ମସ୍ତିଷ୍କ ଆଘାତ
ବର୍ତ୍ତମାନ ସମୟରେ ସଡ଼କ ଦୁର୍ଘଟଣା, ଉଚ୍ଚ ସ୍ଥାନରୁ ଖସିପଡ଼ିବା କିମ୍ବା ମୁଣ୍ଡରେ ହେଉଥିବା ଆଘାତ ଯୋଗୁଁ 'ଟ୍ରମାଟିକ୍ ବ୍ରେନ୍ ଇଞ୍ଜୁରୀ' ବା ଆଘାତଜନିତ ମସ୍ତିଷ୍କ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା ଏକ ପ୍ରକାରର ଗମ୍ଭୀର ମାନସିକ ତଥା ଶାରୀରିକ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି । ଯାହା ମଣିଷର ସାଧାରଣ ଜୀବନଯାପନକୁ ପ୍ରଭାବିତ କରିଥାଏ। ସୂଚନା ଅନୁସାରେ ମୁଣ୍ଡରେ କୌଣସି ହଠାତ୍ ବାହ୍ୟ ଆଘାତ, ଝଟ୍କା କିମ୍ବା ଗଭୀର ଚୋଟ ଲାଗିବା ଦ୍ୱାରା ଯେତେବେଳେ ମସ୍ତିଷ୍କର ସାଧାରଣ କାର୍ଯ୍ୟକ୍ଷମତା ବାଧାପ୍ରାପ୍ତ ହୁଏ, ସେହି ସ୍ଥିତିକୁ 'ଟ୍ରମାଟିକ୍ ବ୍ରେନ୍ ଇଞ୍ଜୁରୀ' କୁହାଯାଏ। ଏହା ମୃଦୁ ଆଘାତଠାରୁ ଆରମ୍ଭ କରି ଅତି ଗମ୍ଭୀର ସ୍ତରର ମଧ୍ୟ ହୋଇପାରେ। ସଡ଼କ ଦୁର୍ଘଟଣା, ଖେଳକୁଦ ସମୟରେ ଆଘାତ, ଉଚ୍ଚ ସ୍ଥାନରୁ ଖସିପଡ଼ିବା କିମ୍ବା ଶାରୀରିକ ଆକ୍ରମଣ ଏହାର ମୁଖ୍ୟ କାରଣ ହୋଇପାରେ। ମୁଣ୍ଡରେ ଆଘାତ ଲାଗିବା ପରେ କୌଣସି ଲକ୍ଷଣ ଦେଖାଗଲେ ବିନା ବିଳମ୍ବରେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଏବଂ ନ୍ୟୁରୋଲୋଜିକାଲ୍ ପରୀକ୍ଷା କରାଇବା ଅତ୍ୟନ୍ତ ଜରୁରୀ। ସଠିକ୍ ସମୟରେ ଚିକିତ୍ସା ଦ୍ୱାରା ବହୁମାତ୍ରାରେ ଗମ୍ଭୀର ବିପଦରୁ ରକ୍ଷା ପାଇହେବ।
ଲକ୍ଷଣ
୧ . ପ୍ରବଳ ମୁଣ୍ଡବିନ୍ଧା ଓ ମୁଣ୍ଡ ବୁଲାଇବା ।
୨. ବାନ୍ତି ହେବା କିମ୍ବା ବାନ୍ତି ଲାଗିବା ।
୩ . ଶରୀରର ଭାରସାମ୍ୟ ହରାଇବା ଏବଂ କ୍ଲାନ୍ତି ଅନୁଭବ ହେବା ।
୪ . ଦୃଷ୍ଟିଶକ୍ତି ଅସ୍ପଷ୍ଟ ହେବା କିମ୍ବା କାନରେ ଶବ୍ଦ ଶୁଣାଯିବା ।
୫ . ସ୍ମୃତିଶକ୍ତି ହ୍ରାସ ପାଇବା କିମ୍ବା ଭୁଲିଯିବା ।
୬ . କୌଣସି କାର୍ଯ୍ୟରେ ମନୋନିବେଶ କରିବାରେ ଅସୁବିଧା ହେବା ।
୭ . କଥା କହିବାରେ ଅସ୍ପଷ୍ଟତା କିମ୍ବା ଶବ୍ଦ ଖୋଜିବାରେ ସମସ୍ୟା ହେବା ।
୮ . ନିଷ୍ପତ୍ତି ନେବାର କ୍ଷମତା ହ୍ରାସ ପାଇବା ।
୯ . ଚିଡ଼ଚିଡ଼ାପଣ, ଅତ୍ୟଧିକ ରାଗ କିମ୍ବା ମନୋଭାବରେ ଅଚାନକ ପରିବର୍ତ୍ତନ ।
୧୦ . ନିଦ୍ରାହୀନତା (ଅତ୍ୟଧିକ ଶୋଇବା କିମ୍ବା ନିଦ ନ ହେବା) ।
୧୧ . ଆଙ୍ଗଜାଇଟି, ଅବସାଦ




