ସ୍କ୍ରିନ୍ ଟାଇମ୍
ଆଜିକାଲି ବିନା ବ୍ଲ ସ୍କ୍ରିନ୍ରେ କିଛି ବି ହେଉନି । ପିଲାଙ୍କ ପାଠ ପଢାଠାରୁ ଆରମ୍ଭ କରି ସେମାନେ ଖାଇବା ସମୟରେ ବି ବ୍ଲ ସ୍କ୍ରିନ୍ ଦେଖୁଛନ୍ତି । ହେଲେ ଏହି ବ୍ଲ ସ୍କ୍ରିନ୍ର ଅନେକ ଖରାପ ପ୍ରଭାବ ତାଙ୍କ ସ୍ୱାସ୍ଥ୍ୟ ଉପରେ ପଡୁଥିବା ଦେଖିବାକୁ ମିଳୁଛି ।ସାଧାରଣତଃ ପିଲାଙ୍କ ପାଖରେ ଭରପୂର ଏନର୍ଜି ସହିତ ନୂଆ ଜିନିଷ ଜାଣିବାରେ ଖୁବ ଆଗ୍ରହ ଦେଖିବାକୁ ମିଳେ । ହେଲେ ଆଜିକାଲି ପିଲାଙ୍କୁ ଅଧିକ ସମୟ ଫୋନ୍ , […]
ଆଜିକାଲି ବିନା ବ୍ଲ ସ୍କ୍ରିନ୍ରେ କିଛି ବି ହେଉନି । ପିଲାଙ୍କ ପାଠ ପଢାଠାରୁ ଆରମ୍ଭ କରି ସେମାନେ ଖାଇବା ସମୟରେ ବି ବ୍ଲ ସ୍କ୍ରିନ୍ ଦେଖୁଛନ୍ତି । ହେଲେ ଏହି ବ୍ଲ ସ୍କ୍ରିନ୍ର ଅନେକ ଖରାପ ପ୍ରଭାବ ତାଙ୍କ ସ୍ୱାସ୍ଥ୍ୟ ଉପରେ ପଡୁଥିବା ଦେଖିବାକୁ ମିଳୁଛି ।ସାଧାରଣତଃ ପିଲାଙ୍କ ପାଖରେ ଭରପୂର ଏନର୍ଜି ସହିତ ନୂଆ ଜିନିଷ ଜାଣିବାରେ ଖୁବ ଆଗ୍ରହ ଦେଖିବାକୁ ମିଳେ । ହେଲେ ଆଜିକାଲି ପିଲାଙ୍କୁ ଅଧିକ ସମୟ ଫୋନ୍ , ଲାପଟପ୍ କିମ୍ବା ଟିଭି ଦେଖି କାଟୁଥିବାର ଦେଖିବାକ ମିଳୁଛି । ହେଲେ ଏହି ଗ୍ୟାଜେଟ୍ ସେମାନଙ୍କୁ ଯେତିକି ସ୍ମାର୍ଟ କରୁଛି ସେତିକି ସେମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ କରୁଛି । କେବଳ ସେମାନଙ୍କୁ ଶାରିରୀକ ଭାବେ ନୁହେଁ ମାନସିକ ଭାବେ ମଧ୍ୟ ଦୁର୍ବଳ କରୁଛି । ଆଜିକାଲି ଅନେକ ଶିଶୁଙ୍କୁ ମାନସିକ ଅବସ୍ଥାରେ ସମସ୍ୟା ହେଉଛି ଯାହା ସେମାନଙ୍କୁ ପାଠପଢା, ଖେଳ, ସାଙ୍ଗସାଥୀଙ୍କ ସହିତ ମିଳାମିଶା ଆଦି ସବୁଥିରେ ପଛରେ ପକାଉଛି । ଏଭଳି ଅନେକ ଅଭିଭାବକ ଅଛନ୍ତି ଯିଏ ଏ ବିଷୟରେ ଜାଣି ମଧ୍ୟ ପାରୁ ନାହାନ୍ତି । ସେମାନଙ୍କ ପିଲା ଅଧିକ ସ୍କ୍ରିନ୍ ଟାଇମ୍ କାରଣରୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଛନ୍ତି ।




