ହୃଦ୍ରୋଗ କମାଏ ଆଭୋକାଡୋ
ବର୍ତ୍ତମାନ ସମୟରେ ହୃଦ୍ଜନୀତ ବିଭିନ୍ନ ସମସ୍ୟା କ୍ରମାଗତ ରୂପେ ବୃଦ୍ଧି ପାଇବାରେ ଲାଗିଛି । ଯାହାଫଳରେ ଅନେକ ଲୋକ ମୃତୁ୍ୟମୁଖରେ ପଡ଼ୁଛନ୍ତି । ତେବେ ଏହାର ପ୍ରମୁଖ କାରଣ ହେଉଛି ଅତ୍ୟାଧୁନିକ ତଥା ବ୍ୟସ୍ତ ଲାଇଫ୍ଷ୍ଟାଇଲ୍ ଓ ଖାଦ୍ୟରେ ଅବହେଳା । ଯାହାଫଳରେ ଆମ ଶରୀର ସଠିକ୍ ଖାଦ୍ୟ ନପାଇ କୁପୋଷଣର ଶିକାର ହେଉଛି ଏବଂ କେତେକ କ୍ଷେତ୍ରରେ ଏହା ହାର୍ଟ ଆଟାକ୍ର ରୂପ ନେଉଛି । ତେଣୁ ହୃଦ୍ରୋଗର ପ୍ରଭାବକୁ ନିୟନ୍ତ୍ରଣାଧୀନ ରଖିବା ଲାଗି କେତେକ […]
ବର୍ତ୍ତମାନ ସମୟରେ ହୃଦ୍ଜନୀତ ବିଭିନ୍ନ ସମସ୍ୟା କ୍ରମାଗତ ରୂପେ ବୃଦ୍ଧି ପାଇବାରେ ଲାଗିଛି । ଯାହାଫଳରେ ଅନେକ ଲୋକ ମୃତୁ୍ୟମୁଖରେ ପଡ଼ୁଛନ୍ତି । ତେବେ ଏହାର ପ୍ରମୁଖ କାରଣ ହେଉଛି ଅତ୍ୟାଧୁନିକ ତଥା ବ୍ୟସ୍ତ ଲାଇଫ୍ଷ୍ଟାଇଲ୍ ଓ ଖାଦ୍ୟରେ ଅବହେଳା । ଯାହାଫଳରେ ଆମ ଶରୀର ସଠିକ୍ ଖାଦ୍ୟ ନପାଇ କୁପୋଷଣର ଶିକାର ହେଉଛି ଏବଂ କେତେକ କ୍ଷେତ୍ରରେ ଏହା ହାର୍ଟ ଆଟାକ୍ର ରୂପ ନେଉଛି । ତେଣୁ ହୃଦ୍ରୋଗର ପ୍ରଭାବକୁ ନିୟନ୍ତ୍ରଣାଧୀନ ରଖିବା ଲାଗି କେତେକ ଫଳ ଖୁବ୍ ଉପକାରୀ ବୋଲି ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି । ସେଥିମଧ୍ୟରୁ ପ୍ରମୁଖ ଫଳ ହେଉଛି ଆଭୋକାଡୋ । ଗବେଷକମାନଙ୍କ କହିବା ମୁତାବକ ଆଭୋକାଡୋ ସେବନ କରିବା ଦ୍ୱାରା ହୃତ୍ପିଣ୍ଡ ସମ୍ବନ୍ଧିତ ବିଭିନ୍ନ ସମସ୍ୟାକୁ କମ୍ କରାଯାଇପାରିବ । ଆମେରିକାନ୍ ହାର୍ଟ ଆସୋସିଏସନ୍ର ସୂଚନାନୁସାରେ ପ୍ରତି ସପ୍ତାହରେ ଦୁଇଟି ଲେଖାଏଁ ଆଭୋକାଡୋ ଖାଇବା ଦ୍ୱାରା ହୃଦ୍ରୋଗର ବିପଦ ପ୍ରାୟ ୨୧ ପ୍ରତିଶତ ପର୍ଯ୍ୟନ୍ତ କମ୍ କରିହେବ । ସେହିପରି ଆଭୋକାଡୋ ହୃଦ୍ରୋଗର କାରକ କୁହାଯାଉଥିବା କୋଲେଷ୍ଟ୍ରଲ୍ ଓ ରକ୍ତଚାପ ଭଳି ବିଭିନ୍ନ ସମସ୍ୟାକୁ କମ୍ କରିବାରେ ବିଶେଷ ସହାୟକ ହୋଇଥାଏ । ଏହାକୁ ହୃତପିଣ୍ଡ ପାଇଁ ଅତ୍ୟନ୍ତ ଆବଶ୍ୟକୀୟ ପୋଷକ ତତ୍ତ୍ୱ ପାଲଟିଥିବା ଓମେଗା-୩ ଫ୍ୟାଟି ଏସିଡ୍ର ସବୁଠୁ ବଡ଼ ସ୍ରୋତ ବୋଲି ମଧ୍ୟ ମନେ କରାଯାଏ । ଏହି ଫଳ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ ରଖିବା ସହିତ ଧମନୀ ପାଇଁ ବିଶେଷ ଜରୁରୀ ହୋଇଥାଏ ।




