ଉଠିବ ଭଙ୍ଗା ଦାନ୍ତ

ସାଧାରଣତଃ ଛୋଟ ଦିନେ ଦାନ୍ତ ଭାଙ୍ଗିଲେ ଏହା ସ୍ଥାନରେ ନୂଆ ଦାନ୍ତ ଉଠୁଥିବାର ଦେଖିବାକୁ ମିଳିଥାଏ । ହେଲେ ବଡ ହେବା ପରେ ଏଥିରେ ପରିବର୍ତ୍ତନ ଆସିଥାଏ । ବଡ ହେବା ପରେ ଯଦି ଆମର ଦାନ୍ତ ଭାଙ୍ଗୁଛି ତେବେ ଏହା ଆଉ ଥରେଉଠିନଥାଏ । ଏହି କାରଣରୁ ବିଭିନ୍ନ ସମୟରେ ଆମକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ବର୍ତ୍ତମାନ ଜାପାନରେ କିଛି ବୈଜ୍ଞାନିକ ଏହି ସମସ୍ୟାର ସମାଧାନ କରିବା ନିମନ୍ତେ ଗବେଷଣା […]

Samaya Live Picture
Published On

ସାଧାରଣତଃ ଛୋଟ ଦିନେ ଦାନ୍ତ ଭାଙ୍ଗିଲେ ଏହା ସ୍ଥାନରେ ନୂଆ ଦାନ୍ତ ଉଠୁଥିବାର ଦେଖିବାକୁ ମିଳିଥାଏ । ହେଲେ ବଡ ହେବା ପରେ ଏଥିରେ ପରିବର୍ତ୍ତନ ଆସିଥାଏ । ବଡ ହେବା ପରେ ଯଦି ଆମର ଦାନ୍ତ ଭାଙ୍ଗୁଛି ତେବେ ଏହା ଆଉ ଥରେଉଠିନଥାଏ । ଏହି କାରଣରୁ ବିଭିନ୍ନ ସମୟରେ ଆମକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ବର୍ତ୍ତମାନ ଜାପାନରେ କିଛି ବୈଜ୍ଞାନିକ ଏହି ସମସ୍ୟାର ସମାଧାନ କରିବା ନିମନ୍ତେ ଗବେଷଣା ଜାରି ରଖିଛନ୍ତି । ଏହି ବୈଜ୍ଞାନିକମାନେ ଏକ ପ୍ରକାରର ଡ୍ରଗ୍ସର ଉଦ୍ଭାବନ କରିଛନ୍ତି ଯାହା ବୟସ୍କଙ୍କର ଭଙ୍ଗା ଦାନ୍ତକୁ ଉଠିବାରେ ସାହାଯ୍ୟ କରିବ । ଅନେକ ଦାନ୍ତ ଡାକ୍ତରଙ୍କର ନିଜ ରୋଗୀଙ୍କର ନୂଆ ଦାନ୍ତ ଉଠାଇବା ଏକ ସ୍ୱପ୍ନ ହୋଇଥାଏ । ତେଣୁ ଏହି ଡ୍ରଗ୍ସ ସେମାନଙ୍କ ପାଇଁ ମିରାକିଲ୍‌ ଭଳି କାମ କରିବ । ଏହି ଔଷଧକୁ ନେଇ ବର୍ତ୍ତମାନ ପରୀକ୍ଷଣ ଜାରି ରହିଛି । ଏହାକୁ ପ୍ରଥମେ ମୂଷା, ଫେରଟସଙ୍କ ଶରୀରରେ ପରୀକ୍ଷା କରାଯାଉଛି । ଏହାପରେ ୨୦୩୦ ସୁଦ୍ଧା ଏହାକୁ ମଣିଷଙ୍କ ପାଇଁ ଉପଲବ୍ଧ କରାଇବାକୁ ବୈଜ୍ଞାନିକମାନେ ଯୋଜନା ରଖିଛନ୍ତି ।

Tags: