ବଢାନ୍ତୁ ରୋଗପ୍ରତିରୋଧକ ଶକ୍ତି

ଏଭଳି ଅନେକ ରୋଗ ରହିଛି, ଯାହା ଆମର ରୋଗପ୍ରତିରୋଧକ ଶକ୍ତି କାରଣରୁ ଆମକୁ ହୋଇନଥାଏ I ଯେଉଁମାନଙ୍କର ରୋଗପ୍ରତିରୋଧକ ଶକ୍ତି ଯେତେ ଅଧିକ ସେମାନେ ସେତେ ଅଧିକ ସୁସ୍ଥ । ତେଣୁ ସବୁବେଳେ ନିଜର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାକୁ ଚେଷ୍ଟା କରନ୍ତୁ । ଆସନ୍ତୁ ଜାଣିବା ସେହିଭଳି କିଛି ଟିପ୍ସ ବିଷୟରେ ଯାହା ଆମର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବ । ହାଇଡ୍ରେଟ୍‌ ରୁହନ୍ତୁ ସବୁବେଳେ ହାଇଡ୍ରେଟ୍‌ ରହିବାକୁ ଚେଷ୍ଟା କରନ୍ତୁ । ଏହା ହେଲଦି […]

Samaya Live Picture
Published On

ଏଭଳି ଅନେକ ରୋଗ ରହିଛି, ଯାହା ଆମର ରୋଗପ୍ରତିରୋଧକ ଶକ୍ତି କାରଣରୁ ଆମକୁ ହୋଇନଥାଏ I ଯେଉଁମାନଙ୍କର ରୋଗପ୍ରତିରୋଧକ ଶକ୍ତି ଯେତେ ଅଧିକ ସେମାନେ ସେତେ ଅଧିକ ସୁସ୍ଥ । ତେଣୁ ସବୁବେଳେ ନିଜର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାକୁ ଚେଷ୍ଟା କରନ୍ତୁ । ଆସନ୍ତୁ ଜାଣିବା ସେହିଭଳି କିଛି ଟିପ୍ସ ବିଷୟରେ ଯାହା ଆମର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବ ।
ହାଇଡ୍ରେଟ୍‌ ରୁହନ୍ତୁ
ସବୁବେଳେ ହାଇଡ୍ରେଟ୍‌ ରହିବାକୁ ଚେଷ୍ଟା କରନ୍ତୁ । ଏହା ହେଲଦି ରହିବାର ଗୋଲଡେନ ରୁଲ୍‌ ହୋଇଥାଏ । ଆପଣ ଯେତେ ଅଧିକ ପାନୀୟ ଦ୍ରବ୍ୟ ନିଜ ଶରୀରକୁ ଦେବେ ଶରୀରର ସେତେ ଅଧିକ ସୁସ୍ଥ ରହିବ। ଏହାଦ୍ୱାରା ଆମ ଶରୀରେ ଥିବା ଟକ୍ସିକ୍‌ ପଦାର୍ଥ ସହଜରେ ବାହାରି ଯାଇଥାଏ । କିଡନୀ ଫଙ୍କସନ୍‌ ମଧ୍ୟ ବଢିଥାଏ ।

ପର୍ଯ୍ୟପ୍ତ ନିଦ
ସୁସ୍ଥ ରହିବା ପାଇଁ ନିଦର ବିଶେଷ ଆବଶ୍ୟକତା ରହିଛି । ଯେଉଁମାନେ ଦିନକୁ ୬ରୁ ୭ ଘଣ୍ଟା ଶୋଇଥାଆନ୍ତି ସେମାନଙ୍କ ନିକଟରେ ଅସୁସ୍ଥତା ମଧ୍ୟ କମ ଦେଖିବାକୁ ମିଳିଥାଏ । ତେଣୁ ସୁ ନିଦ୍ରା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାର ଏକ ଭଲ ମାଧ୍ୟମ । ପୁରାଦିନର ଷ୍ଟ୍ରେସ୍‌କୁ ଦୂର କରିବା ପାଇଁ ରାତିରେ ଶୋଇବାର ଆବଶ୍ୟକତା ଖୁବ ଅଧିକ ରହିଛି । ଆମ ଶରୀର ଭଳି ମସ୍ତିଷ୍କର ମଧ୍ୟ ଆରାମ ଦରକାର ହୋଇଥାଏ ।

ସ୍ୱାସ୍ଥ୍ୟକର ଖାଦ୍ୟ
କେବଳ ନିଦ ନୁହେଁ ଆମ ରୋଗପ୍ରତିରୋଧକ ଶକ୍ତି ଉପରେ ଖାଦ୍ୟର ପ୍ରଭାବ ମଧ୍ୟ ରହିଛି । ଆମେ ଯେତେ ସୁସ୍ଥକର ଖାଦ୍ୟ ଖାଇବା ସେତେ ସୁସ୍ଥ ରହିବା । ତେଣୁ ସବୁବେଳେ ଚେଷ୍ଟା କରନ୍ତୁ ଘର ରନ୍ଧା ଖାଦ୍ୟ ଖାଇବାକୁ, ଯାହା ଦ୍ୱାରା ଆପଣ କମ ରୋଗରେ ପଡିବେ । ସେହିଭଳି ଖାଦ୍ୟରେ ଥିବା ବିଭିନ୍ନ ପୋଷଣ ଆମର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ।

Tags: