ଖରାଦିନେ ଉପକାରୀ ବ୍ରୋକଲି

ଖରାଦିନେ ଖାଦ୍ୟପେୟର ବିଶେଷଧ୍ୟାନ ରଖିବାକୁ ହୋଇଥାଏ । ଏହିଦିନେ ନିଜ ଡାଏଟ୍‌ରେ ବିଭିନ୍ନ ପନିପରିବା ଓ ଫଳକୁ ସାମିଲ କରନ୍ତୁ । ଯାହାଫଳରେ ଆପଣଙ୍କୁ ଅଧିକ ପୋଷଣ ସହିତ ଶରୀର ଡିହାଇଡ୍ରେଟ ରହିବ । ତେବେ ଏହିଦିନେ ଖାଦ୍ୟରେ ସାମିଲ ହେଉଥିବା ପନିପରିବା ଭିତରେ ବ୍ରୋକଲି ସବୁଠାରୁ ଆଗରେ ରହିଥାଏ । ଆସନ୍ତୁ ଜାଣିବା ବ୍ରୋକଲିର ଉପକାରିତା । ଥଣ୍ଡା ରଖିଥାଏ – ବ୍ରୋକଲିରେ ଖୁବ ଅଧିକ ପାଣି ଭରପୂର ହୋଇ ରହିଥାଏ, ଯାହା ଆମକୁ ଥଣ୍ଡା […]

Samaya Live Picture
Published On

ଖରାଦିନେ ଖାଦ୍ୟପେୟର ବିଶେଷଧ୍ୟାନ ରଖିବାକୁ ହୋଇଥାଏ । ଏହିଦିନେ ନିଜ ଡାଏଟ୍‌ରେ ବିଭିନ୍ନ ପନିପରିବା ଓ ଫଳକୁ ସାମିଲ କରନ୍ତୁ । ଯାହାଫଳରେ ଆପଣଙ୍କୁ ଅଧିକ ପୋଷଣ ସହିତ ଶରୀର ଡିହାଇଡ୍ରେଟ ରହିବ । ତେବେ ଏହିଦିନେ ଖାଦ୍ୟରେ ସାମିଲ ହେଉଥିବା ପନିପରିବା ଭିତରେ ବ୍ରୋକଲି ସବୁଠାରୁ ଆଗରେ ରହିଥାଏ । ଆସନ୍ତୁ ଜାଣିବା ବ୍ରୋକଲିର ଉପକାରିତା ।

ଥଣ୍ଡା ରଖିଥାଏ – ବ୍ରୋକଲିରେ ଖୁବ ଅଧିକ ପାଣି ଭରପୂର ହୋଇ ରହିଥାଏ, ଯାହା ଆମକୁ ଥଣ୍ଡା ରଖିବା ସହିତ ହାଇଡ୍ରେଟ ମଧ୍ୟ କରିଥାଏ । ଯାହାଫଳରେ ଆମର ଏନର୍ଜି ଲେବଲ୍‌ ମେଣ୍ଟେନ୍‌ ହୋଇ ରହିଥାଏ । ଏହାସହିତ ବ୍ରୋକଲି ଖାଇବା ଦ୍ୱାରା ଫ୍ରେସ ଫିଲ୍‌ ହୋଇଥାଏ ।

ଆଣ୍ଟିଅକ୍ସିଡାଣ୍ଟ – ବ୍ରୋକଲିରେ ଆଣ୍ଟିଅକ୍ସିଡାଣ୍ଟ ଯେପରି ଭିଟାମିନ୍‌ ସି, ବିଟା କେରୋଟିନ୍‌ ଭରପୂରମାତ୍ରାରେ ରହିଥାଏ, ଯାହା ଆମର ଶରୀରରୁ କ୍ଷତିକାରକ ସୂର୍ଯ୍ୟକିରଣରୁ ରକ୍ଷା କରିଥାଏ । ଏହାସହ ଅନ୍ୟ ସ୍ୱାସ୍ଥ୍ୟସମସ୍ୟା ପାଇଁ ମଧ୍ୟ ଉପକାରୀ ହୋଇଥାଏ ।

ହଜମ ପାଇଁ ଭଲ – ବ୍ରୋକଲି ଆମର ହଜମ ପାଇଁ ଖୁବ ଭଲ ହୋଇଥାଏ । ଏଥିରେ ଥିବା ଫାଇବର ଓ ତରଳ ପାଇଁ ଏହା ଭଲଭାବେ ହଜମ ହୋଇଥାଏ । ସେହିଭଳି ଏଥିରେ ଥିବା ବିଭିନ୍ନ ତତ୍ୱ ଆମର ପେଟ ସମସ୍ୟା ସହିତ ବଦହଜମି ଦୂର କରିଥାଏ ।

ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ – ବ୍ରୋକଲି ଆମ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଖୁବ ଭଲ ହୋଇଥାଏ । ଏହା ଖାଇବା ଦ୍ୱାରା ଆମ ଶରୀରରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସହ ଲଢିବାକୁ ଶକ୍ତି ମିଳିଥାଏ ।

Tags: