ଆକ୍ୟୁପଙ୍କଚର

ଆଲୋପାଥି ଚିକିତ୍ସାର ଏହି ଯୁଗରେ ଆକ୍ୟୁପଙ୍କଚର ? ଏହା କେହି କେହି ପସନ୍ଦ କର‘ି ନାହିଁ ! କି‘ୁ ଏହି ପଦ୍ଧତି ଯେତେ ସହଜ, ସେତେ ଶିଘ୍ର ଆରୋଗ୍ୟ ଦିଏ । ଶରୀରର କିଛି ନିଶ୍ଚିତ ବିନ୍ଦୁରେ ଛୁଞ୍ଚି ଫୋଡ଼ି ବିଭିନ୍ନ ରୋଗର ଚିକିତ୍ସା କରାଯାଏ । ‘ଆକ୍ୟୁପଙ୍କଚର’ର ପ୍ରରମ୍ଭ ହେଲା ଚୀନରେ । ଚୀନ୍‌ର ଟେଓଇଷ୍ଟ ଧର୍ମ ଅନୁସାରେ ୟେଗ୍‌ ଓ ୟିଗ୍‌ ନାମକ ଦୁଇ ବିପରୀତ ଅବସ୍ଥା ଉପରେ ଶରୀରର ସାମାନ୍ୟ ଅବସ୍ଥା ନିର୍ଭର […]

Samaya Live Picture
Published On

ଆଲୋପାଥି ଚିକିତ୍ସାର ଏହି ଯୁଗରେ ଆକ୍ୟୁପଙ୍କଚର ? ଏହା କେହି କେହି ପସନ୍ଦ କର‘ି ନାହିଁ ! କି‘ୁ ଏହି ପଦ୍ଧତି ଯେତେ ସହଜ, ସେତେ ଶିଘ୍ର ଆରୋଗ୍ୟ ଦିଏ । ଶରୀରର କିଛି ନିଶ୍ଚିତ ବିନ୍ଦୁରେ ଛୁଞ୍ଚି ଫୋଡ଼ି ବିଭିନ୍ନ ରୋଗର ଚିକିତ୍ସା କରାଯାଏ । ‘ଆକ୍ୟୁପଙ୍କଚର’ର ପ୍ରରମ୍ଭ ହେଲା ଚୀନରେ । ଚୀନ୍‌ର ଟେଓଇଷ୍ଟ ଧର୍ମ ଅନୁସାରେ ୟେଗ୍‌ ଓ ୟିଗ୍‌ ନାମକ ଦୁଇ ବିପରୀତ ଅବସ୍ଥା ଉପରେ ଶରୀରର ସାମାନ୍ୟ ଅବସ୍ଥା ନିର୍ଭର କରେ । ୟେଗ୍‌ ଅବସ୍ଥା ଆଲୋକ, ସୂର୍ଯ୍ୟ ଦକ୍ଷିଣ, ପୌରୁଷ ସହ ସଂବନ୍ଧିତ ଏବଂ ୟିଗ୍‌ ଅନ୍ଧକାର, ଚନ୍ଦ୍ରମା ଏବଂ ସ୍ତ୍ରୀତ୍ୱ ସହ ସଂପର୍କିତ ।
ଏହି ମାନ୍ୟତା ଅନୁସାରେ ୟେଗ୍‌ ଓ ୟିଗ୍‌ ଅବସ୍ଥାରେ ଅସନ୍ତୁଳନ ଆଣେ । ଏହି ପଦ୍ଧତିରେ ଶରୀରରେ ଥିବା ଚାପ କେନ୍ଦ୍ର ଓ ଶୀରାରେ ବିଶେଷ ପ୍ରକାରର ଛୁଞ୍ଚି ଫୋଡ଼ି ଉପଚାର କରାଯାଏ । ଛୁଞ୍ଚି ପିତ୍ତଳ ବା ଅନ୍ୟଧାତୁରେ ତିଆରି ହୋଇଥାଏ । ଏହାର ଲମ୍ବା ୨ରୁ ୨.୫ ସେ.ମି. । ମଣିଷ ଶରୀରର ଏକରୁ ଆଠଶହ ବିନ୍ଦୁରେ ଏଥିରେ ଫୋଡ଼ାଯାଇପାରେ । ଛୁଞ୍ଚି ଫୋଡ଼ାରେ ବିଶେଷ କଷ୍ଟ ହୁଏ ନାହିଁ । ଏହି ଫୋଡାରେ ଏକ ବୈଦୁତିକ ତରଙ୍ଗ ଶରୀରରେ ପ୍ରବାହିତ ହୁଏ ।
ରୋଗୀ ସଂପୂର୍ଣ୍ଣ ସୁସ୍ଥ ନହେବା ଯାଏ ଏହି ଚିକିତ୍ସା ଚାଲୁ ରହେ । ସପ୍ତାହରେ କେତେ ଦିନ ଛୁଞ୍ଚି ଫୋଡ଼ା ହେବ ତାହା ରୋଗର ପ୍ରକାର ଓ ଚିକିତ୍ସକ ଉପରେ ନିର୍ଭର କରେ । ଗଣwିବାତ, ମୁଣ୍ଡବ୍ୟଥା, ଅଣ୍ଟା ବିନ୍ଧା, ସାଇଟିକା, ଆଲସର୍‌ ଆଦି ରୋଗ ପାଇଁ ଏହି ଚିକିତ୍ସା ପ୍ରଭାବଶାଳୀ । ବିଭିନ୍ନ ମାନସିକ ରୋଗ ପୋଇଁ ‘ଆକୁ୍ୟପଞ୍ଚ୍‌ର’ ଭଲ କାମ ଦିଏ । ଏହି ପ୍ରଣାଳୀରେ ରୋଗୀକୁ ଚେତା ଶୂନ୍ୟ କରାଇ ଜଟିଳ ଶଲ୍ୟ କ୍ରିୟା ମଧ୍ୟ କରାଯାଏ । ଏହି ପଦ୍ଧତିରେ କେବଳ ମଣିଷ ନୁହେଁ, ପଶୁମାନଙ୍କ ଚିକିତ୍ସା ମଧ୍ୟ କରାଯାଏ ।

Tags: