ସକାଳୁ ଗାଧୋଇବା ଲାଭ ଦାୟକ

ଗାଧୋଇବା ବ୍ୟକ୍ତିଗତ ପରିଚ୍ଛନ୍ନତାର ଏକ ଗୁରୁତର ଅଂଶ ହୋଇଥାଏ । ତେବେ ଗାଧୋଇବାର ସମୟ ବ୍ୟକ୍ତି ଅନୁସାରେ ଭିନ୍ନ ହୋଇଥାଏ । ହେଲେ ଅନେକ ସମୟରେ ଦେଖିବାକୁ ମିଳେ ଗାଧୋଇବାର ସମୟ ନେଇ ଦ୍ୱନ୍ଦ ହୋଇଥାଏ । ବିଶ୍ୱରେ ଅନେକ ଲୋକ ସକାଳୁ ଗାଧୋଇବାକୁ ପସନ୍ଦ କରୁଥିବାବେଳେ କିଛି ଲୋକଅଛନ୍ତି ସନ୍ଧ୍ୟା ସମୟର ଗାଧୋଇବାକୁ ପସନ୍ଦ କରନ୍ତି । ଆମେରିକାର ସ୍ଲିପ ଫାଉଣ୍ଡେସନ ପକ୍ଷରୁ ହୋଇଥିବା ସର୍ଭେରେ ୪୨ ପ୍ରତିଶତ ଯୁବକ ସକାଳୁ ଗାଧୋଉଥିବାବେଳେ ୨୫ ପ୍ରତିଶତ […]

ସକାଳୁ ଗାଧୋଇବା ଲାଭ ଦାୟକ
Samaya Live Picture
Published On

ଗାଧୋଇବା ବ୍ୟକ୍ତିଗତ ପରିଚ୍ଛନ୍ନତାର ଏକ ଗୁରୁତର ଅଂଶ ହୋଇଥାଏ । ତେବେ ଗାଧୋଇବାର ସମୟ ବ୍ୟକ୍ତି ଅନୁସାରେ ଭିନ୍ନ ହୋଇଥାଏ । ହେଲେ ଅନେକ ସମୟରେ ଦେଖିବାକୁ ମିଳେ ଗାଧୋଇବାର ସମୟ ନେଇ ଦ୍ୱନ୍ଦ ହୋଇଥାଏ । ବିଶ୍ୱରେ ଅନେକ ଲୋକ ସକାଳୁ ଗାଧୋଇବାକୁ ପସନ୍ଦ କରୁଥିବାବେଳେ କିଛି ଲୋକଅଛନ୍ତି ସନ୍ଧ୍ୟା ସମୟର ଗାଧୋଇବାକୁ ପସନ୍ଦ କରନ୍ତି । ଆମେରିକାର ସ୍ଲିପ ଫାଉଣ୍ଡେସନ ପକ୍ଷରୁ ହୋଇଥିବା ସର୍ଭେରେ ୪୨ ପ୍ରତିଶତ ଯୁବକ ସକାଳୁ ଗାଧୋଉଥିବାବେଳେ ୨୫ ପ୍ରତିଶତ ଶୋଇବାକୁ ଯିବା ଆଗରୁ ଗାଧୋଇଥାଆନ୍ତି । ତେବେ ଏହା ଏକ ବ୍ୟକ୍ତିଗତ ପସନ୍ଦ ହୋଇଥାଏ କିନ୍ତୁ କିଛି ବୈଜ୍ଞାନିକଙ୍କ ମତରେ ସକାଳୁ ଗାଧୋଇବା ଲଭ ଦାୟକ ହୋଇଥାଏ । ଏହା ପୂରା ଦିନ ଆମକୁ ସତେଜ ରଖିବା ସହିତ ବ୍ୟାକଟେରିଆ ମୁକ୍ତ କରିଥାଏ । ଦିନସାରା ଆମେ ବାହାରକୁ ଯାଇଥାଉ ତେଣୁ ଏହି ସମୟରେ ଫ୍ରେସ ରହିବାର ଆବଶ୍ୟକତା ବେଶି ରହିଥାଏ । ସେହିଭଳି ଦିନରେ ଗାଧୋଇ ଘରୁ ବାହାରିବା ଫଳରେ ଝାଳ ବୋହିବା କମିଥାଏ । ଝାଳ କମ ବୋହିଲେ ଜୀବାଣୁ କିମ୍ବା କୌଣସି ସଂକ୍ରମଣ ହେବାର ଆଶଙ୍କା ମଧ୍ୟ କମ ହୋଇଥାଏ ।

Tags: