ବଜ୍ରାସନ

ବଜ୍ରାସନ
Ipsita Picture
By: Ipsita
Published On

 

ପ୍ରଥମେ ଚଟାଣରେ ଏକ ଯୋଗ ମ୍ୟାଟ୍ ପକାଇ ଦୁଇ ଗୋଡ଼କୁ ଆଗକୁ ପ୍ରସାରିତ କରି ବସନ୍ତୁ। ଏବେ ବାମ ଗୋଡ଼କୁ ଆଣ୍ଠୁରୁ ଭାଙ୍ଗି ବାମ ଜଙ୍ଘ ତଳେ ଏବଂ ଡାହାଣ ଗୋଡ଼କୁ ଭାଙ୍ଗି ଡାହାଣ ଜଙ୍ଘ ତଳେ ରଖନ୍ତୁ। ଧ୍ୟାନ ରଖନ୍ତୁ ଯେପରି ଆପଣଙ୍କ ପାଦର ଦୁଇ ବୁଢ଼ା ଆଙ୍ଗୁଠି ପରସ୍ପରକୁ ସ୍ପର୍ଶ କରୁଥିବ ଏବଂ ଆପଣ ଗୋଇଠି ଉପରେ ବସିଥିବେ। ଆପଣଙ୍କ ମେରୁଦଣ୍ଡ ଏବଂ ବେକକୁ ପୁରା ସିଧା ରଖନ୍ତୁ। ଦୁଇ ହାତକୁ ନିଜ ଆଣ୍ଠୁ ଉପରେ ରଖନ୍ତୁ ଏବଂ ଆଖି ବନ୍ଦ କରି ସାଧାରଣ ଭାବେ ନିଶ୍ୱାସ ପ୍ରଶ୍ୱାସ ନିଅନ୍ତୁ। ଏହି ଅବସ୍ଥାରେ ଅତିକମରେ ୫ ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ବସନ୍ତୁ ।

ଉପକାରିତା

- ଏହି ଆସନ ଶରୀରର ମଧ୍ୟଭାଗରେ ରକ୍ତ ସଞ୍ଚାଳନ ବୃଦ୍ଧି କରେ, ଯାହା ଫଳରେ ଖାଦ୍ୟ ଶୀଘ୍ର ହଜମ ହୁଏ ।

-  ନିୟମିତ ଏହାକୁ ଅଭ୍ୟାସ କଲେ ପେଟର ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୁଏ ।

-  ମେରୁଦଣ୍ଡ ସଳଖ ରହେ,ଏହା ଶରୀରର ଗଠନ ସୁଧାରିବାରେ ସାହାଯ୍ୟ କରେ ।

- ଏହା ମନକୁ ଶାନ୍ତ ରଖେ ଏବଂ ଏକାଗ୍ରତା ବୃଦ୍ଧି କରିବାରେ ସହାୟକ ହୁଏ ।

Tags: