ନୀଳ ଶିରା

ନୀଳ ଶିରା
Ipsita Picture
By: Ipsita


ଭାରତରେ ଏଭଳି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କର ଶରୀରରେ ନୀଳ ରଙ୍ଗର ଶିରା ଦେଖିବାକୁ ମିଳିଥାଏ । ବିଶେଷଭାବେ ୩୦ ରୁ ୩୫ ବର୍ଷ ଅତିକ୍ରମ କରିବାପରେ ମହିଳା ମାନେ ଏହି ସମସ୍ୟାର ଅଭିଯୋଗ କରିଥାଆନ୍ତି । ଏହା ଅନେକଙ୍କ କ୍ଷେତ୍ରରେ ଗର୍ଭଅବସ୍ଥା ସମୟରେ ଓ କିଛିଙ୍କ କ୍ଷେତ୍ରରେ ସନ୍ତାନ ଜନ୍ମପରେ ଦେଖିବାକୁ ମିଳିଥାଏ । କେବଳ ଏହି ୩୦ରୁ ୩୫ ନୁହେଁ ବେଳେବେଳେ ଅଧିକ ବୟସ୍କାଙ୍କ କ୍ଷେତ୍ରରେ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳିଥାଏ । ତେବେ ଏହି ସମସ୍ୟା ହେବାପଛରେ କିଛି ନିର୍ଦ୍ଧିଷ୍ଟ କାରଣ ରହିଛି । ଏହା ବିଶେଷଭାବେ ଚେୟାରରେ ଅଧିକ ସମୟ ବସିବା ଦ୍ୱାରା ହେବାର ସମ୍ଭାବନା ରହିଥାଏ । ଯେଉଁ ମହିଳାମାନେ ଅଧିକ ସମୟ ଟେଲିଭିଜନ ହେଉ କିମ୍ବା କମ୍ପ୍ୟୁଟର ସାମ୍ନାରେ ବସି ରହିଥାଆନ୍ତି ସେମାନଙ୍କ ନିକଟରେ ଏହି ସମସ୍ୟା ଦେଖିବାକୁ ମିଳିଥାଏ । ସେମାନଙ୍କ ଜଙ୍ଘରେ ବୁଢିଆଣୀ ଭଳି ନୀଳ ରଙ୍ଗର ଶିରା ଦେଖିବାକୁ ମିଳିଥାଏ । ସେହିଭଳି ବୟସ୍କଙ୍କ କ୍ଷେତ୍ରରେ ମଧ୍ୟ ଘଟିଥାଏ । କିଛି ବୃତ୍ତି ଏଭଳି ରହିଛି ଯେଉଁଁଥିରେ ଆମକୁ ଅଧିକ ସମୟ ବସିବା କିମ୍ବା ଠିଆ ହେବାକୁ ପଡିଥାଏ, ଯେପରି ଶିକ୍ଷକ, ଟ୍ରାଫିକ ପୋଲିସ, କମ୍ପ୍ୟୁଟରରେ କାର୍ଯ୍ୟ କରୁଥିବା ବ୍ୟକ୍ତି, ଦୋକାନୀ ଆଦି । ଏମାନଙ୍କ କ୍ଷେତ୍ରରେ ଏହି ନୀଳ ଶିରା ରୋଗ ହେବାର ଆଶଙ୍କା ବଢିଯାଇଥାଏ । ଏହା ହେବାର ମୁଖ୍ୟ କାରଣ ହେଲା ଗୋଡ ଓ ପାଦରେ ଦୂଷିତ ବା ଅମ୍ଲଯାନ ରହିତ ରକ୍ତ ଜମା ହୋଇରହିବା । ଯେତେବେଳେ ଏହି ରକ୍ତ ଅଧିକ ପରିମାଣରେ ଜମା ହୋଇଥାଏ ତାହା ଧୀରେଧୀରେ ଶିରାପ୍ରସିରା ରେ ପ୍ରବେଶ କରିବା ଆରମ୍ଭ କରିଥାଏ । ଏହାଧୀରେଧୀରେ ଫୁଲିଥାଏ ତେଣୁ ଚର୍ମତଳେ ଏହା ବେଶ ଉଜ୍ୱଳ ଭାବେ ଦେଖାଯାଇଥାଏ । ସାଧାରଣତଃ ଏହି ରକ୍ତ ହୃତପିଣ୍ଡ ସାହାଯ୍ୟରେ ବିଶୋଧନ ହୋଇଥାଆନ୍ତି । ହେଲେ ବେଳେବେଳେ କିଛି ପରିସ୍ଥିତିରେ ଏହା ହୃତପିଣ୍ଡକୁ ନଯାଇ ଗୋଡରେ ଜମା ହୋଇ ରହିଯାଇଥାନ୍ତି, ଯାହା ଏହି ନୀଳ ଶିରାର କାରଣ ସାଜିଥାଏ ।

ସମ୍ବନ୍ଧିତ ଖବର ୧୪ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ନବୋଦୟ ବିଦ୍ୟାଳୟ ବନ୍ଦ

ଡା. କେକେ ପାଣ୍ଡେ
ମୋ - ୯୮୧୦୧୧୪୦୮୧

ସମ୍ବନ୍ଧିତ ଖବର ମନ ପାଇଁ ଯୋଗ

Tags: