ବ୍ରେନ୍ ହେଲଥ ଡାଏଟ୍
ଆମ ଶରୀରକୁ ସୁସ୍ଥ ରଖିବାକୁ ଯେପରି ଡାଏଟ୍ର ଆବଶ୍ୟକତା ରହିଛି, ସେହିପରି ଆମର ବ୍ରେନ୍ ପାଇଁ ମଧ୍ୟ ଡାଏଟ୍ର ଆବଶ୍ୟକତା ରହିଛି । ଆମ ଶରୀରରେ ସବୁଠାରୁ ଅଧିକ କାମ ବ୍ରେନ୍ ହିଁ ସମ୍ପାଦନ କରିଥାଏ । ଏହା ଆମର ଅନ୍ୟ ସମସ୍ତ ଅଙ୍ଗକୁ ସଠିକ ଢଙ୍ଗରେ ପରିଚାଳନା କରିବାରେ ସହାୟତା କରିଥାଏ । ତେଣୁ ପ୍ରତିଦିନ ଖାଇବାରେ ବ୍ରେନ୍ର ଖାଇବା ମଧ୍ୟ ସାମିଲ କରିବାର ଆବଶ୍ୟକତା ରହିଛି । ଆସନ୍ତୁ ଜାଣିବା କଣ ଏହି ବ୍ରେନ୍ […]
ଆମ ଶରୀରକୁ ସୁସ୍ଥ ରଖିବାକୁ ଯେପରି ଡାଏଟ୍ର ଆବଶ୍ୟକତା ରହିଛି, ସେହିପରି ଆମର ବ୍ରେନ୍ ପାଇଁ ମଧ୍ୟ ଡାଏଟ୍ର ଆବଶ୍ୟକତା ରହିଛି । ଆମ ଶରୀରରେ ସବୁଠାରୁ ଅଧିକ କାମ ବ୍ରେନ୍ ହିଁ ସମ୍ପାଦନ କରିଥାଏ । ଏହା ଆମର ଅନ୍ୟ ସମସ୍ତ ଅଙ୍ଗକୁ ସଠିକ ଢଙ୍ଗରେ ପରିଚାଳନା କରିବାରେ ସହାୟତା କରିଥାଏ । ତେଣୁ ପ୍ରତିଦିନ ଖାଇବାରେ ବ୍ରେନ୍ର ଖାଇବା ମଧ୍ୟ ସାମିଲ କରିବାର ଆବଶ୍ୟକତା ରହିଛି । ଆସନ୍ତୁ ଜାଣିବା କଣ ଏହି ବ୍ରେନ୍ ଡାଏଟ୍ ଯାହା ସାହାଯ୍ୟରେ ଆମେ ବ୍ରେନ୍କୁ ସୁସ୍ଥ ରଖି ପାରିବା ।
ଗ୍ରୀନ ଟି – ଗ୍ରୀନ ଟି ସମସ୍ତେ ଫିଟ୍ ରହିବା ପାଇଁ ପିଇଥାଆନ୍ତି । ତେବେ ଏହା ଫିଟ୍ ରଖିବା ସହିତ ବ୍ରେନ୍କୁ ସୁସ୍ଥ ରଖିଥାଏ । ବିଭିନ୍ନ ପ୍ରକାର ଗବେଷଣାର ରିପୋର୍ଟ ଅନୁସାରେ ଏଥିରେ ଥିବା କ୍ୟାଫେନ୍ ବ୍ରେନ୍କୁ ରିଲାକ୍ସ ରଖିବାରେ ସହାୟତା କରିଥାଏ । ଏହାସହିତ ଆମର ଫୋକସ ବଢିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ ।
କୋଳି ଜୁସ୍ – ସାଧାରଣତଃ କୋଳି ଖାଇବାକୁ ବେଶ୍ ସ୍ୱାଦିଷc ହୋଇଥାଏ । ଏହା ରସ ମଧ୍ୟ ସ୍ୱାଦିଷ୍ଟ ହେବା ସହିତ ବ୍ରେନ ପାଇଁ ଭଲ ହୋଇଥାଏ । ଏଥିରେ ଆଣ୍ଟି ଅକ୍ସିଡାଣ୍ଟ୍ ଗୁଣ ଭରିହୋଇ ରହିଥାଏ, ଯାହା ଆମ ବଡିକୁ ଅନେକ ସମସ୍ୟାରୁ ରକ୍ଷା କରିଥାଏ । ଏଥିରେ ଅନେକ ପ୍ରକାରର ପ୍ଲାଣ୍ଟ କେମିକାଲ ରହିଥାଏ, ଯାହା ଦେହ ପାଇଁ ବେଶ୍ ଭଲ ହୋଇଥାଏ ।
ବିଟ୍ ରୁଟ୍ ଜୁସ୍ – ବିଭିନ୍ନ ପ୍ରକାର ମୂଳଜାତୀୟ ପରିବା ଆମ ମସ୍ତିଷ୍କ ପାଇଁ ବେଶ ଉପକାରୀ ହୋଇଥାଏ । ଏଥିରେ ସବୁଠାରୁ ଆଗରେ ରହିଥାଏ ବିଟ୍ ରୁଟ୍ ଜୁସ୍ । ଏହା ପିଇବା ଦ୍ୱାରା ଆମର ବ୍ଲଡ ପ୍ରେସର ନିୟନ୍ତ୍ରଣରେ ରହିଥାଏ, ଯାହା ଦ୍ୱାରା ଆମ ବ୍ରେନ୍ ମଧ୍ୟ ସଠିକ୍ ଢଙ୍ଗରେ କାମ କରିଥାଏ ।
ହଳଦୀ ଚା- ହଳଦୀ ଆମ ଦେହ ପାଇଁ ଖୁବ ଉପକାରୀ ହୋଇଥାଏ । ଏହାକୁ ଚା ହେଉ କିମ୍ବା ଖୀର ଯେଉଁଥିରେ ବି ପିଇପାରିବେ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଥାଏ । ଏହା ବ୍ରେନ୍ ଷ୍ଟ୍ରୋକରୁ ରକ୍ଷା କରିବା ସହିତ ଅନେକ ଫାଇଦା ଦେଇଥାଏ ।




