ଲାଲ୍ ଚିନିର ଉପକାରିତା

ଲାଲ୍ ଚିନିର ଉପକାରିତା
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଡିମେନସିଆ

ଲାଲ୍ ଚିନି ବା ବ୍ରାଉନ ସୁଗାର ସାଧାରଣ ଧଳା ଚିନିର ଏକ ସ୍ୱାସ୍ଥ୍ୟକର ବିକଳ୍ପ ଭାବରେ ବେଶ୍ ଜଣାଶୁଣା। ଏହାର ସ୍ୱତନ୍ତ୍ର ରଙ୍ଗ ଏବଂ ସ୍ୱାଦ ପାଇଁ ଏହା ରୋଷେଇ ଘରେ ଏକ ବିଶେଷ ସ୍ଥାନ ଅଧିକାର କରିଛି। ସମସ୍ତଙ୍କ ପାଇଁ ଏହା ଏକ ସାସ୍ଥ୍ୟକର ବିକଳ୍ପ ପାଲଟିଛି । ଏହି ଲାଲ ଚିନିକୁ ମୁଖ୍ୟତଃ ଆଖୁ ରସରୁ ପ୍ରସ୍ତୁତ କରାଯାଏ। ଏହା ତିଆରି ହେବାର ଦୁଇଟି ପ୍ରକ୍ରିୟା ଅଛି ଯଥା ପ୍ରାକୃତିକ ଓ ଆଧୁନିକ । ପ୍ରାକୃତିକ ପ୍ରକ୍ରିୟାରେ ଆଖୁ ରସକୁ ଗରମ କରି ଚିନି ପ୍ରସ୍ତୁତ କଲାବେଳେ ସେଥିରୁ ସମ୍ପୂର୍ଣ୍ଣ ଭାବେ 'ମୋଲାସେସ୍' ବା ଗୁଡ଼ ଅଂଶକୁ ବାହାର କରାଯାଏ ନାହିଁ । ଯାହାପରେ ଲାଲ ଚିନିରେ ପରିଣତ ହୋଇଥାଏ । ସେହିଭଳି ଆଧୁନିକ ପ୍ରକ୍ରିୟାରେ ଧଳା ଚିନି ପ୍ରସ୍ତୁତ ହେବା ପରେ ସେଥିରେ ନିର୍ଦ୍ଦିଷ୍ଟ ପରିମାଣର ମୋଲାସେସ୍ ମିଶାଯାଇ ଏହାକୁ ବ୍ରାଉନ୍ ସୁଗାରର ରୂପ ଦିଆଯାଏ। ଏହି ମୋଲାସେସ୍ ଯୋଗୁଁ ଚିନିର ରଙ୍ଗ ମାଟିଆ ଦେଖାଯାଏ ଏବଂ ଏଥିରେ ଆର୍ଦ୍ରତା ରହିଥାଏ ।

ସମ୍ବନ୍ଧିତ ଖବର ରାଜ୍ୟରେ ବ୍ୟାନ ହେବନି ପାନ ମସଲା

ଉପକାରିତା

ସମ୍ବନ୍ଧିତ ଖବର ଶୁଖିଲା କାଶ

_ ଧଳା ଚିନି ତୁଳନାରେ ଏଥିରେ କିଛି ଅଧିକ ପୋଷକ ତତ୍ତ୍ୱ ଥାଏ ।

_ ମୋଲାସେସ୍ ଯୋଗୁଁ ଏଥିରେ କ୍ୟାଲସିୟମ୍, ପୋଟାସିୟମ୍, ମାଗ୍ନେସିୟମ୍ ଏବଂ ଆଇରନ୍ ସାମାନ୍ୟ ପରିମାଣରେ ଥାଏ ।

_ ଏହା ହଜମ ଶକ୍ତି ବଢ଼ାଇବାରେ ଏବଂ ପେଟ କାମୁଡ଼ା ଭଳି ସମସ୍ୟାରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ ।

_  ଏଥିରେ ଥିବା କାର୍ବୋହାଇଡ୍ରେଟ୍ ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ କରେ ।

_ ଏହା ଏକ ପ୍ରାକୃତିକ 'ଏକ୍ସଫୋଲିଏଟର' ଭାବେ କାମ କରେ, ଯାହା ତ୍ୱଚାର ମଲା କୋଷ ବାହାର କରିବାରେ ସାହାଯ୍ୟ କରେ।

ବ୍ୟବହାର

_ କେକ୍, କୁକିଜ୍ ଏବଂ ପେଷ୍ଟ୍ରି ତିଆରି କରିବାରେ ଏହା ବହୁଳ ଭାବରେ ବ୍ୟବହୃତ ହୁଏ। ଏହା ଖାଦ୍ୟକୁ ଅଧିକ ନରମ ଏବଂ ସ୍ୱାଦିଷ୍ଟ କରେ।

_ ସେହିଭଳି ଚା’, କଫି କିମ୍ବା ଶରବତରେ ଧଳା ଚିନି ବଦଳରେ ଏହାକୁ ବ୍ୟବହାର କରାଯାଇପାରିବ।

_ ବିଭିନ୍ନ ପ୍ରକାରର ଚଟଣି ଏବଂ ସସରେ ମଧ୍ୟ ଏହା ବ୍ୟବହାର ହୁଏ।

_ ତେବେ ଏହାକୁ ବ୍ୟବହାରରେ ମଧ୍ୟ ସତର୍କତାର ଆବଶ୍ୟକତା ରହିଛି । ଏହାକୁ ମଧୁମେହ ରୋଗୀ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବାର ଆବଶ୍ୟକତା ରହିଛି । ଏହା ଧଳା ଚିନିଠାରୁ ଭଲ ହୋଇପାରେ କିନ୍ତୁ ଶରୀର ପାଇଁ ସମ୍ପୂର୍ଣ୍ଣ ଲାଭ ଦାୟକ ନୁହେଁ , ତେଣୁ ଏହାର ବ୍ୟବହାର ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ।

Tags:

Related Posts

ଡିମେନସିଆ

ଡିମେନସିଆ

ଶୁଖିଲା କାଶ

ଶୁଖିଲା କାଶ

ଆପେଣ୍ଡିକ୍ସ

ଆପେଣ୍ଡିକ୍ସ