ବିଶ୍ୱବ୍ୟାପୀ ୫୦ ହଜାର ପିଲାଙ୍କ ମଧ୍ୟରୁ ପ୍ରାୟ ଜଣେ ଲେଖାଏଁ ଏହି ରୋଗରେ ପୀଡ଼ିତ ଥାଆନ୍ତି । ଏହି ରୋଗରେ ଶିକାର ହୋଇଥିବା ପ୍ରାୟ ୪୦ ପ୍ରତିଶତ ପିଲା ୫ ବର୍ଷ ମଧ୍ୟରେ ହିଁ ମୃତୁ୍ୟମୁଖରେ ପଡ଼ନ୍ତି । ତେବେ ୩ଟି ପର୍ଯ୍ୟାୟରେ ଏହି ରୋଗ ହୋଇଥାଏ । ପ୍ରଥମତଃ ଇବି ସିମ୍ପ୍ଲେକ୍ସ, ଯେଉଁଠି ତ୍ୱଚାର ଉପର ପରସ୍ତରେ ଛାଲ ପଡ଼ିଯାଏ ଏବଂ ଏହାର ପ୍ରଭାବ ୭୦ ପ୍ରତିଶତ ରୋଗୀଙ୍କ ଉପରେ ପଡ଼ିଥାଏ । ଦ୍ୱିତୀୟରେ ଡିଷ୍ଟ୍ରୋଫିକ୍‌ ଇଭି, ଯେଉଁଠି ତ୍ୱଚାର ଉପରିଭାଗର ଉପର ସ୍ତରରେ ଫୁଲା ସୃଷ୍ଟି ହୋଇଥାଏ । ଏହା ୨୫ ପ୍ରତିଶତ ରୋଗୀଙ୍କୁ ପ୍ରଭାବିତ କରିଥାଏ । ସେହିପରି ତୃତୀୟଟି ହେଉଛି ଜଙ୍କ୍ସନାଲ୍‌ ଇବି, ଯେଉଁଠି ତ୍ୱଚାର ଭିତର ସ୍ତରରେ ଫୁଲା ହୋଇଥାଏ, ଯାହା ଏହି ରୋଗର ସବୁଠୁ ଗମ୍ଭୀର ସ୍ଥିତ ପାଲଟିଯାଏ । ଏହା ଅନ୍ତର୍ଗତ ରୋଗୀଙ୍କ ପାଟି କିମ୍ବା ପେଟରେ ଫୁଲା ସୃଷ୍ଟି ହୁଏ ।
ଲକ୍ଷଣ
ଚର୍ମ ଦୁର୍ବଳ ହେବା ସହିତ ପାଦ ଓ ପାପୁଲିରେ ଛୋଟ ଛୋଟ ଫୁଲା ସୃଷ୍ଟି ହେବା, ପତଳା ନଖ, ପାଟି ଓ ଗଳାରେ ଫୁଲା ହେବା, କେଶ ମୂଳରେ ଫୁଲା ହେବା ସହିତ କେଶ ଝଡ଼ିବା, ଚର୍ମ ଅତ୍ୟନ୍ତ ପତଳା ଦେଖାଯିବା, ସୂକ୍ଷ୍ମ ବ୍ରଣ, ଦାନ୍ତ କ୍ଷୟ ହେବା ଭଳି ଡେଣ୍ଟାଲ୍‌ ସମସ୍ୟା, ଗାଧୋଇବାରେ ସମସ୍ୟା, ଯନ୍ତ୍ରଣାଦାୟକ ଚର୍ମ ଇତ୍ୟାଦି ଲକ୍ଷଣ ରୋଗୀଙ୍କ ଠାରେ ଦେଖିବାକୁ ମିଳିଥାଏ । ତେଣୁ ଏଭଳି କୌଣସି ଲକ୍ଷଣ ଦେଖିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଲୋଡ଼ନ୍ତୁ ।

Tags: