୩ଜଣଙ୍କ ଡିଏନଏ ଥିବା ଶିଶୁ

୩ଜଣଙ୍କ ଡିଏନଏ ଥିବା ଶିଶୁ
Ipsita Picture
By: Ipsita
Published On

 

ବିଜ୍ଞାନ ଜଗତରେ ଏକ ଅଦ୍ଭୁତପୂର୍ବ ସଫଳତା ସ୍ୱରୂପ ବୈଜ୍ଞାନିକମାନେ ଏକ ନୂତନ ଜ୍ଞାନକୌଶଳ ମାଧ୍ୟମରେ ଏଭଳି ଏକ ଶିଶୁକୁ ଜନ୍ମ ଦେଇଛନ୍ତି, ଯାହା ମଧ୍ୟରେ ୩ ଜଣ ବ୍ୟକ୍ତିଙ୍କ ଡିଏନ୍ଏ ବ୍ୟବହାର କରାଯାଇଛି । ଏହି ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୁର୍ଲଭ ଏବଂ ଗମ୍ଭୀର ମାଇଟୋକଣ୍ଡ୍ରିଆଲ ରୋଗଗୁଡ଼ିକୁ ପରବର୍ତ୍ତୀ ପିଢ଼ିକୁ ସଂକ୍ରମିତ ହେବାରୁ ରୋକିବା । ଏହି ଶିଶୁର ଶରୀରରେ ଅଧିକାଂଶ ଡିଏନ୍ଏ ନିଜ ପିତାମାତାଙ୍କର ରହିଥିବା ବେଳେ ଜଣେ ମହିଳା ଦାତାଙ୍କଠାରୁ ସୁସ୍ଥ ମାଇଟୋକଣ୍ଡ୍ରିଆଲ ଡିଏନ୍ଏ ନିଆଯାଇଛି । ବାସ୍ତବରେ, ମାଇଟୋକଣ୍ଡ୍ରିଆ ଶରୀରର କୋଷଗୁଡ଼ିକରେ ଶକ୍ତି ପ୍ରଦାନ କରିଥାଏ ଏବଂ ଏଥିରେ ତ୍ରୁଟି ଦେଖାଦେଲେ ଗମ୍ଭୀର ରୋଗ ସୃଷ୍ଟି ହୁଏ, ଯାହା ପ୍ରାୟତଃ ମାଠାରୁ ଛୁଆ ପାଖକୁ ଯାଇଥାଏ । ବିଶେଷଜ୍ଞଙ୍କ ମତରେ, ଏହି ସଫଳତା ସେହିସବୁ ପରିବାର ପାଇଁ ଏକ ନୂଆ ଆଶା ଆଣିଦେବ, ଯେଉଁମାନଙ୍କର ପିଢ଼ି ପରେ ପିଢ଼ି ଏହି ମାଇଟୋକଣ୍ଡ୍ରିଆଲ ରୋଗରେ ପୀଡ଼ିତ ହୋଇ ଆସୁଛନ୍ତି । କାରଣ ଏହାଦ୍ୱାରା ଶିଶୁ ପାଖକୁ ରୋଗ ବ୍ୟାପିବାର ଆଶଙ୍କା ଯଥେଷ୍ଟ ହ୍ରାସ ପାଇଥାଏ । ଏହି ପ୍ରଯୁକ୍ତିକୁ ନେଇ ବର୍ତ୍ତମାନ ଚର୍ଚ୍ଚା ମଧ୍ୟ ଜୋର ଧରିଛି, ଯେଉଁଠି ବୈଜ୍ଞାନିକମାନେ ଏହାକୁ ଏକ ବଡ଼ ସଫଳତା ବୋଲି କହୁଛନ୍ତି, ସେଠାରେ କିଛି ଲୋକ ମାନବ ଜିନ୍ରେ ଏଭଳି ହସ୍ତକ୍ଷେପକୁ ନେଇ ନୈତିକ ଏବଂ ସାମାଜିକ ପ୍ରଶ୍ନ ମଧ୍ୟ ଉଠାଉଛନ୍ତି ।

Tags: