ଫ୍ରୋଜେନ ଭୃଣ ସତେଜ ଭୃଣ ପରି ସମାନ କାର୍ଯ୍ୟକ୍ଷମ ହୋଇଥାନ୍ତି
ଭୁବନେଶ୍ୱର : ଅନେକ ଦମ୍ପତି ଏବେ ବି ବିଶ୍ୱାସ କରୁଛନ୍ତି ଯେ, ଫ୍ରୋଜେନ ଏମ୍ବ୍ରୋ ବା ଭୃଣଗୁଡିକ ସତେଜ ଭୃଣ ତୁଳନାରେ ଅପେକ୍ଷାକୃତ ଦୁର୍ବଳ ହୋଇଥାନ୍ତି ଓ ଏହା ମାଧ୍ୟମରେ ଗର୍ଭଧାରଣ କରିବାର ସମ୍ଭାବନା କମ୍ ରହିଥାଏ । ଏହି ଚିନ୍ତାଧାରା ଅନେକ ବର୍ଷ ପୂର୍ବେ ସତ୍ୟ ଥିଲା ଯେତେବେଳେ ଫ୍ରିଜିଙ୍ଗ ପଦ୍ଧତିଗୁଡିକ ବିକଶିତ ନଥିଲା, କିନ୍ତୁ ବିଜ୍ଞାନ ଆଗକୁ ବଢିଛି ଏବଂ ଏହାର ଫଳାଫଳ ମଧ୍ୟ ଉନ୍ନତ ହୋଇଛି ବୋଲି ଭୁବନେଶ୍ୱରର ର୍ବିଲା ଫର୍ଟିଲିଟି ଆଣ୍ଡ ଆଇଭିଏଫର ଫର୍ଟିଲିଟି ସ୍ପେଶାଲିଷ୍ଟ ଡକ୍ଟର ଲିପ୍ସା ମିଶ୍ର କହିଛନ୍ତି । ଭୃଣ ଫ୍ରିଜିଙ୍ଗ କରିବାର ପ୍ରାରମ୍ଭିକ ପଦ୍ଧତିଗୁଡିକରେ ମନ୍ଥର କୁଲିଙ୍ଗ ବା ଶୀତଳା ସାମିଲ ରହିଥାଏ ଯାହା ବରଫ କ୍ରିଷ୍ଟାଲ ସୃଷ୍ଟି କରିପାରେ ଓ କୋଷଗୁଡିକୁ କ୍ଷତିଗ୍ରସ୍ତ କରିପାରେ ।
ଭିଟ୍ରିଫିକେଶନକୁ ସ୍ଥାନାନ୍ତରଣ- ଏକ ଦ୍ରୁତ ଫ୍ରିଜିଂ ପ୍ରକ୍ରିୟା- ସବୁକିଛି ପରିବର୍ତନ କରିଦେଇଥାଏ । କ୍ରିଷ୍ଟାଲାଇଜେଶନକୁ ରୋକି ଭିଟ୍ରିଫିକେଶନ ପ୍ରାୟତଃ ସଠିକ ଭାବେ କୋଷିକାର ଢାଂଚାକୁ ସଂରକ୍ଷିତ ରଖିଥାଏ । ଅଧିକାଂଶ ଆଧୁନିକ ଲ୍ୟାବଗୁଡିକରେ ପ୍ରତ ୧୦ଟି ଭୃଣ ମଧ୍ୟରୁ ୯ରୁ ଅଧିକ ଭୃଣ ଥାଇଙ୍ଗ ପ୍ରୋସେସ ବା ତରଳିବା ପ୍ରକ୍ରିୟାର ସମ୍ମୁଖୀନ ହୋଇ ଜୀବିତ ରହିଥାନ୍ତି ।
ଗତ ଦଶନ୍ଧି ମଧ୍ୟରେ ଏକାଧିକ ଅସାଧାରଣ ଧ୍ୟୟନ ଦର୍ଶାଇଛି ଯେ, ଫ୍ରୋଜେନ ଏମ୍ବ୍ରୋ ଟ୍ରାନ୍ସଫର (ଏଫଇଟି), ଠିକ ସତେଜ ଭୃଣ ଭଳି ପ୍ରଦର୍ଶନ କରିଥାଏ । ଏକ ୨୦୨୫ ମେଟା-ଆନାଲିସିସରୁ ଜଣାଯାଇଛି ଯେ, ଏଫଇଟିଗୁଡିକର ୪୩.୩%ର ଏକ ଜୀବନ୍ତ ଜନ୍ମ ହାର ରହିଥିଲା ଯାହା ସତେଜ ଭୃଣ ସ୍ଥାନାନ୍ତର କ୍ଷେତ୍ରରେ ୩୩.୩% ଥିଲା । ପିସିଓଏସ ଥିବା ଇନ୍ଫର୍ଟିଲିଟି ମହିଳାଙ୍କ ମଧ୍ୟରେ କରାଯାଇଥିବା ଅନ୍ୟ ଏକ ପରୀକ୍ଷଣ ସତେଜ ଭୃଣ ସ୍ଥାନାନ୍ତର (୪୨%) ତୁଳନାରେ ଫ୍ରୋଜେନ ଭୃଣ ସ୍ଥାନାନ୍ତର କ୍ଷେତ୍ରରେ ୪୯.୩%ର ଲାଇଭ ବାର୍ଥ ରେଟ୍ର ଉଚ୍ଚ ଫ୍ରିକ୍ୱେନ୍ସି ଏବଂ ଓଭାରିଆନ ହାଇପରଷ୍ଟିମୁଲେଶନ ସିଣ୍ଡ୍ରୋମର କମ୍ ବିପଦକୁ ଦର୍ଶାଇଥିଲା ।
ଡକ୍ଟର ଲିପ୍ସା ମିଶ୍ର କହିଛନ୍ତି ଏକ ଆଇଭିଏଫ ସାଇକେଲ ସମୟରେ ଉଚ୍ଚ ହରମୋନ ସ୍ତର ଗର୍ଭାଶୟକୁ କମ୍ ଗ୍ରହଣଶୀଳ କରିପାରେ । ଯେତେବେଳେ ଭୃଣଗୁଡିକୁ ଫ୍ରିଜ୍ ଓ ପରବର୍ତୀ ସମୟରେ ସ୍ଥାନାନ୍ତର କରାଯାଏ, ସେତେବେଳେ ଶରୀର ଏକ ଅଧିକ ପ୍ରାକୃତିକ ହରମୋନ ସନ୍ତୁଳନ ସ୍ତରକୁ ଫେରିଥାଏ, ଯାହା ଇମ୍ପ୍ଲାନଟେଶନ ସମ୍ଭାବନାକୁ ଉନ୍ନତ କରିପାରେ । ଓଭାରିଆନ ହାଇପରଷ୍ଟିମୁଲେଶନ ସିଣ୍ଡ୍ରୋମ (ଓଏଚଏସଏସ)ର ବିପଦ ଥିବା ରୋଗୀଙ୍କ ପାଇଁ ସମସ୍ତ ଭୃଣଗୁଡିକୁ ଫ୍ରିଜ୍ କରିବା ଦ୍ୱାରା ଶରୀରକୁ ରିକଭରି ପାଇଁ ସମୟ ମିଳିଥାଏ ଓ ଅନାବଶ୍ୟକ ବିପଦକୁ ଏଡାଇଯାଇପାରିଥାଏ । ଫ୍ରୋଜେନ ଭୃଣଗୁଡିକର ବଂଚି ରହିବା ସମ୍ଭାବନା କମ୍ ଥାଏ ବୋଲି ରହିଥିବା ଧାରଣା ବହୁମାତ୍ରାରେ ପୁରାତନ ଟେକ୍ନୋଲୋଜିର ଏକ ବିରାସତ ଅଟେ । ଆଜି ଫ୍ରୋଜେନ ଟ୍ରାନ୍ସଫରଗୁଡିକ ସୁରକ୍ଷା ସହ ସାଲିସ ନକରି ତୁଳନାତ୍ମକ ଓ ଅଧିକ ନିୟନ୍ତ୍ରିତ ଫଳାଫଳ ପ୍ରଦାନ କରୁଛନ୍ତି ବୋଲି ଡକ୍ଟର ଲିପ୍ସା ମିଶ୍ର କହିଛନ୍ତି ।


