ଆଲୋପେସିଆ

ଆଲୋପେସିଆ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ହୋମ ମେକ ଓଭର ଥେରାପି

ଆଲୋପେସିଆ ବା କେଶ ଝଡ଼ିବା ସମସ୍ୟା ଆଜିକାଲିର ଜୀବନଶୈଳୀରେ ଏକ ସାଧାରଣ କିନ୍ତୁ ଗୁରୁତର ବିଷୟ ହୋଇଛି । ଏହା କେବଳ ଶାରୀରିକ ନୁହେଁ, ବରଂ ଜଣେ ବ୍ୟକ୍ତିର ଆତ୍ମବିଶ୍ୱାସ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଆଲୋପେସିଆ ସମସ୍ୟା ହେଲେ ରୋଗୀର ଶରୀରର ଯେକୌଣସି ସ୍ଥାନରୁ, ବିଶେଷ କରି ମୁଣ୍ଡରୁ ଅତ୍ୟଧିକ ପରିମାଣରେ କେଶ ଝଡ଼ିବାକୁ ଲାଗିଥାଏ । ଏହା ଅସ୍ଥାୟୀ କିମ୍ବା ସ୍ଥାୟୀ ହୋଇପାରେ । ସାଧାରଣତଃ ଦିନକୁ ୫୦ରୁ ୧୦୦ଟି କେଶ ଝଡ଼ିବା ସ୍ୱାଭାବିକ । କିନ୍ତୁ ଯେତେବେଳେ ନୂଆ କେଶ ଉଠିବା ବନ୍ଦ ହୋଇଯାଏ ଏବଂ ମୁଣ୍ଡରେ ଚନ୍ଦାପଣ ଦେଖାଯାଏ, ସେହି ଅବସ୍ଥାକୁ ଆଲୋପେସିଆ କୁହାଯାଏ । ଏହାର ଅନେକ ପ୍ରକାର ରହିଛି । ସବୁ ପ୍ରକାର ସମାନ ନଥାନ୍ତି, ଏବଂ ବ୍ୟକ୍ତିବ୍ୟକ୍ତି ଭିତରେ ଏହା ଭିନ୍ନ ହୋଇଥାଏ । ସେହିଭଳି କେଶ ଝଡ଼ିବା ପଛରେ ଅନେକ କାରଣ ଥାଇପାରେ, ଯାହା ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ ଅଲଗା ଅଲଗା ହୋଇଥାଏ ।

ସମ୍ବନ୍ଧିତ ଖବର ୟୁଟେରାଇନ୍ ଫାଇବ୍ରଏଡ୍ସ

କାରଣ

ସମ୍ବନ୍ଧିତ ଖବର ୱାଟର ୱେଟ

ବଂଶଗତ କାରଣ : ଯଦି ପରିବାରରେ କାହାର ଚନ୍ଦାପଣ ସମସ୍ୟା ଥାଏ, ତେବେ ଏହା ପରବର୍ତ୍ତୀ ପିଢ଼ିକୁ ଆସିବାର ସମ୍ଭାବନା ଅଧିକ ଥାଏ । ଏହାକୁ ଆଣ୍ଡ୍ରୋଜେନେଟିକ୍ ଆଲୋପେସିଆ କୁହାଯାଏ ।

ହରମୋନ୍ପରିବର୍ତ୍ତନ : ଗର୍ଭାବସ୍ଥା, ମେନୋପୋଜ୍ କିମ୍ବା ଥାଇରଏଡ୍ ସମସ୍ୟା ଯୋଗୁଁ ଶରୀରରେ ହରମୋନ୍ ଅସନ୍ତୁଳନ ହେଲେ କେଶ ଅଧିକ ଝଡ଼ିଥାଏ ।

ମାନସିକ ଚାପ : ଅତ୍ୟଧିକ ଚିନ୍ତା କିମ୍ବା ମାନସିକ ଦୁଶ୍ଚିନ୍ତା ଦ୍ୱାରା ଶରୀରର ପ୍ରତିରୋଧକ ଶକ୍ତି ପ୍ରଭାବିତ ହୁଏ, ଯାହା କେଶ ମୂଳକୁ ଦୁର୍ବଳ କରିଦିଏ ।

ଭୁଲ ଖାଦ୍ୟପେୟ : ଶରୀରରେ ପ୍ରୋଟିନ୍, ଆଇରନ୍, ଜିଙ୍କ୍ ଏବଂ ଭିଟାମିନ୍ର ଅଭାବ ହେଲେ କେଶ ଝଡ଼ିବା ଆରମ୍ଭ ହୁଏ ।

ରାସାୟନିକ ପଦାର୍ଥର ବ୍ୟବହାର : ଅତ୍ୟଧିକ ହେୟାର ଡାଏ, କେଶକୁ ଷ୍ଟ୍ରେଟନିଂ କରିବା କିମ୍ବା ଭୁଲ ସାମ୍ପୁ ବ୍ୟବହାର କରିବା ଦ୍ୱାରା କେଶ ନଷ୍ଟ ହୋଇଯାଏ ।

ଲକ୍ଷଣ

_ ଧୀରେ ଧୀରେ କେଶ ପତଳା ହେବା । ମୁଣ୍ଡର ଉପର ଭାଗରୁ କେଶ ଧୀରେ ଧୀରେ କମିବାକୁ ଲାଗେ, ଯାହା ବୟସ ବଢ଼ିବା ସହିତ ଅଧିକ ଜଣାପଡ଼େ ।

_ ଗୋଲାକାର ଚନ୍ଦା ଦାଗ, ମୁଣ୍ଡର କିଛି ନିର୍ଦ୍ଦିଷ୍ଟ ସ୍ଥାନରୁ ହଠାତ୍ ଗୋଲାକାର ଭାବେ ସମ୍ପୂର୍ଣ୍ଣ କେଶ ଝଡ଼ି ପଚ୍ଚା ପଡିବା ପରି ଦାଗ ସୃଷ୍ଟି ହେବା ।

_  ମୁଣ୍ଡ କୁଣ୍ଡାଇବା ସମୟରେ କିମ୍ବା ଗାଧୋଇବା ବେଳେ ଅତ୍ୟଧିକ କେଶ ଉପୁଡ଼ିବା ।

_ କିଛି କ୍ଷେତ୍ରରେ ରୋଗୀଙ୍କର ନଖର ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଆଲୋପେସିଆ ହେଲେ ହାତ ନଖରେ ଛୋଟ ଛୋଟ ଗାତ କିମ୍ବା ଧଳା ଦାଗ ଦେଖାଯାଇଥାଏ ।

ପ୍ରତିକାର

ଯଦିଓ ବଂଶଗତ କାରଣକୁ ରୋକିବା କଷ୍ଟକର, ତେବେ କିଛି ସତର୍କତା ଅବଲମ୍ବନ କରି ଆମେ କେଶ ଝଡ଼ିବା କମାଇ ପାରିବା । ନିଜ ଖାଦ୍ୟରେ ପର୍ଯ୍ୟାପ୍ତ ପରିମାଣର ଶାଗ, ପନିପରିବା, ଫଳ, ଅଣ୍ଡା ଏବଂ ମାଛ ସାମିଲ କରନ୍ତୁ ଯାହା କେଶକୁ ପୋଷଣ ଦେବ । କେଶର ସଠିକ ଯତ୍ନ ଏହାକୁ ସହଜରେ କମାଇଥାଏ । ସେହିଭଳି ଚାପମୁକ୍ତ ରହିବା ସହିତ ଯୋଗ, ପ୍ରାଣାୟାମ କରନ୍ତୁ । ତେବେ ଯଦି ଏହା ଅଧିକ ଗମ୍ଭୀର ହୋଇଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Tags:

Related Posts

ୱାଟର ୱେଟ

ୱାଟର ୱେଟ

ଫୁଡ୍ ନଏଜ୍

ଫୁଡ୍ ନଏଜ୍

ଭିଟାମିନ ସି

ଭିଟାମିନ ସି