ଗୋଟିଏ କିମ୍ବା ଦୁଇଟି ନୁହେଁ, ୫ଟି ସମସ୍ୟା ଦୂର କରେ ଘିଁକୁଆରି

ସମୟ ଲାଇଭ୍‍,୨୧/୧୧: ଘିକୁଆଁରି ଗଛ ପ୍ରାୟତଃ ସମସ୍ତଙ୍କ ଘରେ ରହିଥାଏ। ଏହାର ଉପକାରିତା ବିଷୟରେ ସମସ୍ତେ ଊଣା ଅଧିକା ମଧ୍ୟ ଜାଣିଥିବେ। କିନ୍ତୁ ଆଜି ଆସନ୍ତୁ ଏହାର ଔଷଧୀୟ ଗୁଣ ବିଷୟରେ ଜାଣିବା। ୧. ବ୍ରଣ ଦୂର କରେ: ଆଲୋବେରା ବା ଘିକୁଆଁରି ରେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ଭରପୁର ମାତ୍ରାରେ ରହିଥାଏ। ଏହାର ଜୁସ୍‍ ନିୟମିତ ପିଇବା ଫଳରେ ତ୍ୱଚାରେ ହେଉଥିବା ବ୍ରଣ ଧିରେ ଧିରେ କମିବାକୁ ଲାଗିଥାଏ। ଏହାର ଜେଲି ଲଗାଇବା ଦ୍ୱାରା ତ୍ୱଚା ଉଜ୍ଜ୍ୱଳ […]

Samaya Live Picture
Published On

ସମୟ ଲାଇଭ୍‍,୨୧/୧୧: ଘିକୁଆଁରି ଗଛ ପ୍ରାୟତଃ ସମସ୍ତଙ୍କ ଘରେ ରହିଥାଏ। ଏହାର ଉପକାରିତା ବିଷୟରେ ସମସ୍ତେ ଊଣା ଅଧିକା ମଧ୍ୟ ଜାଣିଥିବେ। କିନ୍ତୁ ଆଜି ଆସନ୍ତୁ ଏହାର ଔଷଧୀୟ ଗୁଣ ବିଷୟରେ ଜାଣିବା।

୧. ବ୍ରଣ ଦୂର କରେ: ଆଲୋବେରା ବା ଘିକୁଆଁରି ରେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ଭରପୁର ମାତ୍ରାରେ ରହିଥାଏ। ଏହାର ଜୁସ୍‍ ନିୟମିତ ପିଇବା ଫଳରେ ତ୍ୱଚାରେ ହେଉଥିବା ବ୍ରଣ ଧିରେ ଧିରେ କମିବାକୁ ଲାଗିଥାଏ। ଏହାର ଜେଲି ଲଗାଇବା ଦ୍ୱାରା ତ୍ୱଚା ଉଜ୍ଜ୍ୱଳ ଦେଖାଯାଏ।

୨. ଖଣ୍ଡିଆ ଭଲ କରେ: ଆଲୋବେରା କୁ ନିୟମିତ ଖାଇଲେ ଓ କ୍ଷତ ସ୍ଥାନରେ ଏହାର ରସ କୁ ଲଗାଇଲେ ଖଣ୍ଡିଆ ହୋଇଥିବା ସ୍ଥାନ ପୂରଣ ହୋଇଥାଏ।

୩. ଚୁଟି ଝଡ଼ିବା ଦୂର କରେ : ଘିକୁଆଁରି ରସ କୁ ଚୁଟି ମୂଳରେ ଲଗାଇ କିଛି ସମୟ ପରେ ଧୋଇଦେବେ। ଏହିପରି ନିୟମିତ କରିଲେ ଚୁଟି ଝଡ଼ିବା ବନ୍ଦ ହେବା ସହ ରୁପି ମଧ୍ୟ ଭଲ ହୁଏ।

୪. କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୁଏ ନିୟମିତ ଏହାର ଜୁସ୍‍ ପିିଇବା ଫଳରେ କୋଷ୍ଠକାଠିନ୍ୟ ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ।

୫. ଡ଼ାଇବେଟିସ୍‍ ରୋଗୀଙ୍କ ପାଇଁ ଲାଭଜନକ ଆଲୋବେରା ଜୁସ୍‍ କୁ ଡ଼ାଇବେଟିସ୍‍ ରୋଗୀ ପ୍ରତିଦିନ ପିଇବା ଫଳରେ ସେମାନଙ୍କ ରକ୍ତ ଶର୍କରା ନିୟନ୍ତ୍ରିତ ରହିଥାଏ। ଏହାକୁ ପିଇବା ଦ୍ୱାରା କିଡ୍‍ନି ଓ ଲିଭର୍‍ ମଧ୍ୟ ସୁସ୍ଥ ରହିଥାଏ।

ତେବେ ଆଲୋବେରା ଜୁସ୍‍ କୁ ପିଇବା ପୂର୍ବରୁ ଆର୍ୟୁବେଦିକ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ।

Tags: