ଶୀତଦିନେ ଆଖିର ଯତ୍ନ

ଶୀତଦିନେ ଆଖିର ଯତ୍ନ
Ipsita Picture
By: Ipsita


ଶୀତଦିନେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ସେଥିରୁ ଗୋଟିଏ ହେଲା ଆଖିରୁ ପାଣି ବାହାରିବା । ଅନେକ ସମୟରେ ଗାଡିରେ ଯିବାବେଳେ ଖୁବ ଜଲଦି ଆଖିରେ ପାଣି ଆସିଯାଇଥାଏ । ଏହି ସମସ୍ୟା ବିଶେଷ ଭାବେ ଶୀତଦିନେ ଅଧିକ ଦେଖିବାକୁ ମିଳେ । ତେବେ ଆସନ୍ତୁ ଜାଣିବା ଏହାର କାରଣ ଲକ୍ଷଣ ଏବଂ ଉପଚାର ସମ୍ବନ୍ଧରେ ।
କାରଣ - ଏହା ହେବାର ଅନେକ କାରଣ ରହିଛି, ଯାହା ଭିତରେ ରହିଛି ଆଲର୍ଜି । ବାହାରେ ଉଡୁଥିବା ଧୂଳି ଓ ଅନନ୍ୟାନ ସମାଗ୍ରୀ ଆଖିରେ ପଡିବା ଫଳରେ ଆଲର୍ଜି ହେବାର ଡର ରହିଥାଏ । ତେଣୁ ଆଖି କୁଣ୍ଡାଇ ହେବା ସହିତ ପାଣି ବାହାରିବାର ସମ୍ଭାବନା ଅଧିକ ରହିଥାଏ । ସେହିଭଳି ଆଉ ଏକ କାରଣ ହେଲା ଡ୍ରାଏ ଆଇ ବା ଶୁଷ୍କ ଆଖି ସମସ୍ୟା । ଏହା ହେବା ଦ୍ୱାରା ଆଖିରେ ପାଣି ଖୁବ ସଙ୍ଗେସଙ୍ଗେ ଆସିଥାଏ । ସେହିଭଳି ଯଦି ଆଖିରେ କୌଣସି ସଂକ୍ରମଣ ରହିଛି ତେବେ ମଧ୍ୟ ଆଖିରେ ଲୁହ ଆସିବାର ଆଶଙ୍କା ରହିଥାଏ ।
ଲକ୍ଷଣ - ଏହାର ଉପଚାର ପାଇଁ ପ୍ରଥମେ ଏହାର ଲକ୍ଷଣ ଚିହ୍ନିବାକୁ ହୋଇଥାଏ । ବେଳେବେଳେ କୌଣସି କାରଣ ନଥାଇ ଆଖିରୁ ଲୁହ ବାହାରିଥାଏ । ସେହିଭଳି ଏହି ଲୁହ କାରଣରୁ ଆଖି କୁଣ୍ଡାଇହେବା ସହିତ ଜାଲିଜାଲି ମଧ୍ୟ ଦେଖାଯାଇଥାଏ । କେତେକ କ୍ଷେତ୍ରରେ ଆଖି ଲାଲ ମଧ୍ୟ ପଡିଥାଏ ।ଉପଚାର- ଯଦି ଆକିରେ ଅଧିକ କଷ୍ଟହେଉଛି ତେବେ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ହେଲେ ଏଭଳି କିଛି ଟି« ରହିଛି ଯାହାକୁ ଅନୁକରଣ କରିବା ଦ୍ୱାରା ଆପଣ ନିଜର କଷ୍ଟ କମାଇପାରିବେ । ଯଦି ଆଖିରେ ପାଣି ଆସୁଛି, ତେବେ ପାଖରେ ଏକ ସଫା ରୁମାଲ ରଖନ୍ତୁ ଯାହା ସାହାଯ୍ୟରେ ଆଖି ପୋଛି ପାରିବେ । ଆଖିରେ କେବେ ହେଲେ ବି ଅସନା ଅପରିଷ୍କାର କପଡା ମାରନ୍ତୁ ନାହିଁ । ସେହିଭଳି ହାତରେ କୁଣ୍ଡାନ୍ତୁ ମଧ୍ୟ ନାହିଁ । ଆଖିକୁ ସଫା ରଖିବା ପାଇଁ ପାଣିରେ ଧୁଅନ୍ତୁ । ଆଖିରେ ଧୂଳି ଓ ଅନନ୍ୟା ଗୁଣ୍ଡ ପଡିବାକୁ ଦିଅନ୍ତୁ ନାହିଁ । ସେହିଭଳି ଯଦି ଡ୍ରାଏ ଆଇ ସମସ୍ୟା ରହିଛି ତେବେ ଡାକ୍ତରଙ୍କ ପରାମର୍ଶରେ ଆଖିରେ ଡ୍ରପ୍‌ ପକାନ୍ତୁ ।

ସମ୍ବନ୍ଧିତ ଖବର ୧୪ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ନବୋଦୟ ବିଦ୍ୟାଳୟ ବନ୍ଦ

Tags: