ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁଡଲ୍ସ

ଆଜିକାଲି ଲୋକଙ୍କ ପାଖରେ କୌଣସି କାମ ପାଇଁ ଅଧିକ ସମୟ ନାହିଁ । ସବୁ ଜିନିଷ ତୁରନ୍ତ କିମ୍ବା କମ ସମୟ ଭିତରେ କରିବାକୁ ସମସ୍ତଙ୍କର ଇଚ୍ଛା । ଏହାର ପ୍ରଭାବ ବିଶେଷଭାବେ ଖାଦ୍ୟରେ ଦେଖିବାକୁ ମିଳିଛି । ତେଣୁ ଲୋକଙ୍କ ଭିତରେ ଇନ୍‌ଷ୍ଟାଣ୍ଟ ଖାଦ୍ୟ ସାମଗ୍ରୀକୁ ନେଇ ଉତ୍ସାହ ବେଶି ଦେଖିବାକୁ ମିଳୁଛି । ଯେଉଁଥିରେ ସବୁଠାରୁ ଆଗରେ ରହିଛି ଇନ୍‌ଷ୍ଟାଣ୍ଟ ନୁଡଲ୍‌ସ । ସେହିଭଳି ସୂଚନା ଅନୁସାରେ ଇନ୍‌ଷ୍ଟାଣ୍ଟ ନୁଡଲ୍ସ ଖାଇବାରେ ଭାରତ ସାରା […]

ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁଡଲ୍ସ
Samaya Live Picture
Published On

ଆଜିକାଲି ଲୋକଙ୍କ ପାଖରେ କୌଣସି କାମ ପାଇଁ ଅଧିକ ସମୟ ନାହିଁ । ସବୁ ଜିନିଷ ତୁରନ୍ତ କିମ୍ବା କମ ସମୟ ଭିତରେ କରିବାକୁ ସମସ୍ତଙ୍କର ଇଚ୍ଛା । ଏହାର ପ୍ରଭାବ ବିଶେଷଭାବେ ଖାଦ୍ୟରେ ଦେଖିବାକୁ ମିଳିଛି । ତେଣୁ ଲୋକଙ୍କ ଭିତରେ ଇନ୍‌ଷ୍ଟାଣ୍ଟ ଖାଦ୍ୟ ସାମଗ୍ରୀକୁ ନେଇ ଉତ୍ସାହ ବେଶି ଦେଖିବାକୁ ମିଳୁଛି । ଯେଉଁଥିରେ ସବୁଠାରୁ ଆଗରେ ରହିଛି ଇନ୍‌ଷ୍ଟାଣ୍ଟ ନୁଡଲ୍‌ସ । ସେହିଭଳି ସୂଚନା ଅନୁସାରେ ଇନ୍‌ଷ୍ଟାଣ୍ଟ ନୁଡଲ୍ସ ଖାଇବାରେ ଭାରତ ସାରା ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି । ଭାରତୀୟମାନେ ଖୁବ ଅଧିକ ମାତ୍ରାରେ ନୁଡଲ୍ସ ଖାଉଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତା ପ୍ରକାଶ ପାଇଛି । କାରଣ ଏହି ନୁଡଲ୍ସ ଆମ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ । ଇନ୍‌ଷ୍ଟାଣ୍ଟ ନୁଡଲ୍ସରେ ସାଚୁରେଟେଡ୍‌ ଫ୍ୟାଟ୍‌ ବହୁତ ଅଧିକ ରହିଥାଏ । ଏଥିରେ ଅନେକ ଏଭଳି ସାମଗ୍ରୀ ରହିଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଖରାପ । ଏହା କେବଳ ନୁଡଲ୍ସର ସ୍ୱାଦ ବଢାଇବା ପାଇଁ ସାହାଯ୍ୟ କରିଥାଏ ହେଲେ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଆମର ପାଚନତନ୍ତ୍ରରେ ସମସ୍ୟା ଦେଖିବାକୁ ମିଳିଥାଏ । ଏଥିରେ ସାଚୁରେଟେଡ୍‌ ଫ୍ୟାଟ୍‌, ସୋଡିଅମ, ମଇଦା, କୃତ୍ରିମ ଫ୍ଲେଭର ଆଦି ସାମିଲ ରହିଥାଏ , ଯାହା କ୍ଷତିକାରକ ହୋଇଥାଏ ।

Tags: