ଖାଲି ପେଟରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ଖାଦ୍ୟ!
ସମୟ ଲାଇଭ୍,୧୩/୧୨: ଏପରି କିଛି ଖାଦ୍ୟ ଅଛି ଯାହା ଖାଲି ପେଟରେ ଖାଇବା ଦ୍ୱାରା ଆପଣଙ୍କୁ ଏସିଡ଼ିଟି ପରି ଅନ୍ୟାନ୍ୟ ସମସ୍ୟା ଭୋଗିବାକୁ ପଡ଼ିଥାଏ। ତେଣୁ ଆପଣ ଭୁଲରେ ବି ଏହି ଖାଦ୍ୟ ଖାଲି ପେଟରେ ଖାଆନ୍ତୁ ନାହିଁ। ଔଷଧ: ଏପରି କିଛି ଔଷଧ ଥାଏ ଯେଉଁଗୁଡ଼ିକ ଆପଣ ଖାଦ୍ୟ ଖାଇବା ପରେ ଖାଇବା ପାଇଁ ଡ଼ାକ୍ତର ପରାମର୍ଶ ଦେଇଥା’ନ୍ତି। ଏହି ପ୍ରକାର ଔଷଧ ଆପଣ ଖାଲି ପେଟରେ ଆଦୌ ଖାଆନ୍ତୁ ନାହିଁ। ଦହି: ଦହି ପରି […]
ସମୟ ଲାଇଭ୍,୧୩/୧୨: ଏପରି କିଛି ଖାଦ୍ୟ ଅଛି ଯାହା ଖାଲି ପେଟରେ ଖାଇବା ଦ୍ୱାରା ଆପଣଙ୍କୁ ଏସିଡ଼ିଟି ପରି ଅନ୍ୟାନ୍ୟ ସମସ୍ୟା ଭୋଗିବାକୁ ପଡ଼ିଥାଏ। ତେଣୁ ଆପଣ ଭୁଲରେ ବି ଏହି ଖାଦ୍ୟ ଖାଲି ପେଟରେ ଖାଆନ୍ତୁ ନାହିଁ।
ଔଷଧ:
ଏପରି କିଛି ଔଷଧ ଥାଏ ଯେଉଁଗୁଡ଼ିକ ଆପଣ ଖାଦ୍ୟ ଖାଇବା ପରେ ଖାଇବା ପାଇଁ ଡ଼ାକ୍ତର ପରାମର୍ଶ ଦେଇଥା’ନ୍ତି। ଏହି ପ୍ରକାର ଔଷଧ ଆପଣ ଖାଲି ପେଟରେ ଆଦୌ ଖାଆନ୍ତୁ ନାହିଁ।
ଦହି:
ଦହି ପରି ଅନ୍ୟ ଦୁଗ୍ଧ ଜାତୀୟ ପଦାର୍ଥ ଖାଲି ପେଟରେ ଖାଇବା ଦ୍ୱାରା ହାଇଡ଼୍ରୋକ୍ଲୋରିକ୍ ଏସିଡ଼ ନିର୍ଗତ ହେବାଦ୍ୱାରା ଏସିଡ଼ିଟି, ପେଟ ଜଳାପୋଡ଼ା ଆଦି ସମସ୍ୟା ଦେଖାଦେଇଥାଏ।
ବଜାରରେ ମିଳୁଥିବା ଜୁସ୍ ବର କୋଲ୍ଡ ଡ୍ରିଙ୍କ୍ସ:
ବଜାରରେ ମିଳୁଥିବା ପ୍ୟାକଡ଼୍ ଜୁସ୍ କିମ୍ବା କୋଲ୍ଡ ଡ଼୍ରିଙ୍କ୍ ଖାଲି ପେଟରେ ପିଅନ୍ତୁ ନାହିଁ। ଏହାଦ୍ୱାରା ଏଥିରେ ଥିବା ପ୍ରିଜରଭେଟିବ୍ ଓ ଶର୍କରା ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ।
ଚା ଓ କଫି :
ଖାଲି ପେଟରେ ଚା’ କିମ୍ବା କଫି ପିଅନ୍ତୁ ନାହିଁ। ଏହା ଆପଣଙ୍କ ପାଚନ କ୍ରିୟାରେ ଅଧିକ ଅମ୍ଳ କ୍ଷରଣ କରିବା ଦ୍ୱାରା ଆପଣଙ୍କୁ ବାନ୍ତି କୋଷ୍ଠକାଠିନ୍ୟ ଭଳି ସମସ୍ୟା ସୃଷ୍ଟି ହୋଇଥାଏ।
ଟମାଟୋ:
ଟମାଟୋ ପ୍ରଚୁର ଭିଟାମିନ୍ ଓ ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି। କିନ୍ତୁ ଖାଲି ପେଟରେ ଖାଇବା ଦ୍ୱାରା ଟମାଟୋ ବିପରୀତ ପ୍ରଭାବ ପକାଇଥାଏ।
କଦଳୀ:
ଖାଲି ପେଟରେ କଦଳୀ ମଧ୍ୟ ଖାଆନ୍ତୁ ନାହିଁ। କିଛି ଖାଦ୍ୟ ଖାଇବା ପରେ ହିଁ କଦଳୀ ଖାଇବା ଦ୍ୱାରା ଆପଣ ତାହାର ସୁଫଳ ପାଇପାରିବେ।
ଚୁଇଙ୍ଗ୍ ଗମ୍: ଖାଲି ପେଟରେ ଚୁଇଙ୍ଗ ଗମ୍ ଚୋବାଇବା ଦ୍ୱାରା ଆପଣଭ୍କ ପାଚନ ତନ୍ତ୍ର ପ୍ରଭାବିତ ହୋଇଥାଏ। ଭୋକ ମଧ୍ୟ କମିଯାଇଥାଏ। ତେଣୁ ଖାଲି ପେଟରେ ଚୁଇଙ୍ଗ ଗମ୍ ଚୋବାଇବା ଅଭ୍ୟାସ ପରିତ୍ୟାଗ କରନ୍ତୁ।
ଚଟପଟା ଖାଦ୍ୟ:
ସେହିପରି ଖାଲି ପେଟରେ ମସଲାଯୁକ୍ତ ଚଟପଟା ଖାଦ୍ୟ ଖାଆନ୍ତୁ ନାହିଁ। କମ୍ ମସଲାଯୁକ୍ତ ପୌଷ୍ଟିକ ଆହାର ଆପଣ ଖାଲି ପେଟରେ ଖାଇବା ଦ୍ୱାରା ଆପଣ ସୁସ୍ଥ ରହିଥା’ନ୍ତି।
Tags:




