ଲାଗିବ ଜଙ୍କ୍ ଫୁଡରେ ଉପରେ ରୋକ
ସମୟ ଲାଇଭ,୬/୧୧: ଏଣିକି ସ୍କୁଲ କିମ୍ବା ଏହାର ଆଖପାଖ ଅଞ୍ଚଳରେ ଆଉ ମିଳିବନି ଜଙ୍କ ଫୁଡ। ଛୋଟଛୋଟ ପିଲାମାନଙ୍କୁ ଜଙ୍କ୍ ଫୁଡ ପାଖରୁ ଦୂରେଇ ରଖିବା ପାଇଁ ଏଫଏସଏସଆଇ ନେଇଛି ବଡ ନିଷ୍ପତ୍ତି। ତେବେ ସ୍କୁଲ ପରିସର ଏବଂ ସ୍କୁଲଠୁ ୫୦ ମିଟର ମଧ୍ୟରେ ଜଙ୍କ ଫୁଡ ବିକ୍ରି ଏବଂ ଜଙ୍କ ଫୁଡର ବିଜ୍ଞାପନ ମଧ୍ୟ ସ୍କୁଲ ପରିସରରେ ଲଗାଇ ହେବ ନାହିଁ ବୋଲି କୁହାଯାଇଛି । ଏନେଇ ଏକ ପ୍ରସ୍ତାବ ଫୁଡ ବିଜନେସ ଅପରେଟରଙ୍କ ପାଖକୁ […]
ସମୟ ଲାଇଭ,୬/୧୧: ଏଣିକି ସ୍କୁଲ କିମ୍ବା ଏହାର ଆଖପାଖ ଅଞ୍ଚଳରେ ଆଉ ମିଳିବନି ଜଙ୍କ ଫୁଡ। ଛୋଟଛୋଟ ପିଲାମାନଙ୍କୁ ଜଙ୍କ୍ ଫୁଡ ପାଖରୁ ଦୂରେଇ ରଖିବା ପାଇଁ ଏଫଏସଏସଆଇ ନେଇଛି ବଡ ନିଷ୍ପତ୍ତି। ତେବେ ସ୍କୁଲ ପରିସର ଏବଂ ସ୍କୁଲଠୁ ୫୦ ମିଟର ମଧ୍ୟରେ ଜଙ୍କ ଫୁଡ ବିକ୍ରି ଏବଂ ଜଙ୍କ ଫୁଡର ବିଜ୍ଞାପନ ମଧ୍ୟ ସ୍କୁଲ ପରିସରରେ ଲଗାଇ ହେବ ନାହିଁ ବୋଲି କୁହାଯାଇଛି । ଏନେଇ ଏକ ପ୍ରସ୍ତାବ ଫୁଡ ବିଜନେସ ଅପରେଟରଙ୍କ ପାଖକୁ ପଠାଯାଇଛି । ଦିନକୁ ଦିନ ଘରୋଇ ଖାଦ୍ୟ ଅପେକ୍ଷା ଜଙ୍କ ଫୁଡ୍ ବା ଚଟପଟି ଖାଦ୍ୟ ଲୋକଙ୍କର ରୁଚିରେ ପରିଣତ ହୋଇଛି। ଯାହାକି ଡାକ୍ତରଙ୍କ ରିପୋର୍ଟ ଅନୁଯାୟୀ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ସ୍କୁଲ ଛାତ୍ରଛାତ୍ରୀ ଏବେ ଏହି ଖାଦ୍ୟ ପ୍ରତି ଅଧିକ ରୁଚି ରଖୁଥିବା ଦେଖିବାକୁ ମିଳିଛି। ଯାହାକୁ ନଜରରେ ରଖି ଏଫଏସଏସଏଆଇ ଏଭଳି ପ୍ରସ୍ତାବ ଦେଇଛି। ଏମିତିକି ଯେଉଁ କମ୍ପାନୀ ଜଙ୍କ୍ ଫୁଡ୍ ବିକ୍ରି କରୁଛନ୍ତି ସେମାନଙ୍କୁ ପାଖରୁ ଏଫଏସଏସଏଆଇ ୩୦ ଦିନ ମଧ୍ୟରେ ଏହି ପ୍ରସ୍ତାବ ଉପରେ ଜବାବ ମାଗିଛି।

Tags:




