ପିଠି ଓ ବେକର ଯତ୍ନ

ଆଜିକାଲି ସମସ୍ତେ ଅଫିସ୍‌ରେ ଚେୟାରରେ ପାଖାପାଖି ୭ ରୁ ୮ ଘଣ୍ଟା ବସି କାମ କରିବାକୁ ପଡୁଛି । ତେବେ ଏହି କାରଣରୁ ପିଠି, ବେକରେ ଯନ୍ତ୍ରଣା ଅନୁଭୂତ ହେଉଛି । ଏତେ ସମୟ ଗୋଟିଏ ସ୍ଥାନରେ ବସି କାମ କରିବା ଦ୍ୱାରା ଆମର ମେରୁଦଣ୍ଡ ଉପରେ ପ୍ରଭାବ ପଡୁଛି, ଯେଉଁ କାରଣରୁ ପିଠି ଓ ବେକରେ ଯନ୍ତ୍ରଣା ହେଉଛି । ତେବେ କିଛି ବ୍ୟାୟାମ ରହିଛି ଯାହାକୁ ଅନୁକରଣ କରିବା ଦ୍ୱାରା ଏହି ଯନ୍ତ୍ରଣାରୁ ମୁକ୍ତି […]

Samaya Live Picture
Published On

ଆଜିକାଲି ସମସ୍ତେ ଅଫିସ୍‌ରେ ଚେୟାରରେ ପାଖାପାଖି ୭ ରୁ ୮ ଘଣ୍ଟା ବସି କାମ କରିବାକୁ ପଡୁଛି । ତେବେ ଏହି କାରଣରୁ ପିଠି, ବେକରେ ଯନ୍ତ୍ରଣା ଅନୁଭୂତ ହେଉଛି । ଏତେ ସମୟ ଗୋଟିଏ ସ୍ଥାନରେ ବସି କାମ କରିବା ଦ୍ୱାରା ଆମର ମେରୁଦଣ୍ଡ ଉପରେ ପ୍ରଭାବ ପଡୁଛି, ଯେଉଁ କାରଣରୁ ପିଠି ଓ ବେକରେ ଯନ୍ତ୍ରଣା ହେଉଛି । ତେବେ କିଛି ବ୍ୟାୟାମ ରହିଛି ଯାହାକୁ ଅନୁକରଣ କରିବା ଦ୍ୱାରା ଏହି ଯନ୍ତ୍ରଣାରୁ ମୁକ୍ତି ମିଳିବ । ଏହି ସମସ୍ତ ବ୍ୟାୟାମକୁ କୌଣସି ଟ୍ରେନରଙ୍କ ଠାରୁ ଶିଖି ଆପଣ ଘରେ ଅଭ୍ୟାସ କରିପାରିବେ । ତେବେ ସବୁବେଳେ ଧ୍ୟାନ ରଖନ୍ତୁ ଯେପରି ଏକ୍ସରସାଇଜ୍‌କୁ ନିର୍ଭୁଲ ଭାବେ କରିପାରିବେ ।
ପ୍ଲାଙ୍କ୍‌ – ଏହି ସମସ୍ତ ଯନ୍ତ୍ରଣା ପାଇଁ ପ୍ଲାଙ୍କ ସବୁଠାରୁ ଭଲ ଏକ୍ସରସାଇଜ୍‌ ହୋଇଥାଏ । ପ୍ଲାଙ୍କ କରିବା ଦ୍ୱାରା ପୁରା ଶରୀରର ବ୍ୟାୟାମ ହୋଇଥାଏ । ଏହି ବ୍ୟାୟାମରେ ଶରୀରର ଭାର ଗୋଡ ଆଙ୍ଗୁଠି ଓ ହାତ ଉପରେ ରହିଥାଏ, ଯାହା ପିଠି ଯନ୍ତ୍ରଣା ପାଇଁ ବେଶ୍‌ ଉପକାରୀ ହୋଇଥାଏ । ଏହାକୁ ଧ୍ୟାନର ସହ ଦିନକୁ ୨ମିନିଟ୍‌ ପର୍ଯ୍ୟନ୍ତ କରନ୍ତୁ ବିଶେଷ ଲାଭ ମିଳିବ ।

Tags: