ଲଙ୍କାର ଉପକାର

ଭାରତୀୟ ମସଲାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଲା କଞ୍ଚା ଲଙ୍କା । ବିନା କଞ୍ଚାଲଙ୍କାରେ ଅନେକ ଭାରତୀୟ ଖାଦ୍ୟର ସ୍ୱାଦ ଫିକା ପଡିଯାଇଥାଏ । ତେବେ କେବଳ ଖାଦ୍ୟକୁ ସ୍ୱାଦ ବଢାଇବାରେ ନୁହେଁ କଞ୍ଚାଲଙ୍କାର ଅନେକ ସ୍ୱାସ୍ଥ୍ୟକର ଫାଇଦା ମଧ୍ୟ ରହିଛି । ତ୍ୱଚାକୁ ରଖିଥାଏ ସୁସ୍ଥ – କଞ୍ଚାଲଙ୍କାରେ ଭିଟାମିନ୍‌ ସି ଅଧିକ ମାତ୍ରାରେ ରହିଥାଏ । ତେଣୁ କଞ୍ଚାଲଙ୍କା ତ୍ୱଚା ପାଇଁ ବେଶ୍‌ ଉପକାରୀ । ଏହା ତ୍ୱଚାରେ ଚମକ ଆଣିବା ସହିତ ସୁନ୍ଦର […]

Samaya Live Picture
Published On

ଭାରତୀୟ ମସଲାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଲା କଞ୍ଚା ଲଙ୍କା । ବିନା କଞ୍ଚାଲଙ୍କାରେ ଅନେକ ଭାରତୀୟ ଖାଦ୍ୟର ସ୍ୱାଦ ଫିକା ପଡିଯାଇଥାଏ । ତେବେ କେବଳ ଖାଦ୍ୟକୁ ସ୍ୱାଦ ବଢାଇବାରେ ନୁହେଁ କଞ୍ଚାଲଙ୍କାର ଅନେକ ସ୍ୱାସ୍ଥ୍ୟକର ଫାଇଦା ମଧ୍ୟ ରହିଛି ।

ଲଙ୍କାର ଉପକାର

ତ୍ୱଚାକୁ ରଖିଥାଏ ସୁସ୍ଥ – କଞ୍ଚାଲଙ୍କାରେ ଭିଟାମିନ୍‌ ସି ଅଧିକ ମାତ୍ରାରେ ରହିଥାଏ । ତେଣୁ କଞ୍ଚାଲଙ୍କା ତ୍ୱଚା ପାଇଁ ବେଶ୍‌ ଉପକାରୀ । ଏହା ତ୍ୱଚାରେ ଚମକ ଆଣିବା ସହିତ ସୁନ୍ଦର କରିଥାଏ । ଏଥିରେ ଭିଟାମିନ୍‌ ଇ ମୁହଁକୁ ବୁଢା ହେବାକୁ ଦେଇନଥାଏ, ଯାହା ଫଳରେ ତ୍ୱଚା ସର୍ବଦା ସୁନ୍ଦର ଓ ସ୍ୱାସ୍ଥ୍ୟକର ରହିବ ।

ଓଜନ ହ୍ରାସ କରିଥାଏ – କଞ୍ଚାଲଙ୍କା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ପ୍ରତିଦିନ କଞ୍ଚାଲଙ୍କା ଖାଇବା ଦ୍ୱାରା ଏହା ହଜମ ପ୍ରକ୍ରିୟାକୁ ବଢାଇଥାଏ, ଯେଉଁ କାରଣରୁ ଓଜନ ହ୍ରାସ କରିବାରେ ସହଜ ହୋଇଥାଏ ।

ଲଙ୍କାର ଉପକାର

ମନ ଭଲରଖିଥାଏ – କଞ୍ଚାଲଙ୍କା ଆଉ ଏକ ଉପକାର କରିଥାଏ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଏହା ଆମ ମନକୁ ଭଲ ରଖିବାରେ ସାହାଯ୍ୟ କରିଥାଏ । କଞ୍ଚାଲଙ୍କା ଆମ ମସ୍ତିଷ୍କରେ ଥିବା ଏଣ୍ଡୋରଫିନ୍‌ ହରମୋନର ମାତ୍ରାକୁ ବଢାଇଥାଏ । ଏହି ହରମୋନ କାରଣରୁ ଆମ ମନ ଭଲରହିଥାଏ । ତେବେ ଏହାକୁ ଏକ ନିର୍ଦ୍ଧିଷ୍ଟ ମାତ୍ରାରେ ଖାଇବାର ଆବଶ୍ୟକତା ରହିଛି ।