ଆକ୍ୟୁଟ କିଡ୍ନୀ ଇଞ୍ଜୁରୀ
ଆକ୍ୟୁଟ କିଡନୀ ଇଞ୍ଜୁରୀ ବା ଏକେଆଇ ହେଉଛି ଏକ ବିରଳ କିଡ୍ନୀ ସମସ୍ୟା । ଏହି ରୋଗରେ ହଠାତ୍ କିଡନୀ ବା ବୃକକ୍ କାର୍ଯ୍ୟ କରିବା ବନ୍ଦ କରିଦେଇଥାଏ । ଏହି ସମସ୍ୟା ଖୁବ କମ୍ ସମୟ ମଧ୍ୟରେ ହେଉଥିବାରୁ ଏହାକୁ ଡାକ୍ତରମାନେ ଗୁରୁତର ରୋଗ ବୋଲି ବ୍ୟାଖା କରିଥାଆନ୍ତି । ଏହି ସମସ୍ୟା ହେବା ଦ୍ୱାରା କିଡ୍ନୀକୁ ରକ୍ତ ପ୍ରବାହ ବନ୍ଦ ହୋଇଯାଇଥାଏ । ତେବେ ଏଭଳି ସ୍ଥିତି ଡିହାଇଡ୍ରେସନ୍, ନିମ୍ନ ରକ୍ତଚାପ, ହାର୍ଟ ଫେଲୁଅର୍ […]
ଆକ୍ୟୁଟ କିଡନୀ ଇଞ୍ଜୁରୀ ବା ଏକେଆଇ ହେଉଛି ଏକ ବିରଳ କିଡ୍ନୀ ସମସ୍ୟା । ଏହି ରୋଗରେ ହଠାତ୍ କିଡନୀ ବା ବୃକକ୍ କାର୍ଯ୍ୟ କରିବା ବନ୍ଦ କରିଦେଇଥାଏ । ଏହି ସମସ୍ୟା ଖୁବ କମ୍ ସମୟ ମଧ୍ୟରେ ହେଉଥିବାରୁ ଏହାକୁ ଡାକ୍ତରମାନେ ଗୁରୁତର ରୋଗ ବୋଲି ବ୍ୟାଖା କରିଥାଆନ୍ତି । ଏହି ସମସ୍ୟା ହେବା ଦ୍ୱାରା କିଡ୍ନୀକୁ ରକ୍ତ ପ୍ରବାହ ବନ୍ଦ ହୋଇଯାଇଥାଏ । ତେବେ ଏଭଳି ସ୍ଥିତି ଡିହାଇଡ୍ରେସନ୍, ନିମ୍ନ ରକ୍ତଚାପ, ହାର୍ଟ ଫେଲୁଅର୍ କାରଣରୁ ହୋଇଥାଏ । ଏହି ସମସ୍ୟା ଦ୍ୱାରା ଆମ କିଡନୀ ଉପରେ ସିଧାସଳଖ ପ୍ରଭାବ ପଡିଥାଏ । ଯଦି ଆଗରୁ ଆମର କିଡନୀ ଜନିତ କିଛି ସମସ୍ୟା ରହିଛି, ତେବେ ଏହା ହେବାର ଆଶଙ୍କା ବଢିଯାଇଥାଏ । ସେହିଭଳି ଯଦି ଆମର କିଡନୀ ଷ୍ଟୋନ୍ ସମସ୍ୟା ଅଛି ତାହେଲେ ଏକେଆଇ ହେବାର ଆଶଙ୍କା ଅଧିକ । ଏହି ରୋଗର ଲକ୍ଷଣଗୁଡିକ ହେଲା ପରିସ୍ରାର ପରିମାଣ କମିବା, ପାଦ, ହାତ, ମୁହଁ ଆଦି ଫୁଲିବା, ମୁଣ୍ଡବିନ୍ଧା, ଦୁର୍ବଳ ଲାଗିବା, ବାନ୍ତି ହେବା, ନିଃଶ୍ୱାସ ନେବାରେ ଅସୁବିଧା ହେବା ଆଦି । ଏଭଳି ଲକ୍ଷଣ ଦେଖିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।




