ରକ୍ତଚାପ
ବର୍ତ୍ତମାନ ଜୀବନଶୈଳୀରେ ଦେଖାଯାଉଥିବା ପରିବର୍ତ୍ତନ ଆମପାଇଁ ଯେତିକି ଲାଭ ଦାୟକ ସେତିକି କ୍ଷତିକାରକ ସାବ୍ୟସ୍ତ ହେଉଛି । ଏହି ଜୀବନଶୈଳୀ ପାଇଁ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି । ତେବେ ରୋଗକୁ ବୁଝିବା ସହିତ ଏହାର ଲକ୍ଷଣ ବୁଝି ଚିକିତ୍ସା କରିଲେ ଏଥିରୁ ଉପଶମ ମିଳିବା ସହଜ ହୋଇଥାଏ । ତେବେ ଏହି ତାଲିକାରେ ସବୁଠାରୁ ଆଗରେ ଅଛି ଉଚ୍ଚ ରକ୍ତଚାପ । ଆସନ୍ତୁ ଜାଣିବା ଏହା ସମ୍ବନ୍ଧରେ କିଛି ତଥ୍ୟ । ସାଧାରଣ ବ୍ୟକ୍ତିଙ୍କର […]
ବର୍ତ୍ତମାନ ଜୀବନଶୈଳୀରେ ଦେଖାଯାଉଥିବା ପରିବର୍ତ୍ତନ ଆମପାଇଁ ଯେତିକି ଲାଭ ଦାୟକ ସେତିକି କ୍ଷତିକାରକ ସାବ୍ୟସ୍ତ ହେଉଛି । ଏହି ଜୀବନଶୈଳୀ ପାଇଁ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି । ତେବେ ରୋଗକୁ ବୁଝିବା ସହିତ ଏହାର ଲକ୍ଷଣ ବୁଝି ଚିକିତ୍ସା କରିଲେ ଏଥିରୁ ଉପଶମ ମିଳିବା ସହଜ ହୋଇଥାଏ । ତେବେ ଏହି ତାଲିକାରେ ସବୁଠାରୁ ଆଗରେ ଅଛି ଉଚ୍ଚ ରକ୍ତଚାପ । ଆସନ୍ତୁ ଜାଣିବା ଏହା ସମ୍ବନ୍ଧରେ କିଛି ତଥ୍ୟ । ସାଧାରଣ ବ୍ୟକ୍ତିଙ୍କର ସ୍ୱାଭାବିକ ରକ୍ତଚାପ କହିଲେ ଆମେ ୧୨୦/୮୦ ମିଲିମିଟର ପାରଦ ବୁଝିଥାଉ । ଜଣେ ସୁସ୍ଥ୍ୟ ବ୍ୟକ୍ତିର ଉଚ୍ଚ ରକ୍ତଚାପକୁ ୩ ଭାଗରେ ବିଭକ୍ତ କରାଯାଇଛି। ଯଥା ମୃଦୁ ଉଚ୍ଚ ରକ୍ତଚାପ, ମଧ୍ୟମ ଉଚ୍ଚ ରକ୍ତଚାପ, ପ୍ରବଳ ଉଚ୍ଚ ରକ୍ତଚାପ । ମୃଦୁ ଉଚ୍ଚ ରକ୍ତଚାପରେ ରକ୍ତଚାପ ୧୩୦ / ୯୦ ମିଲିମିଟରରୁ ୧୪୦/୯୦ ମିଲିମିଟର ପାରଦ ଥାଏ । ଏହାର ଚିକିତ୍ସା ପାଇଁ ଓଜନ ହାସ୍ର କରିବା ସହିତ ଖାଦ୍ୟରେ ସୋଡିୟମ ନିଷେଧ କରିବା ସହିତଜୀବନ ଶୈଳୀରେ କିଛିଟା ପରିବର୍ତ୍ତନ କରିବାର ଆବଶ୍ୟକ ରହିଛି । ଠିକ୍ ସେହିଭଳି ମଧ୍ୟମ ଉଚ୍ଚ ରକ୍ତଚାପରେ ରକ୍ତଚାପ ୧୪୦/୯୦ ମିଲିମିଟରରୁ ୧୫୦/୯୫ ମିଲିମିଟର ପାରଦ ଥାଏ। ଏହାର ଚିକିତ୍ସା ପାଇଁ କିଛି ପରିମାଣରେ ଔଷଧ ଖାଇବା ସହିତ ଖାଦ୍ୟପେୟରେ ନିୟନ୍ତ୍ରଣ କରିବାର ଆବଶ୍ୟକ ପଡିଥାଏ। ହେଲେ ଯେତେବେଳେ ରକ୍ତଚାପର ପାରଦ ୧୫୦/୯୫ ମିଲିମିଟରରୁ ଅଧିକ ଥାଏ ତାହାକୁ ପ୍ରବଳ ଉଚ୍ଚ ରକ୍ତଚାପ କୁହାଯାଏ । ଏଥିପାଇଁ ନିୟମିତ ଔଷଧ ଖାଇବା ସହିତ ଖାଦ୍ୟ ପେୟରେ ନିୟନ୍ତ୍ରଣ ନିହାତି ଆବଶ୍ୟକ। ତେବେ ଯଦି ଆପଣଙ୍କର ରକ୍ତଚାପ ଜନିତ ସମସ୍ୟାର କୌଣସି ଲକ୍ଷଣ ଦେଖାଦେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।




