ଗ୍ରୀନ୍‌ ଟି ପିଉଥିଲେ

ଆଜି କାଲି ଗ୍ରୀନ୍‌ ଟି’ ପିଇବା ଏକ ଟ୍ରେଣ୍ଡ ପାଲଟିଗଲାଣି । ପତଳା ହେବା ପାଇଁ ଆଉ ଫିଟ୍‌ ରହିବା ପାଇଁ ଅଧିକାଂଶ ଲୋକେ ଗ୍ରୀନ୍‌ ଟି’ ପିଇବାକୁ ଭାରି ପସନ୍ଦ କରନ୍ତି । ରିପୋର୍ଟ ଅନୁଯାୟୀ, ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ସ୍ୱ୍ୱାସ୍ଥ୍ୟକୁ ଠିକ୍‌ ରଖିବାରେ ସାହାଯ୍ୟ କରିଥାଏ ଏବଂ ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ । ତେବେ ଗ୍ରୀନ୍‌ ଟି’କୁ ଯଦି ଆପଣ ସଠିକ୍‌ ଭାବରେ ନ ପିଇବେ, ଏହା ଆପଣଙ୍କ ସ୍ୱ୍ୱାସ୍ଥ୍ୟ ପାଇଁ […]

Samaya Live Picture
Published On

ଆଜି କାଲି ଗ୍ରୀନ୍‌ ଟି’ ପିଇବା ଏକ ଟ୍ରେଣ୍ଡ ପାଲଟିଗଲାଣି । ପତଳା ହେବା ପାଇଁ ଆଉ ଫିଟ୍‌ ରହିବା ପାଇଁ ଅଧିକାଂଶ ଲୋକେ ଗ୍ରୀନ୍‌ ଟି’ ପିଇବାକୁ ଭାରି ପସନ୍ଦ କରନ୍ତି । ରିପୋର୍ଟ ଅନୁଯାୟୀ, ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ସ୍ୱ୍ୱାସ୍ଥ୍ୟକୁ ଠିକ୍‌ ରଖିବାରେ ସାହାଯ୍ୟ କରିଥାଏ ଏବଂ ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ । ତେବେ ଗ୍ରୀନ୍‌ ଟି’କୁ ଯଦି ଆପଣ ସଠିକ୍‌ ଭାବରେ ନ ପିଇବେ, ଏହା ଆପଣଙ୍କ ସ୍ୱ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଅନେକ ଲୋକଙ୍କର ସକାଳେ ଖାଲି ପେଟରେ ଗ୍ରୀନ୍‌ ଟି’ ପିଇବା ଅଭ୍ୟାସ ରହିଛି, କି;ୁ ଏହି ଅଭ୍ୟାସ ଆପଣଙ୍କୁ ଭାରି ପଡିପାରେ । ସକାଳୁ ଖାଲି ପେଟରେ ଗ୍ରୀନ୍‌ ଟି’ ପଇଲେ କ’ଣ ସବୁ ଅସୁବିଧା ଭୋଗିବାକୁ ପଡେ ଆସ;ୁ ଜାଣିବା ।

 Benefits of Green Tea

ଖାଲି ପେଟରେ ଗ୍ରୀନ୍‌ ଟି ପିଇବା ଦ୍ୱାରା ପେଟ ଜଳେ ଓ ଭୋକ ହୁଏନି । ଖାଲି ପେଟରେ ଗ୍ରୀନ୍‌ ଟି’ ପିଇବା ଦ୍ୱାରା ଏସିଡ୍‌ ସୃଷ୍ଟି ହୁଏ । ଏହି କାରଣରୁ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଯାଏ । ବିଶେଷଜ୍ଞଙ୍କ ମୁତାବକ, ଖାଲି ପେଟରେ ଗ୍ରୀନ୍‌ ଟି’ ପିଇବା ବଦଳରେ ଏହାକୁ ଦିନରେ ସମୟ ସମୟରେ ଅଳ୍ପ ଅଳ୍ପ କରି ପିଇବା ଉଚିତ । ଅତ୍ୟଧିକ ମାତ୍ରାରେ ଗ୍ରୀନ୍‌ ଟି’ ସେବନ କରିବା ଦ୍ୱାରା ଶରୀରରେ ଆଇରନର ଅଭାବ ଦେଖାଦିଏ । ଗ୍ରୀନ୍‌ ଟି’ରେ ଥିବା ଟ୍ୟାନିନ୍‌, ଖାଦ୍ୟ ପଦାର୍ଥ ଏବଂ ପୋଷକ ତ‰ରୁ ହେଉଥିବା ଆଇରନ୍‌ ଉତ୍ପନ୍ନରେ ବାଧା ସୃଷ୍ଟି କରେ । ଏହାର ଅତ୍ୟଧିକ ବ୍ୟବହାର ଗର୍ଭାବସ୍ଥାରେ କିମ୍ବା ଶିଶୁର ଜନ୍ମ ପରେ ମଧ୍ୟ କ୍ଷତି ପହଞ୍ଚାଇପାରେ । ଯଦି ଆପଣ ଏହାକୁ ଅଧିକ ପିଅନ୍ତି ତେବେ ଏହା ଆପଣଙ୍କ ଗର୍ଭପାତର କାରଣ ମଧ୍ୟ ହୋଇପାରେ ।

 Benefits of Green Tea

କଫି ପରି ଗ୍ରୀନ୍‌ ଟି’ରେ ମଧ୍ୟ କ୍ୟାଫିନ୍‌ ରହିଛ । ଯଦିଓ ଏହାର ପରିମାଣ ବେଶ କମ୍‌ ତଥାପି ଖାଲି ପେଟରେ ଲଗାତର ଗ୍ରୀନ୍‌ ଟି’ ପିଇବା ଦ୍ୱାରା ଶରୀରରେ ଡିହାଇଡ୍ରେସନ୍‌ ଭଳି ସମସ୍ୟା ଦେଖାଦେଇଥାଏ ।

ଅନେକ ଲୋକଙ୍କୁ ଖାଲି ପେଟରେ ଗ୍ରୀନ୍‌ ଟି’ ପିଇବା ଯୋଗୁଁ ମୁଣ୍ଡ ବିନ୍ଧା ଭଳି ସମସ୍ୟା ସୃଷ୍ଟି ହୋଇଥାଏ । କୁହାଯାଏ, ଖାଲି ପେଟରେ ଏହାକୁ ପିଇବା ଦ୍ୱାରା ଗ୍ୟାସ୍‌ ଭଳି ସମସ୍ୟା ଉପୁଜେ । କିଛି ସମୟ ପରେ ଏହି ଗ୍ୟାସ୍‌ ଯୋଗୁଁ ମୁଣ୍ଡ ବିନ୍ଧେ । ତେବେ ଜଳଖିଆ ଖାଇବାର କିଛି ସମୟ ପରେ ହିଁ ଗ୍ରୀନ୍‌ ଟି’ ପିଅନ୍ତୁ ।