ବାୟୋଟିନ

ବାୟୋଟିନ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର ହେଲେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ

ବାୟୋଟିନ୍ ହେଉଛି ଏକ ଜଳରେ ଦ୍ରବୀଭୂତ ହେଉଥିବା ଭିଟାମିନ୍, ଯାହାକୁ ଭିଟାମିନ୍ ବି ୭ ବୋଲି ମଧ୍ୟ କୁହାଯାଏ । ଏହା ଶରୀରରେ କାର୍ବୋହାଇଡ୍ରେଟ୍, ଫ୍ୟାଟ୍ ତଥା ପ୍ରୋଟିନ୍ର ମେଟାବୋଲିଜିମ୍ ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ | ବାୟୋଟିନ୍ ନିଜେ ଶକ୍ତି ପ୍ରଦାନ କରେ ନାହିଁ, ବରଂ ଏକ 'କୋ-ଏଞ୍ଜାଇମ୍' ଭାବରେ କାର୍ଯ୍ୟ କରି ସେହି ଏଞ୍ଜାଇମ୍ଗୁଡ଼ିକୁ ସକ୍ରିୟ କରିଥାଏ ଯାହା ଖାଦ୍ୟକୁ ଗ୍ଲୁକୋଜ୍ ଏବଂ ଆମିନୋ ଏସିଡ୍ ଭଳି ଉପାଦାନରେ ବଦଳାଇଥାଆନ୍ତି । ଶରୀରର ପ୍ରତ୍ୟେକ କାର୍ଯ୍ୟ ପାଇଁ ଶକ୍ତି ଆବଶ୍ୟକ ହେଉଥିବାରୁ ଏହା ଅତ୍ୟନ୍ତ ଜରୁରୀ ଏବଂ ଏହାର ଅଭାବ ହେଲେ ମେଟାବଲିଜିମ୍ ମନ୍ଥର ହେବା ସହ ଚୁଟି ଝଡ଼ିବା, ଚର୍ମ ସମସ୍ୟା, ନଖ ଦୁର୍ବଳ ହେବା, ସ୍ନାୟୁ ପ୍ରଣାଳୀ ପ୍ରଭାବିତ ହେବା ଏବଂ ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇବା ଭଳି ସମସ୍ୟା ଦେଖାଦେଇଥାଏ । ସାଧାରଣତଃ ଅସନ୍ତୁଳିତ ଖାଦ୍ୟ ଗ୍ରହଣ, ଅନ୍ତନଳୀ ସମ୍ବନ୍ଧୀୟ ରୋଗ ଯୋଗୁଁ ବାୟୋଟିନ୍ ଶୋଷଣ ହୋଇନପାରିବା, ଦୀର୍ଘ ସମୟ ପର୍ଯ୍ୟନ୍ତ ଆଣ୍ଟିବାୟୋଟିକ୍ ସେବନ ଯୋଗୁଁ ଉପକାରୀ ଗଟ୍ ବ୍ୟାକ୍ଟେରିଆ କମିଯାଇଥାଏ । ଏହି କାରଣରୁ ଶରୀରରେ ବାୟୋଟିନର ଅଭାବ ଦେଖିବାକୁ ମିଳିଥାଏ । ତେଣୁ ଯଦି କୌଣସି ଲକ୍ଷଣ ଦେଖୁଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା କରାନ୍ତୁ ଏବଂ ଖାଦ୍ୟପେୟରେ ପରିବର୍ତ୍ତନ ଆଣନ୍ତୁ । 

Tags: