ଆଗ୍ରୋଫୋବିଆ

ଏଭଳି ଏକାଧୀକ ବିରଳ ରୋଗ ରହିଛି ଯାହା ବିଷୟରେ ଅନେକ ଲୋକ ଜାଣି ନଥାନ୍ତି । ବେଳେବେଳେ ଏହି କମ ତଥ୍ୟକାରଣରୁ ଗୋଟିଏ ସାଧାରଣ ରୋଗ ମଧ୍ୟ ପ୍ରାଣ ଘାତକ ସାଜି ପାରେ । ସେହିଭଳି ଏକ ରୋଗ ହେଲା ଆଗ୍ରୋଫୋବିଆ,ଯାହା ନିଜର ନାଁ ପରି ବିରଳ । ଆଗ୍ରୋଫୋବିଆରେ ପୀଡିତ ରୋଗୀ କୌଣସି ଖରାପ ପରିସ୍ଥିତିର ସାମନା କରିବାକୁ ମାତ୍ରାଧୀକ ଡରିଥାଆନ୍ତି । ଏହା ଏକପ୍ରକାରର ଷ୍ଟ୍ରଙ୍ଗ୍‌ ଆଙ୍ଗଜାଇଟି, ଯାହାର ସାମନା କରିବା କଷ୍ଟ ହୋଇଥାଏ […]

Samaya Live Picture
Published On

ଏଭଳି ଏକାଧୀକ ବିରଳ ରୋଗ ରହିଛି ଯାହା ବିଷୟରେ ଅନେକ ଲୋକ ଜାଣି ନଥାନ୍ତି । ବେଳେବେଳେ ଏହି କମ ତଥ୍ୟକାରଣରୁ ଗୋଟିଏ ସାଧାରଣ ରୋଗ ମଧ୍ୟ ପ୍ରାଣ ଘାତକ ସାଜି ପାରେ । ସେହିଭଳି ଏକ ରୋଗ ହେଲା ଆଗ୍ରୋଫୋବିଆ,ଯାହା ନିଜର ନାଁ ପରି ବିରଳ । ଆଗ୍ରୋଫୋବିଆରେ ପୀଡିତ ରୋଗୀ କୌଣସି ଖରାପ ପରିସ୍ଥିତିର ସାମନା କରିବାକୁ ମାତ୍ରାଧୀକ ଡରିଥାଆନ୍ତି । ଏହା ଏକପ୍ରକାରର ଷ୍ଟ୍ରଙ୍ଗ୍‌ ଆଙ୍ଗଜାଇଟି, ଯାହାର ସାମନା କରିବା କଷ୍ଟ ହୋଇଥାଏ । ଯେତେବେଳେ କୌଣସି ସମସ୍ୟାରେ ସେମାନେ ଫସି ଯାଇଥାଆନ୍ତି ଏବଂ ସେଥିରୁ ମୁକୁଳିବାର ରାସ୍ତା ନ ପାଆନ୍ତି, ସେତେବେଳେ ସେମାନଙ୍କ ପାଖରେ ଏହି ଫୋବିଆ ଦେଖିବାକୁ ମିଳିଥାଏ । ତେବେ ଏହି ରୋଗ ହେବା ପରେ ସେମାନେ ମାନସିକ ସ୍ତରରେ ଏକା ରହିବାକୁ ଲାଗନ୍ତି । କାହା ସହିତ କଥା ହେବାକୁ କିମ୍ବା ନିଜର ସମସ୍ୟା ସେୟାର କରିବାକୁ ଡରନ୍ତି । ଏଭଳି ହେବା ଫଳରେ ସେମାନେ ମାନସିକ ସ୍ତରରେ ଭାଙ୍ଗି ପଡନ୍ତି, ଏବଂ ଡିପ୍ରେସନକୁ ଚାଲିଯାଆନ୍ତି । ସେହିଭଳି ଏମାନଙ୍କ କ୍ଷେତ୍ରରେ ଏକା ରହିବା ଅସମ୍ଭବ ହୋଇପଡେ । ସେମାନଙ୍କ ମଧ୍ୟରେ ଡରର ପରିମାଣ ବଢିଯାଇଥାଏ । ବେଳେବେଳେ ସେମାନେ ଭିଡ ଭିତରେ ମଧ୍ୟ ଡରିଥାଆନ୍ତି । ଏମାନେ ସବୁବେଳେ କାହା ନା କାହା ଉପରେ ନିର୍ଭର କରିଥାଆନ୍ତି । ତେଣୁ ଯଦି ଏଭଳି ଲକ୍ଷଣ ଦେଖିବାକୁ ମିଳେ ତେବେ ତୁରନ୍ତୁ ରୋଗୀଙ୍କୁ ଡାକ୍ତର ଦେଖାନ୍ତୁ । ତେବେ ଏହାର କିଛି ଶାରିରୀକ ଲକ୍ଷଣ ଯେପରି ବାନ୍ତି, ଡାଇରିଆ, ଡିଜିନେସ୍‌, ଛାତି ଯନ୍ତ୍ରଣା ଆଦି ଦେଖିବାକୁ ମିଳିଥାଏ । ଡାକ୍ତରଙ୍କ ସହ ପରାମର୍ଶ କରି ଏହାର ଚିକିତ୍ସା କରାଇଲେ ଏଥିରୁ ଉପଶମ ମିଳିବା ସମ୍ଭବ ।

Tags: