ପିଲାଙ୍କ କ୍ଷେତ୍ରରେ ରକ୍ତଚାପ

ଆଜିକାଲି ଜୀବନଶୈଳୀ ପାଇଁ ରକ୍ତଚାପ ସମସ୍ୟା ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । କେବଳ ବୟସ୍କ ନୁହେଁ ଛୋଟ ପିଲା ମଧ୍ୟ ରକ୍ତଚାପ ସମସ୍ୟାରେ ପୀଡିତ ହେଉଛନ୍ତି । ତେବେ ଏହା ପିଲାଙ୍କ କ୍ଷେତ୍ରରେ ବେଶି ହାନିକାରକ ହୋଇଥାଏ । ଏଥିପାଇଁ ବାପା ମାଆଙ୍କୁ ସତର୍କ ହେବାର ଆବଶ୍ୟକତା ରହିଛି । ଅଭିଭାବକଙ୍କୁ କିଛି ଟ୍ରିକ୍‌ ଆପଣାଇବାର ଅଛି, ଯାହାଫଳରେ ସେମାନେ ଛୋଟ ପିଲାଙ୍କୁ ଏହି ସମସ୍ୟାରୁ ଦୂରେଇ ରଖିପାରିବେ । ଖାଦ୍ୟ ପେୟରେ ଧ୍ୟାନ – […]

Samaya Live Picture
Published On

ଆଜିକାଲି ଜୀବନଶୈଳୀ ପାଇଁ ରକ୍ତଚାପ ସମସ୍ୟା ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । କେବଳ ବୟସ୍କ ନୁହେଁ ଛୋଟ ପିଲା ମଧ୍ୟ ରକ୍ତଚାପ ସମସ୍ୟାରେ ପୀଡିତ ହେଉଛନ୍ତି । ତେବେ ଏହା ପିଲାଙ୍କ କ୍ଷେତ୍ରରେ ବେଶି ହାନିକାରକ ହୋଇଥାଏ । ଏଥିପାଇଁ ବାପା ମାଆଙ୍କୁ ସତର୍କ ହେବାର ଆବଶ୍ୟକତା ରହିଛି । ଅଭିଭାବକଙ୍କୁ କିଛି ଟ୍ରିକ୍‌ ଆପଣାଇବାର ଅଛି, ଯାହାଫଳରେ ସେମାନେ ଛୋଟ ପିଲାଙ୍କୁ ଏହି ସମସ୍ୟାରୁ ଦୂରେଇ ରଖିପାରିବେ ।

ଖାଦ୍ୟ ପେୟରେ ଧ୍ୟାନ – ସବୁବେଳେ ପିଲାଙ୍କ ଖାଦ୍ୟ ପେୟରେ ଧ୍ୟାନ ଦିଅନ୍ତୁ । ସେମାନଙ୍କ ଖାଦ୍ୟରେ ଅଧିକ ପରିମାଣରେ ଫଳ, ପନି ପରିବା, ଶସ୍ୟ ସାମିଲ କରନ୍ତୁ । ସେହିଭଳି ଖାଦ୍ୟରେ ତେଲ ମସଲା ବିଶେଷ କରି ଲୁଣର ପରିମାଣ କମାନ୍ତୁ । ସେମାନଙ୍କୁ ଜଙ୍କ ଫୁଡ୍‌ ଦିଅନ୍ତୁ ନାହିଁ, ଘରେ ପ୍ରସ୍ତୁତ ହେଉଥିବା ରନ୍ଧା ଖାଦ୍ୟ ଖାଇବାକୁ ଦିଅନ୍ତୁ ।

ବ୍ୟାୟାମ କରାନ୍ତୁ – ସବୁଦିନ ବ୍ୟାୟାମ କରିବା ପାଇଁ ପରାମର୍ଶ ଦିଅନ୍ତୁ । ସେମାନଙ୍କୁ ହାଲୁକା ଛୋଟ ଛୋଟ ବ୍ୟାୟାମ କରାଇ ପାରିବେ । ଏହାସହ ସେମାନଙ୍କର ଓଜନକୁ ଧ୍ୟାନରେ ରଖି ଖାଇବାକୁ ଦିଅନ୍ତୁ । ଓଜନ ବଢିଲେ ସେମାନଙ୍କର ରକ୍ତଚାପ ବଢିବାର ସମ୍ଭାବନା ରହିଥାଏ ।

ସ୍କ୍ରିନ ଟାଇମ୍‌ କମାନ୍ତୁ – ସବୁବେଳେ ପିଲାଙ୍କର ବଡ ଶତ୍ରୁ ହୋଇଥାଏ ଅଧିକ ସ୍କ୍ରିନ୍‌ ଟାଇମ୍‌ । ଏହା ବିଭିନ୍ନ ରୋଗକୁ ଡାକି ଆଣିଥାଏ । ତେଣୁ ଯଥା ସମ୍ଭବ ଚେଷ୍ଟା କରନ୍ତୁ ସ୍କ୍ରିନ୍‌ ଟାଇମ୍‌ କମାଇବା ପାଇଁ । ପିଲା କେତେ ସମୟ ଟିଭି ଦେଖୁଛି ସେନେଇ ସତର୍କ ରୁହନ୍ତୁ । ପିଲାର ସବୁବେଳେ ସ୍କ୍ରିନ୍‌ ଟାଇମ୍‌ କମାନ୍ତୁ ।

ଖୁସିରେ ରଖନ୍ତୁ – ପିଲାଙ୍କୁ ସବୁବେଳେ ଖୁସିରେ ରଖିବାକୁ ଚେଷ୍ଟା କରନ୍ତୁ । ସେମାନେ ଯେପରି ଅଯଥା ଚିନ୍ତାଗ୍ରସ୍ତ ହୁଅନ୍ତି ନାହିଁ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ସେମାନଙ୍କ ସହିତ ସମୟ ବିତାନ୍ତୁ । ସେମାନେ କିଭଳି ଘରେ ବସି ନରହି ବାହାରେ ଖେଳ ବୁଲ କରିବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ସେମାନଙ୍କ ସହିତ ସାଙ୍ଗ ଭଳି ମିଶନ୍ତୁ, ଯେପରି ସେମାନେ ନିଜର ସମସ୍ତ ସୁବିଧା ଅସୁବିଧା ଆପଣଙ୍କ ସହିତ ସେୟାର କରିବେ ।

ନିୟମିତ ଡାକ୍ତରଙ୍କ ପରାମର୍ଶ – ନିୟମିତ ଭାବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କିଛି କିଛି ସମୟ ବ୍ୟବଧାନରେ ଡାକ୍ତରଙ୍କୁ ଦେଖାଇପାରିବେ । ଏଭଳି ରୁଟିନ୍‌ ଚେକଅପ୍‌ ଦ୍ୱାରା ସହଜରେ ଉଚ୍ଚ ରକ୍ତଚାପ ସମ୍ପର୍କରେ ଜଣା ପଡିପାରେ । ଯାହାଫଳରେ ଏହାକୁ ଚିକିତ୍ସା ମଧ୍ୟ ସହଜରେ କରାଯାଇପାରେ ।

Tags: