ରକ୍ତହୀନତାର କାରଣ, ଲକ୍ଷଣ ଓ ପ୍ରତିକାର…
ସମୟ ଲାଇଭ୍,୨୬/୧୧: ଲୋହିତ ରକ୍ତ କଣିକା କମ୍ ହେବା ଫଳରେ ଶରୀରରେ ରକ୍ତହୀନତା ଦେଖାଦେଇଥାଏ। ଏହାକୁ ବୈଜ୍ଞାନିକ ଭାଷାରେ ଏନିମିଆ କୁହାଯାଏ। ତେବେ ରକ୍ତହୀନା କାରଣରୁ ଦୁର୍ବଳ ଲାଗିବା, ମୁଣ୍ଡ ବୁଲାଇବା, ନିଦ୍ରାହୀନତା ସହ ଅନେକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଗବେଷଣା ଅନୁଯାୟୀ ଭାରତରେ ଅଧିକାଂଶ ଲୋକ ରକ୍ତହୀନତାର ଶୀକାର ହୋଇଥା’ନ୍ତି ଏବଂ ସେମାନଙ୍କୁ ମଧ୍ୟର ୭୦ ପ୍ରତିଶତ ମହିଳା ଅଟନ୍ତି। ତେବେ କେବଳ ଯେ,ଔଷଧ ସେବନ ଦ୍ୱାରା ରକ୍ତହୀନତାରୁ ମୁକ୍ତି ପାଇହେବ ତାହା ନୁହେଁ। […]
ସମୟ ଲାଇଭ୍,୨୬/୧୧: ଲୋହିତ ରକ୍ତ କଣିକା କମ୍ ହେବା ଫଳରେ ଶରୀରରେ ରକ୍ତହୀନତା ଦେଖାଦେଇଥାଏ। ଏହାକୁ ବୈଜ୍ଞାନିକ ଭାଷାରେ ଏନିମିଆ କୁହାଯାଏ। ତେବେ ରକ୍ତହୀନା କାରଣରୁ ଦୁର୍ବଳ ଲାଗିବା, ମୁଣ୍ଡ ବୁଲାଇବା, ନିଦ୍ରାହୀନତା ସହ ଅନେକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଗବେଷଣା ଅନୁଯାୟୀ ଭାରତରେ ଅଧିକାଂଶ ଲୋକ ରକ୍ତହୀନତାର ଶୀକାର ହୋଇଥା’ନ୍ତି ଏବଂ ସେମାନଙ୍କୁ ମଧ୍ୟର ୭୦ ପ୍ରତିଶତ ମହିଳା ଅଟନ୍ତି। ତେବେ କେବଳ ଯେ,ଔଷଧ ସେବନ ଦ୍ୱାରା ରକ୍ତହୀନତାରୁ ମୁକ୍ତି ପାଇହେବ ତାହା ନୁହେଁ। ବରଂ କିଛି ଘରୋଇ ଉପାୟରେ ମଧ୍ୟ ଶରୀରରେ ରକ୍ତର ପରିମାଣର ସନ୍ତୁଳିତ ରହିପାରେ। 
ରକ୍ତହୀନତାର କାରଣ:
ପୋଷକ ଯୁକ୍ତ ଖାଦ୍ୟ ନଖାଇଲେ କିମ୍ବା ପେଟରେ ସଂକ୍ରମଣ ହେଲେ ସାଧାରଣତଃ ରକ୍ତହୀନତା ଦେଖାଦେଇଥାଏ। ନିଶାଦ୍ରବ୍ୟ ସେବନ କଲେ ଖାଦ୍ୟରେ ବି-୧୨ କମ୍ ଥିଲେ ମଧ୍ୟ ଏହି ସମସ୍ୟା ଦେଖାଦେଇଥାଏ। ସେହିପରି ଶରୀରର କ୍ଷତ ଦେଇ ଅଧିକ ରକ୍ତ ଚାଲିଗଲେ କିମ୍ବା ଅନ୍ୟ କୌଣସି ଗମ୍ଭୀର ରୋଗର ଶିକାର ହେଲେ ମଧ୍ୟ ଶରୀରରେ ରକ୍ତର ପରିମାଣ କମ୍ ହୋଇଥାଏ। 
ରୋଗର ଲକ୍ଷଣ:
ରକ୍ତ ହୀନତା କାରଣରୁ ଶରୀର ଦୁର୍ବଳ ହେବା ସହ ଅନେକ ଲକ୍ଷଣ ପରିଲକ୍ଷିତ ହୋଇଥାଏ। ଯେପରିକି ଭୋକ କମ୍ ଲାଗିବା ବା ଆଦୌ ଭୋକ ନଲାଗିବା। ହାତପାଦ ଫଳିଯିବା, ତ୍ୱଚା ଶୁଷ୍କ ଓ ହଳଦିଆ ଦିଶିବା ଆଦି ରକ୍ତ ହୀନତାର ଗୋଟିଏ ଗୋଟିଏ ଲକ୍ଷଣ। ସେହିପରି ଆଖିତଳ କଳାପଡ଼ିଯିବା, ମାତ୍ରାଧିକ କେଶ ଝଡ଼ିବା, ଛାତି ଓ ମୁଣ୍ଡରେ ଯନ୍ତ୍ରଣା ହେବା ଏହା ସହ ମୁଣ୍ଡ ବୁଲେଇଦେବା ଓ ବାନ୍ତି ହେବା ଲକ୍ଷଣ ରକ୍ତ ପରିମାଣ ଶରୀରରେ କମ୍ ହେଲେ ଦେଖାଦେଇଥାଏ। 
ଖାଦ୍ୟରେ ସାମିଲ କରନ୍ତୁ:
ତେବେ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ଖାଦ୍ୟରେ ଲୌହଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ସଜନା ଛୁଇଁ, ଶାଗ, ବ୍ରୋକୋଲି, ଗୁଡ଼ ଓ ଯଥେଷ୍ଟ ଫଳ ଖାଆନ୍ତୁ। 
ତେବେ ପାଳଙ୍ଗ ଶାଗ ଆପଣଙ୍କ ଶରୀରରେ ରକ୍ତ ପରିମାଣ ବୃଦ୍ଧି କରିବାରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ବହନ କରେ। ଏଥିରେ ଆଇରନ୍, କ୍ୟାଲସିୟମ୍, ତନ୍ତୁ ଓ ଭିଟାମିନ୍-ଏ,ବି,ସି ରହିଛି। 
ଶରୀରରେ ହିମୋଗ୍ଲୋବିନର ପରିମାଣ ବଢ଼ାଇବା ପାଇଁ ନିୟମିତ ଭାବେ ଅଁଳା ରସ ପିଅନ୍ତୁ।
ରାଶିକୁ ପାଣିରେ ବତୁରାଇ ରଖନ୍ତୁ ପରେ ପେଷ୍ଟ ପ୍ରସ୍ତୁତ କରି ମହୁ ମିଶାନ୍ତୁ। ଏହାକୁ ଦିନକୁ ଦୁଇଥର ଖାଇବାଦ୍ୱାରା ସୁଫଳ ମିଳିଥାଏ।
ସେହିପରି ଟମାଟୋ ରସ କିମ୍ବା ଟମାଟୋ ସୁପ୍ ମଧ୍ୟ ପିଇପାରିବେ। ଏଥିରେ ଆପଣ ଚାହିଁଲେ ସେଓ ରସ ମଧ୍ୟ ମିଶାଇପାରିବେ। 
ଏସବୁ ଖାଦ୍ୟ ପଦାର୍ଥ ଭୋଜନରେ ସାମିଲ କରିବା ସହ ନିୟମିତ ବ୍ୟାୟାମ କରିବା ମଧ୍ୟ ରକ୍ତ କୋଷିକା ଗଠନରେ ସାହାଯ୍ୟ କରିଥାଏ।
Tags:




