ସେପ୍ସିସ୍
ଆମ ଶରୀରରେ ପ୍ରକାର ବିଭିନ୍ନ ପ୍ରକାରର ସଂକ୍ରମଣ ଦେଖିବାକୁ ମିଳିଥାଏ । ଏଥିରୁ ରକ୍ଷା ପାଇବା ପାଇଁ ଆମ ଶରୀର କିଛି ପ୍ରତିକ୍ରିୟା ପ୍ରକାଶ କରିଥାଏ । ହେଲେ ବେଳେବେଳେ ଦେଖିବାକୁ ମିଳେ ଆମ ଶରୀର ଅତ୍ୟଧୀକ ପ୍ରତିକ୍ରିୟା ପ୍ରକାଶ କରିଥାଏ ସେତେବେଳେ ସେପ୍ସିସ୍ ନାମକ ସମସ୍ୟା ଦେଖିବାକୁ ମିଳିଥାଏ । ଆସନ୍ତୁ ଏହି ସେପ୍ସିସ୍ ସମ୍ପର୍କରେ ସଂକ୍ଷେପରେ ଜାଣିବା । ସେପ୍ସିସ୍ ଏଭଳି ଏକ ସମସ୍ୟା ଯାହା ଆମ ଶରୀରର ପାଶ୍ୱପ୍ରତିକ୍ରିୟା କାରଣରୁ ଉପୁଜିଥାଏ । […]
ଆମ ଶରୀରରେ ପ୍ରକାର ବିଭିନ୍ନ ପ୍ରକାରର ସଂକ୍ରମଣ ଦେଖିବାକୁ ମିଳିଥାଏ । ଏଥିରୁ ରକ୍ଷା ପାଇବା ପାଇଁ ଆମ ଶରୀର କିଛି ପ୍ରତିକ୍ରିୟା ପ୍ରକାଶ କରିଥାଏ । ହେଲେ ବେଳେବେଳେ ଦେଖିବାକୁ ମିଳେ ଆମ ଶରୀର ଅତ୍ୟଧୀକ ପ୍ରତିକ୍ରିୟା ପ୍ରକାଶ କରିଥାଏ ସେତେବେଳେ ସେପ୍ସିସ୍ ନାମକ ସମସ୍ୟା ଦେଖିବାକୁ ମିଳିଥାଏ । ଆସନ୍ତୁ ଏହି ସେପ୍ସିସ୍ ସମ୍ପର୍କରେ ସଂକ୍ଷେପରେ ଜାଣିବା ।
ସେପ୍ସିସ୍ ଏଭଳି ଏକ ସମସ୍ୟା ଯାହା ଆମ ଶରୀରର ପାଶ୍ୱପ୍ରତିକ୍ରିୟା କାରଣରୁ ଉପୁଜିଥାଏ । ଯେତେବେଳେ ଆମ ଶରୀରର ବ୍ୟାକେଫରିଆଲ, ଭାଇରାଲ, ଫଙ୍ଗାଲ କିମ୍ବା କୌଣସି ପାରାସାଇଟ୍ ସଂକ୍ରମଣକୁ ଅତ୍ୟଧୀକ ପ୍ରତିକ୍ରିୟା ଦିଏ ସେହି ସମୟରେ ସେପ୍ସିସ୍ ସମସ୍ୟା ଉପୁଜିଥାଏ । ଏହି ପରିସ୍ଥିତିରେ ଆମର ରୋଗପ୍ରତିରୋଧକ ନିଜର କୋଷ ଓ ଅଙ୍ଗ ଉପରେ ପ୍ରତିଆକ୍ରମଣ କରିବାରେ ଲାଗିଥାଏ । ଯେଉଁ କାରଣରୁ ବ୍ଲଡ୍ କ୍ଲଟିଂ, ରକ୍ତ ପ୍ରବାହ ହେଉଥିବା ନଳୀରେ ଲିକେଜ୍ ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ଯେଉଁନଳୀରେ ରକ୍ତ ଓ ଅକ୍ସିଜେନ୍ ଆମ ଶରୀରରେ ପ୍ରବାହ ହୋଇଥାଏ ସେଗୁଡିକ ବିଶେଷଭାବେ ଏହି ସମସ୍ୟାରେ କ୍ଷତିଗ୍ରସ୍ତ ହୋଇଥାଏ ।
କାରଣ
– ନିମୋନିଆ
– ମୁତ୍ରନଳୀ ସଂକ୍ରମଣ
– ପେଟ ସଂକ୍ରମଣ
– ଚର୍ମ ସଂକ୍ରମଣ
ରିସ୍କ
– ବୟସ୍କ (୬୫ ବର୍ଷରୁ ଅଧିକ)
– ଶିଶୁ ଓ ଛୋଟପିଲା
– ଗମ୍ଭୀର ରୋଗର ପୀଡିତ
– ରୋଗପ୍ରତିରୋଧକ ଦୁର୍ବଳ ଥିବା ବ୍ୟକ୍ତି
– କୌଣସି ଅସ୍ତ୍ରପୋଚାର ହୋଇଥିବା ବ୍ୟକ୍ତି
ଲକ୍ଷଣ
– ଅତ୍ୟଧିକ ଜ୍ୱର, ଥଣ୍ଡା ଲାଗିବା, ଶରୀରର ତାପମାତ୍ରା କମିବା ।
– ଜୋରେ ନିଃଶ୍ୱାସ ନେବା, ହାର୍ଟ ବିଟ୍ ବଢିବା ।
– ବିଚଳିତ ହେବା ବା କୌଣସି ନିଷ୍ପତି ନେବାରେ ଦ୍ୱନ୍ଦ
– ଅତ୍ୟଧିକ ଯନ୍ତ୍ରଣା
– ଝାଳ ବୋହିବା
– ମୁତ୍ରର ପରିମାଣ କମିବା
ଉପରୋକ୍ତ କୌଣସି ଲକ୍ଷଣ ଦେଖିଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ । ଏହି ସେପ୍ସିସ୍ ରୋଗ ଘାତକ ହୋଇଥାଏ । ଏହା ବେଳେବେଳେ ରୋଗୀର ପ୍ରାଣ ମଧ୍ୟ ନେବାରେ ସକ୍ଷମ ହୋଇଥାଏ । ତେଣୁ ଏହାକୁ କେବେ ହେଲେ ବି ଅବହେଳା କରନ୍ତୁ ନାହିଁ । ଏହାକ ଲକ୍ଷଣ ଚିହ୍ନି ତୁରନ୍ତ ଚିକିତ୍ସା କରାଗଲେ ଏହା ଭଲ ହେବାର ସମ୍ଭାବନା ଅଧିକ ରହିଛି ।




