ଅଧିକ ସମୟ ବସିରହୁଛନ୍ତି କି, ହୋଇପାରେ ଅନେକ ସମସ୍ୟା

 ସମୟ ଲାଇଭ୍‍,୨୯/୧୦: ଆଜିର ବ୍ୟସ୍ତ ବହୁଳ ଜୀବନଶୈଳୀରେ ଅନେକ କାମକୁ ଗୁରତ୍ୱ ଦେଇ ସ୍ୱାସ୍ଥ୍ୟ ପ୍ରତି ଅବହେଳା ପ୍ରଦର୍ଶନ କରୁଛନ୍ତି। ଦୈନନ୍ଦିର ଜୀବନରେ ହେଉଥିବା ଛୋଟ ଛୋଟ ସ୍ୱାସ୍ଥ୍ୟ ସମସ୍ୟାକୁ ନଜର ଦେଉ ନାହାନ୍ତି। ଏହି ସବୁ ସମସ୍ୟାରେ କାରଣ ହେଉଛି ଦୈନନ୍ଦିନ ଅଭ୍ୟାସଗତ ଜୀବନଶୈଳୀ। ବର୍ତ୍ତମାନ ସମୟରେ ଦେଖାଯାଉଛି ଯେ, ଅଧିକାଂଶ ଲୋକ କାମକୁ ସହଜ କରିବା ପାଇଁ କମ୍ପ୍ୟୁଟର ବ୍ୟବହାର କରୁଛନ୍ତି। ଯେଉଁ କାରଣରୁ ଘଣ୍ଟା ଘଣ୍ଟା କମ୍ପ୍ୟୁଟର ଆଗରେ ବସି ରହୁଛନ୍ତି। ପ୍ରାୟ […]

Samaya Live Picture
Published On

 ସମୟ ଲାଇଭ୍‍,୨୯/୧୦: ଆଜିର ବ୍ୟସ୍ତ ବହୁଳ ଜୀବନଶୈଳୀରେ ଅନେକ କାମକୁ ଗୁରତ୍ୱ ଦେଇ ସ୍ୱାସ୍ଥ୍ୟ ପ୍ରତି ଅବହେଳା ପ୍ରଦର୍ଶନ କରୁଛନ୍ତି। ଦୈନନ୍ଦିର ଜୀବନରେ ହେଉଥିବା ଛୋଟ ଛୋଟ ସ୍ୱାସ୍ଥ୍ୟ ସମସ୍ୟାକୁ ନଜର ଦେଉ ନାହାନ୍ତି। ଏହି ସବୁ ସମସ୍ୟାରେ କାରଣ ହେଉଛି ଦୈନନ୍ଦିନ ଅଭ୍ୟାସଗତ ଜୀବନଶୈଳୀ। ବର୍ତ୍ତମାନ ସମୟରେ ଦେଖାଯାଉଛି ଯେ, ଅଧିକାଂଶ ଲୋକ କାମକୁ ସହଜ କରିବା ପାଇଁ କମ୍ପ୍ୟୁଟର ବ୍ୟବହାର କରୁଛନ୍ତି। ଯେଉଁ କାରଣରୁ ଘଣ୍ଟା ଘଣ୍ଟା କମ୍ପ୍ୟୁଟର ଆଗରେ ବସି ରହୁଛନ୍ତି। ପ୍ରାୟ ସମସ୍ତ କାର୍ୟ୍ୟାଳୟରେ କମ୍ପ୍ୟୁଟର ମାଧ୍ୟମରେ ହିଁ କାର୍ୟ୍ୟ କରାଯାଉଛି।
ଏକ ପରୀକ୍ଷାରୁ ଜଣାପଡିଛିଯେ, ପ୍ରତ୍ୟେକ ଦିନ ୭ଘଣ୍ଟାରୁ ଅଧିକ ବସି ରହୁଥିବା ଲୋକଙ୍କ ନିକଟରେ ବିଭିନ୍ନ ପ୍ରକାର ସ୍ୱସ୍ଥ୍ୟଗତ ସମସ୍ୟା ଦେଖାଯାଇଥାଏ। ଲମ୍ବା ସମୟ ପର୍ୟ୍ୟନ୍ତ ବସି ରହିବା ଦ୍ୱାରା ବିଭିନ୍ନ ରୋଗର ଶିକାର ମଧ୍ୟ ହୋଇଥାନ୍ତି। ଏହି ବ୍ୟକ୍ତି ମାନଙ୍କ ନିକଟରେ ଡାଇବେଟିସ୍‍, ମୋଟାପଣ, କ୍ୟାନ୍ସର, ହୃଦରୋଗ ଆଦି ମାରାତ୍ମକ ରୋଗ ହୋଇପାରେ।
ଅଧିକ ସମୟ ବସି ରହିବା ଦ୍ୱାରା ଗୋଡର ବ୍ୟବହାର କମ୍‍ ହୋଇଥାଏ। ଯାହାଦ୍ୱାରା ଶରୀରର ତଳ ଅଂଶରେ ମାଂସପେଶୀ ଗୁଡିକ କମଜୋର ହୋଇଯାଇଥାଏ। ଏହା ସହ ଅଣ୍ଟା ବିନ୍ଧାହେବା ସହ ବେକରେ ଯନ୍ତ୍ରଣା ହୋଇଥାଏ। ଯଦି ସାରା ଦିନ କମ୍ପ୍ୟୁଟର ସମ୍ମୁଖରେ ବସି ରହୁଥାନ୍ତି ତେବେ ଏହା ଆହୁରି କ୍ଷତିକାରକ ହୋଇପାରେ।

Tags: