ଆସପର୍ଜିଲୋସିସ୍
ଆସପର୍ଜିଲୋସିସ୍ ଏକ ପ୍ରକାର ଫଙ୍ଗସ୍ ଯାହା ଉଭୟ ଘର ଭିତରେ ଓ ବାହାରେ ଦେଖିବାକୁ ମିଳିଥାଆନ୍ତି । ଏହା ଗଛ, ମାଟି, ଘରର ଆସବାବ ପତ୍ର, ଖାଦ୍ୟ ସାମଗ୍ରୀ ଆଦିରେ ଖୁବଶୀଘ୍ର ବଢିଥାଆନ୍ତି । ଏହାକୁ ନିଶ୍ୱାସରେ ସବୁଦିନ ମଣିଷ ନିଜ ଶରୀର ଭିତରକୁ ନେଇଥାଏ । ଏହାର କୁ ପ୍ରଭାବ ବହୁତ ଅଧିକ ଦିନ ପରେ ଦେଖିବାକୁ ମିଳିଥାଏ । ଯେଉଁ ବ୍ୟକ୍ତିମାନଙ୍କର ରୋଗପ୍ରତିରୋଧକ ଶକ୍ତି କମ ରହିଥାଏ, ସେମାନଙ୍କ ଶରୀରରେ ଏହି ଫଙ୍ଗସ୍ କାରଣରୁ […]
ଆସପର୍ଜିଲୋସିସ୍ ଏକ ପ୍ରକାର ଫଙ୍ଗସ୍ ଯାହା ଉଭୟ ଘର ଭିତରେ ଓ ବାହାରେ ଦେଖିବାକୁ ମିଳିଥାଆନ୍ତି । ଏହା ଗଛ, ମାଟି, ଘରର ଆସବାବ ପତ୍ର, ଖାଦ୍ୟ ସାମଗ୍ରୀ ଆଦିରେ ଖୁବଶୀଘ୍ର ବଢିଥାଆନ୍ତି । ଏହାକୁ ନିଶ୍ୱାସରେ ସବୁଦିନ ମଣିଷ ନିଜ ଶରୀର ଭିତରକୁ ନେଇଥାଏ । ଏହାର କୁ ପ୍ରଭାବ ବହୁତ ଅଧିକ ଦିନ ପରେ ଦେଖିବାକୁ ମିଳିଥାଏ । ଯେଉଁ ବ୍ୟକ୍ତିମାନଙ୍କର ରୋଗପ୍ରତିରୋଧକ ଶକ୍ତି କମ ରହିଥାଏ, ସେମାନଙ୍କ ଶରୀରରେ ଏହି ଫଙ୍ଗସ୍ କାରଣରୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ଯେଉଁମାନଙ୍କର ହାର୍ଟ ସମସ୍ୟା, ଫୁସଫୁସ୍ରେ ସଂକ୍ରମଣ ଥାଏ ସେମାନଙ୍କ ପାଇଁ ଏହା ବେଶି ମାରାତ୍ମକ ହୋଇଥାଏ । ଏମାନଙ୍କ ନିକଟରେ ବିଭିନ୍ନ ଆଲର୍ଜି, ଫୁସ୍ଫୁସ୍ରେ ସମସ୍ୟା, ଆସ୍ଥମା ଆଦି ଦେଖିବାକୁ ମିଳିଥାଏ । ଏହି ରୋଗ ଅତି କମ୍ରୁ ଆରମ୍ଭ ହୋଇ ଗୁରୁତର ହୋଇପାରେ । ତେବେ ଏହି ଫଙ୍ଗସ୍ କାରଣରୁ ଅନେକ ରୋଗ ହୋଇଥାଏ । କ୍ରୋନିକ୍ ପଲ୍ୟୁମନାରୀ ଆସପର୍ଜିଲୋସିସ୍, ଇନ୍ଭାସିଭ ଆସପର୍ଜିଲୋସିସ୍ ଆଦି । ଏହି ରୋଗ ହେବା ଫଳରେ ରୋଗୀଙ୍କୁ ଜ୍ୱର, କାଶ, ନିଶ୍ୱାସନେବାରେ ଅସୁବିଧା ଆଦି ଦେଖିବାକୁ ମିଳିଥାଏ । ତେବେ ଏହି ରୋଗ ବିଭିନ୍ନ ପ୍ରକାରର ଥିବାରୁ ଏହାର ଲକ୍ଷଣ ମଧ୍ୟ ଭିନ୍ନଭିନ୍ନ ହୋଇଥାଏ । ହେଲେ ଉପରୋକ୍ତ କିଛି ଟା କମନ ଲକ୍ଷଣ ରହିଛି, ଯାହା ଦେଖିବାକୁ ମିଳିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।




