ଭଲ ନିଦ ପାଇଁ ସୁଷମ ଖାଦ୍ୟ

ଭଲ ନିଦ ପାଇଁ ସୁଷମ ଖାଦ୍ୟ
Ipsita Picture
By: Ipsita
Published On

 

ଉଷୁମ କ୍ଷୀର: ଶୋଇବା ପୂର୍ବରୁ ଏକ ଗ୍ଲାସ୍ ଉଷୁମ କ୍ଷୀର ପିଇବା ସବୁଠାରୁ ଉତ୍ତମ। କ୍ଷୀରରେ 'ଟ୍ରିପ୍ଟୋଫାନ୍'  ନାମକ ଏକ ଆମିନୋ ଏସିଡ୍ ଥାଏ, ଯାହା ଶରୀରରେ ମେଲାଟୋନିନ୍ ହରମୋନ୍ ସୃଷ୍ଟି କରି ନିଦ୍ରା ଆଣିବାରେ ସାହାଯ୍ୟ କରେ ।

କଦଳୀ: କଦଳୀରେ ପର୍ଯ୍ୟାପ୍ତ ପରିମାଣର ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ରହିଥାଏ । ଏହା ଶରୀରର ମାଂସପେଶୀଗୁଡ଼ିକୁ ଆରାମ ପ୍ରଦାନ କରିଥାଏ, ଯାହାଦ୍ୱାରା ଶୀଘ୍ର ନିଦ ହୁଏ ।

ବାଦାମ : ବାଦାମ ଏବଂ ଆଖରୋଟରେ ମେଲାଟୋନିନ୍ ଏବଂ ସୁସ୍ଥ ଫ୍ୟାଟ୍ ରହିଥାଏ । ଏହା ମସ୍ତିଷ୍କକୁ ଶାନ୍ତ ରଖିବା ସହ ନିଦ୍ରାର ଗୁଣବତ୍ତା ବଢ଼ାଇଥାଏ ।

ଓଟ୍ସ : ଓଟ୍ସରେ ପ୍ରଚୁର ପରିମାଣର ଫାଇବର ଥାଏ ଏବଂ ଏହା ଶରୀରରେ ଇନସୁଲିନ୍ ସ୍ତରକୁ ନିୟନ୍ତ୍ରଣ କରି ନିଦ୍ରା ହରମୋନ୍କୁ ସକ୍ରିୟ କରିଥାଏ ।

କ୍ୟାଫିନ୍ଠାରୁ ଦୂରେଇ ରୁହନ୍ତୁ: ସନ୍ଧ୍ୟା ୬ଟା ପରେ ଚା', କଫି, ଚକୋଲେଟ୍ କିମ୍ବା କୋଲ୍ଡ ଡ୍ରିଙ୍କସ୍ ଭଳି ପାନୀୟ ଖାଆନ୍ତୁ ନାହିଁ । ଏଥିରେ ଥିବା କ୍ୟାଫିନ୍ ମସ୍ତିଷ୍କକୁ ଉତ୍ତେଜିତ କରି ନିଦ୍ରାହୀନତା ସୃଷ୍ଟି କରେ ।

ଶୋଇବା ପୂର୍ବରୁ ଭାରି ଖାଦ୍ୟ ନୁହେଁ: ରାତିରେ ଅଧିକ ତେଲ, ମସଲା କିମ୍ବା ଆମିଷ ଜାତୀୟ ଭାରି ଖାଦ୍ୟ ଖାଆନ୍ତୁ ନାହିଁ । ଏହା ହଜମ ପ୍ରକ୍ରିୟାକୁ ଧୀମା କରିଦିଏ, ଯାହାଦ୍ୱାରା ଶୋଇବା ସମୟରେ ଅସ୍ୱାଭାବିକ ଅନୁଭବ ହୋଇଥାଏ ।

Tags: