ବ୍ରେନ୍‌ ଟ୍ୟୁମର

ଆମ ଜୀବନରେ ମସ୍ତିଷ୍କର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଆମର ସମସ୍ତ ଅଙ୍ଗ ଏହା ଦ୍ୱାରା ହିଁ ପରିଚାଳିତ ହୋଇଥାଏ, ତେଣୁ ଏହାର ଯନିର ଆବଶ୍ୟକତା ଖୁବ ଅଧିକ । ଏଥିରେ ଦେଖିବାକୁ ମିଳୁଥିବା ବିଭିନ୍ନ ସମସ୍ୟା ଭିତରେ ଗୋଟିଏ ସମସ୍ୟା ହେଲା ବ୍ରେନ୍‌ ଟୁ୍ୟମର, ଯାହା ବିଷୟରେ ଜାଣିବାର ଆବଶ୍ୟକତା ରହିଛି । ବ୍ରେନ୍‌ ଟୁ୍ୟମର ଆମ ମସ୍ତିଷ୍କର ଯେ କୌଣସି ଟିସୁରେ ହୋଇପାରେ କିମ୍ବା ଟିସୁର ଆଖପାଖରେ ବି ହୋଇପାରେ । ମସ୍ତିଷ୍କ ଆଖପାଖ […]

ବ୍ରେନ୍‌ ଟ୍ୟୁମର
Samaya Live Picture
Published On

ଆମ ଜୀବନରେ ମସ୍ତିଷ୍କର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଆମର ସମସ୍ତ ଅଙ୍ଗ ଏହା ଦ୍ୱାରା ହିଁ ପରିଚାଳିତ ହୋଇଥାଏ, ତେଣୁ ଏହାର ଯନିର ଆବଶ୍ୟକତା ଖୁବ ଅଧିକ । ଏଥିରେ ଦେଖିବାକୁ ମିଳୁଥିବା ବିଭିନ୍ନ ସମସ୍ୟା ଭିତରେ ଗୋଟିଏ ସମସ୍ୟା ହେଲା ବ୍ରେନ୍‌ ଟୁ୍ୟମର, ଯାହା ବିଷୟରେ ଜାଣିବାର ଆବଶ୍ୟକତା ରହିଛି । ବ୍ରେନ୍‌ ଟୁ୍ୟମର ଆମ ମସ୍ତିଷ୍କର ଯେ କୌଣସି ଟିସୁରେ ହୋଇପାରେ କିମ୍ବା ଟିସୁର ଆଖପାଖରେ ବି ହୋଇପାରେ । ମସ୍ତିଷ୍କ ଆଖପାଖ ଅର୍ଥାତ ସ୍ନାୟୁ, ପିଟୁଟାରୀ ଗ୍ଲାଣ୍ଡ, ପିନେଲ ଗ୍ଲାଣ୍ଡ୍‌ ଆଦିରେ ଏହା ହେବାର ସମ୍ଭାବନା ରହିଛି । ବ୍ରେନ ଟୁ୍ୟମର ପ୍ରାୟତଃ ମସ୍ତିଷ୍କରୁ ଆରମ୍ଭ ହେବାର ସମ୍ଭାବନା ବେଶିଥାଏ । ଏହାକୁ ପ୍ରାଇମେରୀ ବ୍ରେନ୍‌ ଟୁ୍ୟମର କୁହାଯାଇଥାଏ । ସେହିଭଳି ଯଦି ଅନ୍ୟ ଅଙ୍ଗରୁ କ୍ୟାନ୍ସର ବ୍ୟାପିଥାଏ ତେବେ ଏହାକୁ ସେକେଣ୍ଡାରୀ ଟୁ୍ୟମର କୁହାଯାଇଥାଏ । ତେବେ ସବୁ ବ୍ରେନ୍‌ ଟୁ୍ୟମର ଯେ କ୍ୟାନ୍ସର ସେଭଳି ନୁହେଁ । କିଛି ଟୁ୍ୟମର କ୍ୟାନ୍ସରିଅସ ହୋଇନଥାଏ । ତେବେ ବ୍ରେନ କ୍ୟାନସର ଅନେକଙ୍କ କ୍ଷେତ୍ରରେ ଖୁବ ଶୀଘ୍ର ବ୍ୟାପିବାର ଆଶଙ୍କା ମଧ୍ୟ ରହିଥାଏ, ଯାହା ଗମ୍ଭୀର ରୂପ ନେଇଥାଏ । ବ୍ରେନ୍‌ ଟୁ୍ୟମର ସବୁବେଳେ ଖୁବ ଛୋଟ ଅବସ୍ଥାରୁ ଖୁବ ବଡ ରୂପ ନେଇଥାଏ । ସେହିଭଳି ବେଳେବେଳେ ଏହା ନିଜର ଲକ୍ଷଣ କାରଣରୁ ଖୁବ ଛୋଟ ଅବସ୍ଥାରୁ ଚିହ୍ନଟ କରିହୋଇଥାଏ, ହେଲେ ବେଳେବେଳେ ଏହା ଚିହ୍ନଟ ହେବାରେ ଖୁବ ଅଧିକ ସମୟ ନେଇଥାଏ । କାରଣ ଏହାର ଲକ୍ଷଣ ଦେଖିବାକୁ ମିଳିନଥାଏ । ସେହିଭଳି ଏହାର ଚିକିତ୍ସା ମଧ୍ୟ ଏହାର ଆକାର ଓ ଅବସ୍ଥିତି ଉପରେ ନିର୍ଭର କରିଥାଏ । ଏହାର ଚିକିତ୍ସା ପାଇଁ ଅପରେସନ୍‌ ଓ ରେଡିଅସନ ଥେରାପି ଆଦି ରହିଥାଏ । ଯଦି କୌଣସି ବି ଲକ୍ଷଣ ଆପଣ ଦେଖିବାକୁ ପାଉଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ସହିତ ଚିକିତ୍ସା କରାନ୍ତୁ ।

Tags: