ବାୟୁ ପ୍ରଦୂଷଣ ଏବଂ ମାନସିକ ସ୍ୱାସ୍ଥ୍ୟ

ଶୀତଦିନ ଆସିଲେ ଦିଲ୍ଲୀର ବାୟୁ ପ୍ରଦୂଷଣ ଭୀଷଣ ରୂପ ନେବାକୁ ଲାଗିଥାଏ । ଏହି ସମୟରେ ଏଠାରେ ଥିବା ବାସିନ୍ଦାଙ୍କ ପାଇଁ ଦୈନନ୍ଦିନ କାର୍ଯ୍ୟ କରିବା ମଧ୍ୟ କଷ୍ଟ ହୋଇପଡେ । ସେହିଭଳି ଏଠାରେ ରହୁଥିବା ଲୋକଙ୍କ ନିକଟରେ ବିଭିନ୍ନ ସମସ୍ୟା ଯେପରି କାଶ, ଗଳା ଦରଜ, ଥଣ୍ଡା ଆଦି ଦେଖିବାକୁ ମିଳିଥାଏ । ତେବେ ନିକଟରେ ହୋଇଥିବା ସର୍ଭେ ଅନୁସାରେ କେବଳ ଶାରିରୀକ ନୁହେଁ ପ୍ରଦୂଷଣର ପ୍ରଭାବ ଆମର ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ରହିଛି […]

Samaya Live Picture
Published On

ଶୀତଦିନ ଆସିଲେ ଦିଲ୍ଲୀର ବାୟୁ ପ୍ରଦୂଷଣ ଭୀଷଣ ରୂପ ନେବାକୁ ଲାଗିଥାଏ । ଏହି ସମୟରେ ଏଠାରେ ଥିବା ବାସିନ୍ଦାଙ୍କ ପାଇଁ ଦୈନନ୍ଦିନ କାର୍ଯ୍ୟ କରିବା ମଧ୍ୟ କଷ୍ଟ ହୋଇପଡେ । ସେହିଭଳି ଏଠାରେ ରହୁଥିବା ଲୋକଙ୍କ ନିକଟରେ ବିଭିନ୍ନ ସମସ୍ୟା ଯେପରି କାଶ, ଗଳା ଦରଜ, ଥଣ୍ଡା ଆଦି ଦେଖିବାକୁ ମିଳିଥାଏ । ତେବେ ନିକଟରେ ହୋଇଥିବା ସର୍ଭେ ଅନୁସାରେ କେବଳ ଶାରିରୀକ ନୁହେଁ ପ୍ରଦୂଷଣର ପ୍ରଭାବ ଆମର ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ରହିଛି । ପ୍ରଦୂଷଣ କାରଣରୁ ଲୋକଙ୍କ ନିକଟରେ ଡିପ୍ରେସନ୍‌, ଆଙ୍ଗ୍‌ଜାଇଟି ଭଳି ମାନସିକ ସମସ୍ୟା ଦେଖିବାକୁ ମିଳୁଛି । ବାୟୁ ପ୍ରଦୂଷଣ କାରଣରୁ ଆମ ଶରୀରରେ ସିଷ୍ଟମେଟିକ୍‌ ଇନ୍‌ଫ୍ଲାମେସନ ହୋଇଥାଏ । ଯେତେବେଳେ ଆମେ ଦୂଷିତ ବାୟୁକୁ ନିଃଶ୍ୱାସରେ ଗ୍ରହଣ କରିବା, ସେତେବେଳେ ଆମ ବ୍ରେନ୍‌ ଉପରେ ମଧ୍ୟ ପ୍ରଭାବ ପଡିଥାଏ ବୋଲି ଏହି ରିସର୍ଚ୍ଚରେ ଜଣା ପଡିଛି । ଯେଉଁ କାରଣରୁ ଆମ ଶରୀରରେ ଥିବା ହର୍ମୋନ ଉପରେ ପ୍ରଭାବ ପଡିଥାଏ, ଯାହା ଆଙ୍ଗଜାଇଟି ଓ ଡିପ୍ରେସନର କାରଣ ସାଜିଥାଏ । ତେଣୁ ବର୍ତ୍ତମାନ ବାୟୁ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ଗମ୍ଭୀରତାର ସହିତ ନେବାର ଅଛି ।

Tags: